ETV Bharat / sports

କୋରୋନା କାଳରେ ଚଳିତ ବର୍ଷ ପାଳନ ହେବ ଜାତୀୟ କ୍ରୀଡା ଦିବସ - ଧ୍ୟାନଚାନ୍ଦଙ୍କ ଜନ୍ମଜୟନ୍ତୀ

ହକିର ଯାଦୁଗର କିମ୍ବଦନ୍ତୀ ଭାରତୀୟ ହକି ତାରକା ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଜୟନ୍ତୀ ଅଗଷ୍ଟ 29କୁ ଜାତୀୟ କ୍ରୀଡା ଦିବସ ରୂପେ ଦେଶ ପାଳନ କରିଆସୁଛି ।

Know how this year National Sports day is going to be celebrated amid Corona virus
କୋରୋନା କାୟା ମଧ୍ୟରେ ଚଳିତ ବର୍ଷ ପାଳନ ହେବ ଜାତୀୟ କ୍ରୀଡା ଦିବସ
author img

By

Published : Aug 28, 2020, 9:57 PM IST

ହାଇଦ୍ରାବାଦ: ହକିର ଯାଦୁଗର କିମ୍ବଦନ୍ତୀ ଭାରତୀୟ ହକି ତାରକା ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଜୟନ୍ତୀ ଅଗଷ୍ଟ 29କୁ ଜାତୀୟ କ୍ରୀଡା ଦିବସ ରୂପେ ଦେଶ ପାଳନ କରିଆସୁଛି । ଭାରତ ସରକାରଙ୍କ ଦ୍ବାରା ଏହି ଅବସରରେ, ଅନ୍ତର୍ଜାତୀୟ ସ୍ତରରେ ଦେଶକୁ ଗୌରବାନ୍ନିତ କରିଥିବା ଖେଳାଳିଙ୍କୁ ସମ୍ମାନିତ କରାଯାଇଥାଏ । ଭାରତର ରାଷ୍ଟ୍ରପତି ଖେଳାଳିଙ୍କୁ ପୁରସ୍କାର ଦ୍ବାରା ସମ୍ମାନିତ କରିଥାନ୍ତି । ଆଜି ବି ମେଜର ଧ୍ୟାନଚାନ୍ଦଙ୍କ ହକିର ଯାଦୁକୁ ସ୍ମରଣ କରାଯାଏ, ଯାହାକୁ ଦେଖି ସାରା ବିଶ୍ବ ଅଭିଭୁତ ହୋଇଥିଲା ।

Know how this year National Sports day is going to be celebrated amid Corona virus
ଜାତୀୟ କ୍ରୀଡା ଦିବସ

'ଦ ବିଜର୍ଡ' ନାମରେ ପରିଚିତ ଧ୍ଯାମଚାନ୍ଦଙ୍କ ଅସଲି ନାମ ଧ୍ୟାନ ସିଂ ଥିଲା । ହକି ପ୍ରତି ତାଙ୍କର ଦୁର୍ବଳତା ଓ ପ୍ରତିବଦ୍ଧତା ଏପରି ଥିଲା ଯେ, ରାତ୍ରିର ଚନ୍ଦ୍ରାଲୋକରେ ସେ ହକିର ଅଭ୍ୟାସ କରିବାକୁ ପଛାଉନଥିଲେ । ସେଥିପାଇଁ ତାଙ୍କର କୋଚ ତାଙ୍କର ନାମ ଧ୍ୟାମ ଚାନ୍ଦ ରଖିଥିଲେ । ଧ୍ୟାନ ଚାନ୍ଦଙ୍କୁ ଯେତେବେଳେ ମାତ୍ର 16 ବର୍ଷ ବୟସ ହୋଇଥିଲା, ଦେଶର ସେବା ପାଇଁ ସେ ସେନାରେ ଭର୍ତ୍ତି ହୋଇଥିଲେ । ପରେ ଆର୍ମୀ ଓ ହକି ଉଭୟକୁ ଏକାସଙ୍ଗେ ଚଳାଇଥିଲେ ।

