ETV Bharat / sports

ମନିଷା ରାମଦାସ ହେଲେ ୨୦୨୨ର ସର୍ବଶ୍ରେଷ୍ଠ ମହିଳା ପାରା ବ୍ୟାଡମିଣ୍ଟନ ଖେଳାଳି

author img

By

Published : Dec 6, 2022, 10:44 PM IST

ଭାରତୀୟ ଖେଳାଳି ମନିଷା ରାମଦାସ ହେଲେ ବର୍ଷ ୨୦୨୨ର ସର୍ବଶ୍ରେଷ୍ଠ ମହିଳା ପାରା ବ୍ୟାଡମିଣ୍ଟନର । ଅଧିକ ପଢନ୍ତୁ

ମନିଷା ରାମଦାସ ହେଲେ ୨୦୨୨ର ସର୍ବଶ୍ରେଷ୍ଠ ମହିଳା ପାରା ବ୍ୟାଡମିଣ୍ଟନ ଖେଳାଳି
ମନିଷା ରାମଦାସ ହେଲେ ୨୦୨୨ର ସର୍ବଶ୍ରେଷ୍ଠ ମହିଳା ପାରା ବ୍ୟାଡମିଣ୍ଟନ ଖେଳାଳି

ହାଇଦ୍ରାବାଦ: ମନିଷା ରାମଦାସ ହେଲେ ବର୍ଷ ୨୦୨୨ର ସର୍ବଶ୍ରେଷ୍ଠ ମହିଳା ପାରା ବ୍ୟାଡମିଣ୍ଟନ ଖେଳାଳି । ଏହି ଭାରତୀୟ ଖେଳାଳିଙ୍କ ଦମଦାର ପ୍ରଦର୍ଶନ ପାଇଁ ବିଶ୍ବ ବ୍ୟାଡମିଣ୍ଟନ ମହାସଂଘ (BWF) ତାଙ୍କୁ ପୁରସ୍କୃତ କରିଛି । BWF ସୋମବାର ଏହି ୧୭ ବର୍ଷିୟ ବ୍ୟାଡମିଣ୍ଟନ ଖେଳାଳି ମନିଷାଙ୍କୁ ବିଜେତା ଘୋଷଣା କରିଛି । ମନିଷା ବିଶ୍ବ ଚମ୍ପିଆନସିପ ଏସୟୁ୫ ବର୍ଗରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ । ସେ ଚଳିତ ବର୍ଷ ପାଖାପାଖି ୧୧ ଟି ସ୍ବର୍ଣ୍ଣ ପଦକ ଓ ପାଞ୍ଚୋଟି ବ୍ରୋଞ୍ଚ ପଦକ ଜିତିଛନ୍ତି । ସେହିପରି ଚଳିତ ବର୍ଷ ସର୍ବଶ୍ରେଷ୍ଠ ମହିଳା ବ୍ୟାଡମିଣ୍ଟନ ଖେଳାଳି ଜାପାନର ଅକାନେ ୟାମାଗୁଚୀ ହୋଇଛନ୍ତି । ଯିଏ ୯ ମାସ ଭିତରେ ଲଗାତାର ଦୁଇଥର ବିଶ୍ବ ଟାଇଟଲ ହାସଲ କରିଛନ୍ତି ।

ଏହି ଦୌଡରେ ଭାରତର ନିତ୍ୟାଶ୍ରୀ ସୁମତି ଏବଂ ମାନସୀ ଜୋଶୀ, ସେରୀନା ସାତୋମୀ, ଗିଉଲିୟାନା ପୋୱେଦା ଫ୍ଲୋରେନ୍ସ ଏବଂ ପିଲାର ଜୌରଗୁଇ ସାମିଲ ରହିଥିଲେ । ପାରା ଅଲମ୍ପିକ ଚମ୍ପିଆନ ପ୍ରମୋଦ ଭଗତ ଏବଂ ଥୋମାସ କପ ବିଜେତା ଏଚ ଏସ୍ ପ୍ରଣୟ ଏହି BWF ପୁରସ୍କାର ଦୌଡରୁ ପଛରେ ପଡିଛନ୍ତି । ଚଳିତ ବର୍ଷ ବିଶ୍ବ ଚମ୍ପିଆନସିପରେ ଚତୁର୍ଥ ଥର ପାଇଁ ସ୍ବର୍ଣ୍ଣ ପଦକ ହାସଲ କରିଥିବା ଭଗତଙ୍କୁ BWF ଚଳିତ ବର୍ଷ ସର୍ବଶ୍ରେଷ୍ଠ ପୁରୁଷ ପାରା ବ୍ୟାଡମିଣ୍ଟନ ଭାବରେ ଚୟନ କରାଯାଇଥିଲା । ହେଲେ ଏହି ପୁରସ୍କାର WH2 ବର୍ଗରେ ବିଶ୍ବ ଚମ୍ପିଆନ ଏବଂ ପାରାଅଲମ୍ପିକ୍ ଚମ୍ପିଆନ ଡିକି କାଜିୱାରାଙ୍କୁ ମିଳିଛି । ସେ ୧୦ ଟି ସ୍ବର୍ଣ୍ଣ ପଦକ ଏବଂ ଚାରୋଟି ବ୍ରୋଞ୍ଜ ପଦକ ଜିତିଛନ୍ତି । ଏହି ପୁରୁଷ ବର୍ଗରେ ଏହି ଦୌଡରେ ଏହି ଦୁଇ ବ୍ୟାଡମିଣ୍ଟନ ଖେଳାଳିଙ୍କ ସହିତ ଚିହ ଲିକ ହଉ, ଲୁକାସ ମାଜୁର, ଚ୍ୟୁ ମାନ କାଇ ଏବଂ ଜୁଙ୍ଗମୈନ ସାମିଲ ରହିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.