ETV Bharat / sports

ଟ୍ରଫି ଧରି ଶାନ୍ତିରେ ଶୋଇଲେ ମେସି, ଭାଇରାଲ ହେଲା ଫଟୋ

କିମ୍ବଦନ୍ତୀ ଫୁଟବଲର ଲିଓନେଲ ମେସି ବିଶ୍ବକପ ଟ୍ରଫି ଧରି ଶୋଇଥିବାର ନଜର ଆସିଛନ୍ତି । ଅଧିକ ପଢନ୍ତୁ

ଶାନ୍ତିପୂର୍ଣ୍ଣ ନିଦ୍ରାରେ ଟ୍ରଫି ଧରି ଶୋଇଲେ ମେସି, ଭାଇରାଲ ହେଲା ଫଟୋ

author img

By

Published : Dec 21, 2022, 6:59 AM IST

ହାଇଦ୍ରାବାଦ: 36 ବର୍ଷ ପରେ ବିଶ୍ବବିଜେତା ହୋଇଛି ଆର୍ଜେଣ୍ଟିନା । ଅଧିନାୟକ ମେସିଙ୍କ ନେତୃତ୍ବରେ ଦଳ ଫିଫା ବିଶ୍ବକପ ୨୦୨୨ ଟ୍ରଫି ହାତେଇବାରେ ସଫଳ ହୋଇଛି । ତେବେ ବିଶ୍ବକପ ସରିଯାଇଥିଲେ ସୁଦ୍ଧା ଏହାର ଫିଭର ଏବେବି ସୋସିଆଲ ମିଡିଆରେ ଜଡିତ ରହିଛି କିମ୍ବଦନ୍ତୀ ଫୁଟବଲର ଲିଓନେଲ ମେସି ବିଶ୍ବକପ ଟ୍ରଫି ଧରି ଶୋଇଥିବାର ନଜର ଆସିଛନ୍ତି । ତାଙ୍କର ଏହି ଫଟୋ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଫଟୋ ଦେଖିଲେ ଏମିତି ଲାଗୁଛି ଯେ ମେସି ବହୁ ଦିନରୁ ଏହି ଟ୍ରଫିକୁ ଅପେକ୍ଷା କରି ରହିଥିଲେ । ଟ୍ରଫିକୁ ଧରି ଶୋଇବାର ସେ ସ୍ବପ୍ନ ଦେଖି ଆସୁଥିଲେ । ଯାହା ଆଜି ତାଙ୍କ ସ୍ବପ୍ନ ସାକାର ହୋଇଛି । ଶେଷରେ ସେ ଫିଫା ବିଶ୍ବକପରେ ଟ୍ରଫି ହାସଲ କରି ନିଜର ସ୍ବପ୍ନକୁ ପୁରା କରିଛନ୍ତି ।

ପେନାଲ୍ଟି ସୁଟ ଆଉଟରେ ଡିଫେଣ୍ଡିଂ ଚମ୍ପିଅନ ଫ୍ରାନ୍ସକୁ 4-2 ଗୋଲରେ ପରାସ୍ତ କରି ଫିଫା ବିଶ୍ବକପ ଟ୍ରଫି ହାତେଇଛି ଆର୍ଜେଣ୍ଟିନା । ମ୍ୟାଚରେ ମେସିଙ୍କ ମ୍ୟାଜିକ ଦେଖିବାକୁ ମିଳିଥିଲା । ଫ୍ୟାନ୍ସଙ୍କ ସମର୍ଥନରେ ଲୁସେଲ ଷ୍ଟାଡିୟମ କମ୍ପିବାରେ ଲାଗିଥିଲା । ମେସିଙ୍କ ଫ୍ୟାନ୍ସଙ୍କ ମୁହଁରେ ବିଜୟର ଖୁସି ଅବର୍ଣ୍ଣନୀୟ ରହିଥିଲା । ଚମ୍ପିଆନ ଚମ୍ପିଆନ ଆର୍ଜେଣ୍ଟିନା ଚମ୍ପିଆନରେ କମ୍ପିଥିଲା ଗ୍ରାଉଣ୍ଡ ।

ଆର୍ଜେଣ୍ଟିନା ପୂର୍ବରୁ 1978 ଓ 1986ରେ ଚମ୍ପିଆନ ହୋଇଥିଲା । ବିଶ୍ବକପରେ ସର୍ବାଧିକ ମ୍ୟାଚ ଖେଳିଛନ୍ତି ମେସି । ଆର୍ଜେଣ୍ଟିନା ପକ୍ଷରୁ ସର୍ବାଧିକ ଗୋଲ ମଧ୍ୟ ତାଙ୍କ ନାମରେ ରହିଛି । 26ଟି ବିଶ୍ବକପ ମ୍ୟାଚ ଖେଳିଥିବା ବେଳେ ଦଳ ପକ୍ଷରୁ 13ଟି ଗୋଲ କରିଛନ୍ତି । 2022ରେ ତାଙ୍କ ଗୋଲ ସଂଖ୍ୟା 7 ରହିଛି । ଚଳିତ ବିଶ୍ବକପରେ ମେସିଙ୍କୁ ଗୋଲ୍ଡେନ ବଲ ମିଳିଛି । ଏହା ସହିତ ସେ ମ୍ୟାନ ଅଫ ଦି ମ୍ୟାଚ ହୋଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.