ଧ୍ୟାନଚାନ୍ଦ 1928 ଆମଷ୍ଟରଡମ ଅଲମ୍ପିକ୍ସ, 1932 ଲସ ଏଞ୍ଜେଲିସ ଅଲମ୍ପିକ୍ସ ଓ 1936 ବର୍ଲିନ ଅଲମ୍ପିକ୍ସରେ ଭାରତ ପାଇଁ 3 ଅଲମ୍ପିକ ମେଡାଲ ଦେଇଥିଲେ । ଏଥିସହିତ ସଂପୂର୍ଣ୍ଣ କ୍ୟାରିୟରରେ 400ଟି ଗୋଲ କରିଛନ୍ତି ଯାହା ଏଯାବତ ସର୍ବକାଳୀନ ସର୍ବାଧିକ ଗୋଲ ସଂଖ୍ୟା ରହିଛି ।

କୌତୁହଳର କଥା ଏହା ଯେ, ଏକଦା ଭାରତୀୟ ହକି ଦଳର ସେଣ୍ଟର ଫରୱାର୍ଡ ଖେଳାଳି ଧ୍ୟାନଚାନ୍ଦଙ୍କ ହକି ଷ୍ଟିକକୁ ନେଦରଲାଣ୍ଡସରେ ରିସର୍ଚ୍ଚ କରାଯାଇଥିଲା । ହକି ଷ୍ଟିକରେ କୌଣସି ମ୍ୟାଗନେଟ ଲଗାଇ ବଲକୁ ଅବିଶ୍ବସନୀୟ ଭାବେ ନେଇଯାଉଥିବା ନେଇ ପରୀକ୍ଷା କରାଯାଇଥିଲା ।

ଅଲମ୍ପିକ ଭଳି ବିଶ୍ବ କ୍ରୀଡାର ମହାକୁମ୍ଭରେ ଭାରତର ଧ୍ୟାନଚାନ୍ଦ ହକି ଯାଦୁଗରୀର ଅଭୁତପୂର୍ଣ୍ଣ ପ୍ରଦର୍ଶନ କରିଛନ୍ତି । ଅଷ୍ଟ୍ରିଆର ବିୟୋନାଠାରେ ଧ୍ୟାନଚାନ୍ଦଙ୍କ 4ଟି ହାତ ଓ 4ଟି ଷ୍ଟିକ ବାଲା ଏକ ସ୍ମାରକୀ ନିର୍ମିତ ହୋଇଥିଲା । ଯାହା ଏବେ ବି ରହିଛି ।

ଜାତୀୟ କ୍ରୀଡା ପୁରସ୍କାର ଦିବସ ଉପରେ କୋରୋନାର ପ୍ରଭାବ ଚଳିତ ବର୍ଷ ମହାମାରୀ କୋରୋନା ଭାଇରସ କାରଣରୁ କ୍ରୀଡା ପୁରସ୍କାର ଚୟନରେ ବିଳମ୍ବ ହୋଇଥିଲା । ସ୍ବାଭାବିକ ସ୍ଥିତିରେ କ୍ରୀଡା ମନ୍ତ୍ରଣାଳୟ ଏପ୍ରିଲ ମାସରୁ ଚୟନ ପ୍ରକ୍ରିୟା ଆରମ୍ଭ ସହ ମନୋନୟନ ପ୍ରକ୍ରିୟା ଆରମ୍ଭ କରିଥାଏ । ଏହାପରେ 29 ଅଗଷ୍ଟରେ ସମସ୍ତ ଖେଳାଳିଙ୍କୁ ରାଷ୍ଟ୍ରପତି ଭବନରେ ପୁରସ୍କୃତ କରାଯାଏ । ମାତ୍ର କୋରୋନା ସ୍ଥିତି କେବଳ ଦେଶରେ ନୁହେଁ ବିଶ୍ବରେ କ୍ରୀଡା କାର୍ଯ୍ୟକଳାପ ଠପ୍ ହୋଇଗଲା ।

ତେବେ ଚଳିତ ବର୍ଷ କ୍ରୀଡା ମନ୍ତ୍ରଣାଳୟ 27 ଜଣ ଖେଳାଳିଙ୍କୁ ଅର୍ଜୁନ ଆୱାର୍ଡ ଓ 5ଜଣଙ୍କୁ ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାର ପାଇଁ ମନୋନୀତ କରିଛି । 29 ଅଗଷ୍ଟରେ ଭର୍ଚୁଆଲ ପୁରସ୍କାର ବିତରଣ ସମାରୋହରେ ମନୋତୀତ ଖେଳାଳିଙ୍କୁ ସମ୍ମାନିତ କରାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.