ETV Bharat / sports

ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ: ଦୂତୀଙ୍କୁ ଦ୍ବିତୀୟ ସ୍ବର୍ଣ୍ଣ

author img

By

Published : Mar 1, 2020, 2:38 PM IST

Updated : Mar 1, 2020, 10:59 PM IST

khelo-india-university-games-second-gold-to-dutee-chand
ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ: ଦୂତୀଙ୍କୁ ଦ୍ବିତୀୟ ସ୍ବର୍ଣ୍ଣ

14:31 March 01

100 ମିଟର ପରେ 200 ମିଟରରେ ବି ସଫଳତା

ଭିଡିଓ ସୌଜନ୍ୟ: ପ୍ରତିନିଧି ଭୁବନେଶ୍ବର

ଭୁବନେଶ୍ବର: ଚଳିତ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସର ମହିଳା 200 ମିଟର ଇଭେଣ୍ଟରେ ଦୂତୀ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ଓଡିଆ ସ୍ପିଣ୍ଟର ଦୂତୀ ଚାନ୍ଦ । ନିର୍ଦ୍ଧାରିତ ଦୂରତାକୁ 23.66 ସେକେଣ୍ଡରେ ଅତିକ୍ରମ କରି ସେ ପ୍ରତିଯୋଗିତାରେ 2ୟ ସ୍ବର୍ଣ୍ଣ ହାତେଇଛନ୍ତି ।  

ସେହିପରି ଉତ୍କଳ ବିଶ୍ବବିଦ୍ୟାଳୟର ଦୀପାଲି ମହାପାତ୍ର ନିର୍ଦ୍ଧାରିତ ଦୂରତାକୁ 25.19ରେ ଅତିକ୍ରମ କରି 3ୟ ସ୍ଥାନ ସହ ବ୍ରୋଞ୍ଜ ପଦକ ହାତେଇଛନ୍ତି । ଉଲ୍ଲେଖଥାଉ କି, ଶନିବାର ମହିଳା ବର୍ଗ 100 ମିଟର ଦୌଡ ଇଭେଣ୍ଟରେ ପ୍ରଥମ ସର୍ଣ୍ଣ ଜିତିଥିଲେ ଦୂତୀ । ନିର୍ଦ୍ଧାରିତ ଦୂରତାକୁ  11.49 ସେକେଣ୍ଡରେ ପହଞ୍ଚି ନିଜ ରେକର୍ଡ ଭାଙ୍ଗିବା ସହ ନୂଆ ରେକର୍ଡ କରିଛନ୍ତି । ପୂର୍ବରୁ ବିଶ୍ବବିଦ୍ୟାଳୟ କ୍ରୀଡାରେ ଦୂତୀଙ୍କର 100 ମିଟର ଦୌଡରେ ବ୍ୟକ୍ତିଗତ ରେକର୍ଡ ରହିଥିଲା 11.58 ।  

ସେହିପରି ଆଜି ଅନୁଷ୍ଠିତ ହୋଇଥିବା ପୁରୁଷ ବିଭାଗର 200 ମିଟରରେ ଦୌଡରେ ସ୍ବର୍ଣ୍ଣ ଜିତିଛନ୍ତି ତାମିଲନାଡୁ ମାଡ୍ରାସ ୟୁନିଭର୍ସିଟିର ରାହୁଲ କୁମାର ।  

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ  

Last Updated : Mar 1, 2020, 10:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.