ETV Bharat / sports

ଟିମ ମେମ୍ବରଙ୍କ ଲଢେଇ: ବାଜି ମାରିଲେ ଲୁଇସ ହାମିଲଟନ୍‌

author img

By

Published : Apr 1, 2019, 1:52 PM IST

ବର୍ଷର ପ୍ରଥମ ଗ୍ରାଣ୍ଡ ପ୍ରିକ୍ସ ଅଷ୍ଟ୍ରେଲିଆନ କପରେ ହାମିଲଟନ୍‌କୁ ପଛରେ ପକାଇ ବୋଟାସ ଟ୍ରଫି ଜିତିଥିଲେ । ଏବର୍ଷର 2ଟି ଟ୍ରଫି ମର୍ସିଡିଜ କମ୍ପାନୀଙ୍କୁ ହିଁ ମିଳିଛି । ରେସର ତୃତୀୟ ସ୍ଥାନରେ ରହିଛି ଫେରାରି ।

ଫାଇଲ ଫଟୋ

ବାହାରିନ: ଦୁଇ ଟିମ ମେମ୍ବରଙ୍କ ମଧ୍ୟରେ ଲଢେଇରେ ବାଜିମାତ କରିଛନ୍ତି ଲୁଇସ ହାମିଲଟନ୍‌ । ଏଠାରେ ଚାଲିଥିବା ଚଳିତ ଫର୍ମୁଲା ୱାନ ଋତୁର ଦ୍ବିତୀୟ ରେସ ବାହାରିନ ଗ୍ରାଣ୍ଡ ପ୍ରିକ୍ସକୁ ଜିତିନେଇଛି ମର୍ସିଡିଜ । ଏହାର ଚାଳକ ହାମିଲଟନ୍‌ ପ୍ରଥମ ସ୍ଥାନରେ ରହିଛନ୍ତି ।

ବ୍ରିଟିସ ତାରକା ହାମିଲଟନ୍‌ ମୋଟ ୧ ଘଣ୍ଟା ୩୪ ମିନିଟ୍‌ ୨୧.୨୯୫ ସେକେଣ୍ଡ ସମୟ ନେଇ ଏହି ମ୍ୟାଚ ଜିତିଛନ୍ତି । ତେବେ ପ୍ରଥମ ସ୍ଥାନ ପାଇଁ ମର୍ସିଡିଜର 2 ଚାଳକଙ୍କ ମଧ୍ୟରେ ତୀବ୍ର ପ୍ରତିଦ୍ବନ୍ଦିତା ହୋଇଥିଲା । ହେଲେ ଶେଷରେ ନିଜ ସାଥୀ ଚାଳକ ଫିନଲାଣ୍ଡର ଭାଲଟ୍ଟେରୀ ବୋଟ୍ଟାସଙ୍କୁ ପଛରେ ପକାଇ ଏବର୍ଷର ପ୍ରଥମ ଗ୍ରାଣ୍ଡ ପ୍ରିକ୍ସ ଜିତିଥିଲେ ହାମିଲଟନ୍‌ ।

ବର୍ଷର ପ୍ରଥମ ଗ୍ରାଣ୍ଡ ପ୍ରିକ୍ସ ଅଷ୍ଟ୍ରେଲିଆନ କପରେ ହାମିଲଟନ୍‌କୁ ପଛରେ ପକାଇ ବୋଟାସ ଟ୍ରଫି ଜିତିଥିଲେ । ତେବେ 2ଟି ଟ୍ରଫି ମର୍ସିଡିଜ କମ୍ପାନୀଙ୍କୁ ହିଁ ମିଳିଛି । ରେସର ତୃତୀୟ ସ୍ଥାନରେ ରହିଛି ଫେରାରି । ଏହାର ଡ୍ରାଇଭର କାର୍ଲେସ ଲେକଲର୍କ ତୃତୀୟ ହେବା ସହ ଅନ୍ୟତମ ଡ୍ରାଇଭର ତଥା ପୂର୍ବ ଚମ୍ପିଆନ ସେବେଷ୍ଟିଆନ ଭେଟଲ 5ମ ସ୍ଥାନରେ ରହିଥିଲେ ।

ଏହାସହ ରେଡବୁଲର ମ୍ୟାକ୍ସ ଭର୍ସ୍ତାପେନ୍‌ 4ର୍ଥ ସ୍ଥାନରେ ରହି ରେସ ଶେଷ କରିଥିଲେ । ରେସରେ ଫେରାରି ଡ୍ରାଇଭର ଭେଟଲ ଓ ହାମିଲଟନ୍‌ଙ୍କ ମଧ୍ୟରେ କଡା ପ୍ରତିଯୋଗିତା ହୋଇଥିଲେ ମଧ୍ୟ ଶେଷରେ ମର୍ସିଡିଜ ଡ୍ରାଇଭର ବାଜି ମାରି ନେଇଥିଲେ । ଶେଷ ଲାପ୍‌ ସମ୍ପୂର୍ଣ୍ଣ ହେବା ପୂର୍ବରୁ ଭେଟଲଙ୍କ ଗାଡି ହାମିଲଟନ୍‌ଙ୍କ ସହ ଧକ୍କା ଖାଇଥିଲା । ଫଳରେ ଭେଟଲ ପଛରେ ପଡିଯାଇଥିଲେ ।

Intro:Body:

sdjksjdkasd

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.