ETV Bharat / sports

Hockey World Cup: ରାଉରକେଲାରେ ପହଁଞ୍ଚିଲା ମାଲେସିଆ, ନେଦରଲାଣ୍ଡ ବିପକ୍ଷରେ ଆରମ୍ଭ କରିବ ଅଭିଯାନ

author img

By

Published : Jan 7, 2023, 8:40 PM IST

ହକି ବିଶ୍ବକପ ପାଇଁ ଗୋଟିଏ ପରେ ଗୋଟି ଦଳ ରାଉରକେଲାରେ ପହଁଞ୍ଚିବାରେ ଲାଗିଛନ୍ତି । ପ୍ରଥମେ ବିଦେଶୀ ଦଳ ଭାବରେ ମାଲେସିଆ ପହଁଞ୍ଚିତଥିବା ବେଳେ ପରେ ମାଲେସିଆ ପହଁଞ୍ଚିଛି । ଅଧିକ ପଢନ୍ତୁ

ମାଲେସିଆ ହକି ଟିମ
ମାଲେସିଆ ହକି ଟିମ
Hockey World Cup : ରାଉରକେଲାରେ ପହଁଞ୍ଚିଲା ମାଲେସିଆ, ନେଦରଲାଣ୍ଡ ବିପକ୍ଷରେ ଆରମ୍ଭ କରିବ ଅଭିଯାନ

ରାଉରକେଲା: ରାଉରକେଲାରେ ପହଁଞ୍ଚିଛି ମାଲେସିଆ ହକି ଟିମ । ହକି ବିଶ୍ବକପକୁ ଆଉ ମାତ୍ର ଛଅ ଦିନ ବାକି ରହିଲା । ଗୋଟିଏ ପରେ ଗୋଟି ଦଳ ରାଉରକେଲାରେ ପହଁଞ୍ଚିବାରେ ଲାଗିଛନ୍ତି । ପ୍ରଥମ ବିଦେଶୀ ଦଳ ଭାବରେ ନ୍ୟୁଜିଲାଣ୍ଡ ରାଉରକେଲାରେ ପହଁଞ୍ଚି ଥିଲା । ଏହା ପରେ ମାଲେସିଆ ହକି ଟିମ ରାଉରକେଲାରେ ପହଁଞ୍ଚିଛି । ସ୍ବତନ୍ତ୍ର ବିମାନ ଯୋଗେ ଅପରାହ୍ନରେ ରାଉରକେଲାରେ ପହଁଞ୍ଚିଥିଲେ ମାଲେସିଆ ହକି ଟିମ ।

ଦ୍ବିତୀୟ ବିଦେଶୀ ଦଳ ଭାବରେ ରାଉରକେଲା ସହରରେ ପହଁଞ୍ଚିଛି ମାଲେସିଆ ହକି ଦଳ । ଏହି ଟମକୁ ଏକ ସ୍ବତନ୍ତ୍ର ବିମାନ ଯୋଗେ ଭୁବନେଶ୍ବରରୁ ରାଉରକେଲାକୁ ଅଣାଯାଇଥିଲା । ମାଲେସିଆ ଟିମ ରାଉରକେଲାରେ ଦୁଇଟି ମ୍ୟାଚ ଖେଳିବ । ଜାନୁଆରୀ ୧୪ ତାରିଖରେ ନେଦରଲାଣ୍ଡ ବିପକ୍ଷରେ ବିଶ୍ବକପ ଅଭିଯାନ ଆରମ୍ଭ କରିବ ମାଲେସିଆ । ସେହିପରି ୧୬ ତାରିଖରେ ଚିଲି ବିପକ୍ଷରେ ମାଲେସିଆ ଦ୍ବିତୀୟ ମ୍ୟାଚ ଖେଳିବ । ଏହି ଦୁଇଟି ମ୍ୟାଚ ରାଉରକେଲାସ୍ଥିତ ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ଖେଳାଯିବ । ତେଣୁ କରି ରାଉରକେଲାରେ ଆଗୁଆ ପହଁଞ୍ଚି ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ପ୍ରାକ୍ଟିସ କରିବ ମାଲେସିଆ ।

ମାଲେସିଆ ହକି ଦଳର ମୁଖ୍ୟ କୋଚ ଅରୂଲ ଆଣ୍ଠୋନି କହିଛନ୍ତି, "ମାଲେସିଆ ଦଳ ହକି ବଶ୍ବକପ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ । ବିଶ୍ବକପରେ ଭଲ ପ୍ରଦର୍ଶନ ଆମର ମୂଳ ଲକ୍ଷ୍ୟ । ଓଡିଶା ଭଳି ମାଲେସିଆରେ ମଧ୍ୟ ପାଣିପାଗ ସମାନ । ତେଣୁ ମ୍ୟାଲେସିଆ ଦଳ ପାଇଁ ଅଧିକ ଚ୍ୟାଲେଞ୍ଜ ରହିବ ନାହିଁ । ତଥାପି ଆମେ ଆମର ଶ୍ରେଷ୍ଠ ପ୍ରଦର୍ଶନ କରିବୁ ।" ମାଲେସିଆ ହକି ଟିମ କ୍ୟାପଟେନ ମରହାନ ଜଳିଲ କହିଛନ୍ତି, "ନୂତନ ଷ୍ଟାଡିୟମର ନୂଆ ପିଚ ଆମ ପାଇଁ ଟିକେ କଠିନ ରହିବ । ତଥାପି ଆମେ ବିଶ୍ବକପ ନେଇ ପ୍ରସ୍ତୁତ ଅଛୁ ।"

ହକି ମହାକୁମ୍ଭ ପାଇଁ ବେଶ୍ ଉତ୍ସାହିତ ହକିର ଏନ୍ତୁଡିଶାଳ ସୁନ୍ଦରଗଡ । ବିଶ୍ବକପ ପାଇଁ ବେଶ୍ ଚଳଚଞ୍ଚଳ ହୋଇ ଉଠିଛି ରାଉରକେଲା ସହର । ଦର୍ଶକଙ୍କ କରତାଳି ଓ ହୋ ହଲ୍ଲାରେ କମ୍ପିବ ଷ୍ଟାଡିୟମ । ଦିନେ ଯେତେ ପାଖଉଛି ହକି ପ୍ରେମିଙ୍କ ମଧ୍ୟରେ ଉତ୍କଣ୍ଠା ସେତିକି ବଢୁଛି । ଓଡ଼ିଶା ଦ୍ଵିତୀୟ ଥର ହକିର ବିଶ୍ବକପ ଆୟୋଜନ କରୁଥିବା ବେଳେ ଭୁବନେଶ୍ବରରେ ଥିବା କଳିଙ୍ଗ ଷ୍ଟାଡିୟମ ଏବଂ ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ହକି ବିଶ୍ବକପ ଖେଳାଯିବ । ଯାହାକୁ ନେଇ ସାରା ଓଡ଼ିଶାରେ ଦେଖିବାକୁ ମିଳିଛି ହକି ଫିଭର ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.