କଟକ: ରାଜ୍ୟ କୁସ୍ତି ସଂଘର ନୂଆ ସାଧାରଣ ସମ୍ପାଦକ ଦାୟିତ୍ୱ ନେଇଛନ୍ତି କିଶୋର ବେହେରା। ନିର୍ଦ୍ବନ୍ଦରେ ନିର୍ବାଚିତ ହେବା ପରେ ସଂଘର ବିକାଶ ପାଇଁ ନେଇଛନ୍ତି ଶପଥ । ତେବେ ଏହି ନୂଆ ଦାୟିତ୍ବ କିଶୋରଙ୍କ ପାଇଁ ସୃଷ୍ଟି କରିଛି ବଡ଼ ଚ୍ୟାଲେଞ୍ଜ । ରାଜ୍ୟରେ କିପରି ଏହି 4 ବର୍ଷ ମଧ୍ୟରେ ତୃଣମୂଳ ସ୍ତରରେ କୁସ୍ତିର ବିକାଶ ହେବ । ଅନେକ ଉଦୀୟମାନ ପ୍ରତିଭା ଦେଶ ବିଦେଶରେ ଓଡିଶାର ନାମକୁ ଆହୁରି ଉଜ୍ଜୀବିତ କରିବେ ତାହା ଉପରେ ଗୁରୁତ୍ବ ଦେବେ ବୋଲି କହିଛନ୍ତି ।
ଜିଲ୍ଲାସ୍ତରୀୟ ପ୍ରତିଯୋଗୀଙ୍କ ପାଇଁ ଅଧିକ ଫୋକସ ରହିବ । କାରଣ ଅନେକ ଲୁକ୍କାୟିତ ପ୍ରତିଭା ରହୁଛନ୍ତି । ଯାହା ଲୋକଲୋଚନକୁ ଆସି ପାରୁ ନାହାନ୍ତି । ତେବେ ଅନ୍ୟପଟେ ପ୍ରଶିକ୍ଷଣ ଦିଗକୁ ଆହୁରି ମଜଭୁତ କରାଯିବ । ଯାହା ଦ୍ବାରା ଜାତୀୟ ସ୍ତରରେ ଉଭୟ ସିନିୟର ଓ ଜୁନିୟର ଦଳ ଏକ ନମ୍ବର ସ୍ଥାନ ପାଇବ ବୋଲି ସେ ଆଶା ରଖିଛନ୍ତି ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