ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଭାରତୀୟ ଇନଡୋର ଗେମ ଉପରେ ଗୁରୁତ୍ୱାରୋପ କରି କହିଛନ୍ତି ଯେ, ଏହି ପାରମ୍ପାରିକ ଖେଳ ଗୁଡିକ ଏକ ନୂତନ ଅବତାରରେ ଉପସ୍ଥାପିତ କରାଯିବା ଉଚିତ ।
ଆଜି ମନ କି ବାତ୍ରେ ମୋଦି କହିଛନ୍ତି, " ଆମେ ଭାରତର ପାରମ୍ପାରିକ ଇନଡୋର ଗେମକୁ ଏକ ନୂତନ ତଥା ଆକର୍ଷଣୀୟ ଅବତାରରେ ଉପସ୍ଥାପନ କରିବା ଉଚିତ୍ । ଯାହା ଫଳରେ ଏହି ଖେଳକୁ ଆୟୋଜନ କରୁଥିବା ବ୍ୟକ୍ତି ବା ଏହା ସହିତ ଜଡିତ ଯୋଗାଣକାରୀ ଏବଂ ଷ୍ଟାର୍ଟ ଅପମାନେ ବହୁ ଲୋକପ୍ରିୟ ହେବେ । ଆମକୁ ଏହା ମନେ ରଖିବାକୁ ହେବ ଯେ ଆମର ଭାରତୀୟ କ୍ରୀଡା ଗୁଡିକ ସ୍ଥାନୀୟ ଖେଳ ଭାବେ ବେଶ ପରିଚିତ ଅଟେ ।
"ଆମ ଦେଶରେ ଅନେକ ପାରମ୍ପାରିକ କ୍ରୀଡ଼ା ତଥା ଐତିହାସିକ ଖେଳ ରହିଛି । ଉଦାହରଣ ସ୍ୱରୂପ, ଆପଣ ହୁଏତ 'ପାଚିସି' ନାମକ ଏକ ଖେଳର ନାମ ଶୁଣିଥିବେ । ଏହି ଖେଳ ତାମିଲନାଡୁର 'ପାଲାଙ୍ଗୁଲି' ଭାବେ ପରିଚିତ । ସେହିପରି କର୍ଣ୍ଣାଟକର 'ଅଲି ଗୁଲି ମନେ' ଏବଂ ଆନ୍ଧ୍ରପ୍ରଦେଶରେ 'ଭମାନ ଗୁଣ୍ଟଲୁ' ଭାବରେ ଜଣାଶୁଣା ଖେଳ ଗୁଡିକୁ ଆମେ ଆକର୍ଷଣୀୟ ଢଙ୍ଗରେ ପରିବେଷଣ କରି ପାରିବା ’’ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ।