ETV Bharat / sports

KIYG: ଦର୍ଜି ବାପାଙ୍କ ସୁନାପୁଅ, ସାଇକେଲିଂରେ ଅଲତାଫ ଜିତିଲେ ଜମ୍ମୁ-କାଶ୍ମୀରର ପ୍ରଥମ ସ୍ବର୍ଣ୍ଣ

ଇତିହାସ ରଚିଲେ ଜମ୍ମୁ ଓ କାଶ୍ମୀରର ଯୁବ ଆଥଲେଟ ଆଦିଲ ଅଲତାଫ (Adil Altaf) । ହରିୟାଣାର ପଞ୍ଚକୁଲାରେ ଚାଲିଥିବା ଖେଲୋ ଇଣ୍ଡିଆ ୟୁଥ ଗେମ୍ସ ୨୦୨୧ରେ(Khelo India Youth Games) ସାଇକେଲିଂ ପ୍ରତିଯୋଗିତାରେ ଜମ୍ମୁ ଓ କାଶ୍ମୀର ପାଇଁ ପ୍ରଥମ ସ୍ବର୍ଣ୍ଣ ପଦକ ଜିତି ବିରଳ କୀର୍ତ୍ତିମାନ ନିଜ ନାମରେ କରିଛନ୍ତି । ଅଧିକ ପଢନ୍ତୁ

author img

By

Published : Jun 13, 2022, 1:18 PM IST

KIYG: Adil Altaf, a tailor's son, wins Jammu and Kashmir's first cycling gold
KIYG: ଦର୍ଜି ବାପାଙ୍କ ସୁନାପୁଅ, ଅଲତଫ ଜିତିଲେ ଜମ୍ମୁ-କାଶ୍ମୀରର ପ୍ରଥମ ସାଇକେଲିଂ ସ୍ବର୍ଣ୍ଣ

ପଞ୍ଚକୁଲା(ହରିୟାଣା): ଇତିହାସ ରଚିଲେ ଜମ୍ମୁ ଓ କାଶ୍ମୀରର ଯୁବ ଆଥଲେଟ ଆଦିଲ ଅଲତାଫ (Adil Altaf) । ହରିୟାଣାର ପଞ୍ଚକୁଲାରେ ଚାଲିଥିବା ଖେଲୋ ଇଣ୍ଡିଆ ୟୁଥ ଗେମ୍ସ ୨୦୨୧ରେ(Khelo India Youth Games) ସାଇକେଲିଂ ପ୍ରତିଯୋଗିତାରେ ଜମ୍ମୁ ଓ କାଶ୍ମୀର ପାଇଁ ପ୍ରଥମ ସ୍ବର୍ଣ୍ଣ ପଦକ ଜିତି ବିରଳ କୀର୍ତ୍ତିମାନ ନିଜ ନାମରେ କରିଛନ୍ତି । ତେବେ ଆଦିଲଙ୍କ ସଫଳତା ପଛରେ ଏକ ସଂଘର୍ଷପୂର୍ଣ୍ଣ ଓ ପ୍ରେରଣାଦାୟୀ କାହାଣୀ ରହିଛି । ସମସ୍ତ ପ୍ରକାର ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ, କଠିନ ପରିଶ୍ରମ ଓ ଦୃଢ ଇଚ୍ଛାଶକ୍ତି ବଳରେ ସେ ଏହି ସଫଳତାର ଅଧିକାରୀ ହୋଇପାରିଛନ୍ତି ।

KIYG: Adil Altaf, a tailor's son, wins Jammu and Kashmir's first cycling gold
ବିଜୟୀ ହେବାପରେ ଆଦିଲ ଅଲତଫ

