ETV Bharat / sports

ଲକଡାଉନ 4.0: ଗୃହ ମନ୍ତ୍ରଣାଳୟର ଅନୁମତି, ଖୋଲିବ ଷ୍ଟାଡିୟମ-ସ୍ପୋର୍ଟ୍ସ କମ୍ପ୍ଳେକ୍ସ - ଗୃହ ମନ୍ତ୍ରଣାଳୟର ଅନୁମତି

ମହାମାରୀ କୋରୋନା ଭାଇରସ କାରଣରୁ ଦେଶରେ ଲାଗୁ ହୋଇଛି ଚତୁର୍ଥ ପର୍ଯ୍ୟାୟ ଲକଡାଉନ । ତେବେ ଲକଡାଉନର ଏହି ପର୍ଯ୍ୟାୟରେ ଦେଶରେ କ୍ରୀଡାର ବୃହତସ୍ବାର୍ଥକୁ ଦୃଷ୍ଟିରେ ରଖି ସ୍ପୋର୍ଟ୍ସ କମ୍ପ୍ଳେକ୍ସ ଓ ଷ୍ଟାଡିୟମ ଖୋଲିବାକୁ ଅନୁମତି ମିଳିଛି ।

MHA allows sports complexes, stadium to open in lockdown
ଲକଡାଉନ 4.0: ଗୃହ ମନ୍ତ୍ରଣାଳୟର ଅନୁମତି, ଖୋଲିବ ଷ୍ଟାଡିୟମ-ସ୍ପୋର୍ଟ୍ସ କମ୍ପ୍ଳେକ୍ସ
author img

By

Published : May 18, 2020, 10:30 AM IST

ନୂଆଦିଲ୍ଲୀ: ମହାମାରୀ କୋରୋନା ଭାଇରସ କାରଣରୁ ଦେଶରେ ଲାଗୁ ହୋଇଛି ଚତୁର୍ଥ ପର୍ଯ୍ୟାୟ ଲକଡାଉନ । ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଏନେଇ ସଙ୍କେତ ଦେଇଥିଲେ । 4ର୍ଥ ପର୍ଯ୍ୟାୟ ଲକଡାଉନର ଅବଧି ମେ 18ରୁ ମେ31 ପର୍ଯ୍ୟନ୍ତ ରହିଛି । ତେବେ କେନ୍ଦ୍ର ଗୃହନ୍ତ୍ରଣାଳୟ ଲକଡାଉନ 4.0 ରେ କିଛି କଟକଣା କୋହଳ କରିଛି ।

ଦେଶରେ କ୍ରୀଡାର ବୃହତସ୍ବାର୍ଥକୁ ଦୃଷ୍ଟିରେ ରଖି ସ୍ପୋର୍ଟ୍ସ କମ୍ପ୍ଳେକ୍ସ ଓ ଷ୍ଟାଡିୟମ ଖୋଲିବାକୁ ଅନୁମତି ମିଳିଛି । ତେବେ ଦର୍ଶକଙ୍କ ପାଇଁ ଏବେବି ଷ୍ଟାଡିୟମ ଯିବାକୁ ବାରଣ କରାଯାଇଛି । କେବଳ କ୍ରୀଡାବିତ ଓ ଅଲମ୍ପିକ ଆଥଲେଟ ଅଭ୍ୟାସ ଆରମ୍ଭ କରିବା ପାଇଁ ଏହି ନିଷ୍ପତି ନିଆଯାଇଛି । କୌଣସି ପ୍ରକାର କ୍ରୀଡା କାର୍ଯ୍ୟକ୍ରମର ଆୟୋଜନ ଓ ଭିଡକୁ ବାରଣ କଟକଣା ବଳବତ୍ତର ରହିଛି । ଭାରତରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା 90,000 ପାର୍ କରିସାରିଛି । ମୃତ୍ୟୁ ସଂଖ୍ୟା 3000 ଛୁଇଁସାରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.