ଚଣ୍ତିଗଡ: ପୁଣି କୋରାନା ଭାଇରାସ ନେଲା ଆଉ ଜଣେ କ୍ରୀଡାବିତ୍ଙ୍କ ଜୀବନ । ମୂଳ ଭାରତୀୟ ଆଥେଲଟିକ ଅମରିକ ସିଂଙ୍କ ମୃତ୍ୟୁର କାରଣ ପାଲଟିଛି କୋରୋନା ।
ସେ ଲଣ୍ଡନ ମାରଥାନରେ 26ଥର ଅଂଶଗ୍ରହଣ କରିଛନ୍ତି । ଗ୍ଲାସଗୋରେ ସେ ବସବାସ କରୁଥିଲେ । ମୃତ୍ୟୁବେଳକୁ ତାଙ୍କୁ 89ବର୍ଷ ହୋଇଥିଲା । ସେ 4ଦିନ କୋରୋନା ସହ ଲଢିବା ପରେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି । ଏହାର ସୂଚନା ତାଙ୍କର ପରିବାର ବର୍ଗ ଦେଇଛନ୍ତି ।
1970 ମସିହାରେ ଭାରତରୁ ସେ ଗ୍ଲାସଗୋ ଚାଲି ଆସିଥିଲେ । ଅମରିକଙ୍କ ନାତି ପମନ ସିଂ ଟ୍ବିଟ କରି କହିଛନ୍ତି ଯେ, ଶୁଭରାତ୍ରି ଅମରିକ ସିଂ । ଆପଣ ଚାଲିଗଲେ କିନ୍ତୁ ଆପଣଙ୍କୁ କେବେ ଭୁଲି ହେବ ନାହିଁ । ଆପଣ ଯେଉଁ ଭଲ କାମ କରିଛନ୍ତି ଓ ମାନବିକତା ସାରା ଦେଶରେ ପ୍ରଚାର କରିଛନ୍ତି ।
ଏଥିସହ ଆହୁରି ମଧ୍ୟ କହିଛନ୍ତି, ଲୋକଙ୍କୁ ସାହାଯ୍ୟ କରିବା ବ୍ୟତୀତ ଦୌଡାବା ତାଙ୍କୁ ବହୁତ ପ୍ରିୟ ଥିଲା । ସ୍କଟଲ୍ୟାଣ୍ଡ ଶିଖ ସମୁଦାୟର ସଂସ୍ଥାପକ ଅମରିକ ସିଂଙ୍କୁ ଗତ ରବିବାର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।