ଆର୍ଥିକ ସ୍ଥିତି ଦୁର୍ବଳ ଥିବା ଶ୍ରୀନଗରର ଅତି ଗରିବ ଓ ସାଧାରଣ ପରିବାରର ପୁଅ ଶନିବାର ସକାଳେ ୭୦ କିଲୋମିଟର ଲମ୍ବା ପ୍ରତିଯୋଗିତାକୁ ସଫଳତାର ସହ ପାର୍‌ କରି ସୁନା ପୁଅ ହୋଇଛନ୍ତି । ଏହାପୂର୍ବରୁ ମଧ୍ୟ ମଧ୍ୟ ବ୍ୟକ୍ତିଗତ ଟାଇମ ଟ୍ରାଏଲରେ ୨୮ କିଲୋମିଟର ରେସ୍‌ରେ ରୌପ୍ୟ ପଦକ ଜିତିସାରିଛନ୍ତି ଆଦିଲ । ତେବେ ସ୍ବର୍ଣ୍ଣ ପଦକ ବିଜେତା ହେବାରେ ଜମ୍ମୁ ଓ କାଶ୍ମୀରର ରାଜ୍ୟପାଳ(Lieutenant Governor) ମନୋଜ ସିହ୍ନା ଅଭିନନ୍ଦନ ଜଣାଇଛନ୍ତି । ସାନ ଥିବାବେଳେ ଅଲତାଫ ସେଣ୍ଟ୍ରାଲ କାଶ୍ମୀରର ଶ୍ରୀନଗର ଜିଲ୍ଲାର ଲାଲ୍‌ ବଜାରରେ ଥିବା ଜନଗହଳିପୂର୍ଣ୍ଣ ରାସ୍ତାରେ ସାଇକେଲ ଚଳାଉଥିଲେ ।

ପରେ ସାଇକେଲ ସହ ତାଙ୍କର ପ୍ରେମ ହୋଇଯାଇଥିଲା ଯାହା ନିଶାରେ ପରିଣତ ହୋଇଥିଲା । ଟେଲର (Tailor) କାମ କରୁଥିବା ବାପାଙ୍କୁ ସବୁଦିନ ସାଇକେଲରେ ଘରୁ ଦୋକାନରେ ଛାଡିବା ଓ ପରେ ଆଣିବା ଅଲତାଫଙ୍କ କାମଥିଲା । ପରେ ସେ ଯେବେ ୧୫ ବର୍ଷର ହେଲେ, ତାଙ୍କର ସ୍କୁଲ୍‌ରେ(Kashmir Harvard) ଆୟୋଜିତ ଏକ ପ୍ରତିଯୋଗିତାରେ ପ୍ରଥମ ଥର ପାଇଁ ସାଇକେଲିଂ ଇଭେଣ୍ଟରେ ଭାଗନେଲେ । ସେଠାରେ ଦ୍ରୁତ ସାଇକେଲ ଚାଳନାର ପ୍ରତିଜ୍ଞାବଦ୍ଧ ହେଲେ ଓ ଏହାକୁ ଗୁରୁତର ସହ ନେଇ ପେଷାରେ ପରିଣତ କରିଦେଲେ ।

ଆଦିଲ ଅଲତଫ

ତେବେ ସାଇକେଲ ଚାଳନ ପ୍ରତି ପୁଅର ନିଶା ଓ ଆଗ୍ରହ ଦେଖି ମଧ୍ୟ ତାଙ୍କର ବାପା ଭଲ ସାଇକେଲ ଟିଏ କିଣିଦେବାକୁ ଅସମର୍ଥ ଥିଲେ । ମାତ୍ର ଅଲତାଫ ସାଇକେଲ ଚଳାଇ ନିଜର ପ୍ରତିଭାକୁ ପ୍ରମାଣିତ କରିବାକୁ ସ୍ଥିର କରିସାରିଥିଲେ । ଏକାଧିକ ଲୋକାଲ ଇଭେଣ୍ଟରେ ବିଜୟୀ ହେବାପରେ ଶ୍ରୀନଗରର ଭାରତୀୟ ଷ୍ଟେଟ ବ୍ୟାଙ୍କ୍‌ ଶାଖାର ମ୍ୟାନେଜର ୪.୫ ଲକ୍ଷ ଟଙ୍କାର ଏକ MTB ବାଇକ୍‌ ସ୍ପନସର କରିଥିଲେ । ଗତ ୬ ମାସ ଧରି ୧୮ ବର୍ଷୀୟ ଅଲତାଫ NIS ପଟିଆଲାରେ ଟ୍ରେନିଂ କରୁଥିଲେ ଓ ଖେଲୋ ଇଣ୍ଡିଆ ଗେମ୍ସ ପାଇଁ ପ୍ରସ୍ତୁତି କରୁଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.