ETV Bharat / sports

କଳିଙ୍ଗରେ ମନୀଷାଙ୍କ ସୁନାର ଲମ୍ଫ, ଲଙ୍ଗ ଜମ୍ପରେ ଜିତିଲେ ସ୍ବର୍ଣ୍ଣ

author img

By

Published : Feb 28, 2020, 8:25 PM IST

ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡାରେ ଓଡିଶାକୁ ଆଉ ଏକ ସ୍ବର୍ଣ୍ଣ । ଲଙ୍ଗ୍‌ ଜମ୍ପ୍‌ ଇଭେଣ୍ଟରେ ସମ୍ବଲପୁର ବିଶ୍ବବିଦ୍ୟାଳୟର ଛାତ୍ରୀ ମନୀଷା ମେରେଲ ଜିତିଛନ୍ତି ସ୍ବର୍ଣ୍ଣ ପଦକ । ଅଧିକ ପଢନ୍ତୁ...

Khelo India University games 2020
କଳିଙ୍ଗରେ ମନୀଷାଙ୍କ ସୁନାର ଲମ୍ଫ

ଭୁବନେଶ୍ବର: ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡାରେ ଓଡିଶାକୁ ଆଉ ଏକ ସ୍ବର୍ଣ୍ଣ । ଲଙ୍ଗ୍‌ ଜମ୍ପ୍‌ ଇଭେଣ୍ଟରେ ସମ୍ବଲପୁର ବିଶ୍ବବିଦ୍ୟାଳୟର ଛାତ୍ରୀ ମନୀଷା ମେରେଲ ଜିତିଛନ୍ତି ସ୍ବର୍ଣ୍ଣ ପଦକ ।

ଭିଡିଓ ସୌଜନ୍ୟ: ପ୍ରତିନିଧି ଭୁବନେଶ୍ବର

କେନ୍ଦୁଝର ଜିଲ୍ଲାର ଏକ ଗରିବ କୃଷକ ପରିବାରରେ ଜନ୍ମିତ ମନିଷା । ତେବେ ଭାରତ ସରକାରଙ୍କ କ୍ରୀଡାମନ୍ତ୍ରଣାଳୟ ପକ୍ଷରୁ ହେଉଥିବା ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡା ମନିଷାଙ୍କୁ ଦେଇଛି ନୂଆ ପରିଚୟ । ମନୀଷାଙ୍କ ପ୍ରତିଭାକୁ ଗରିବୀର ଲକ୍ଷ୍ମଣରେଖା ରୋକିବାରେ ସଫଳ ହୋଇନି । ସଫଳତାର ଆଡକୁ ସୁନାର ଲମ୍ଫ ପ୍ରଦାନ କରିଛନ୍ତି ଓଡିଶା ଝିଅ ମନିଷା ।

ରାଜଧାନୀ ଭୁନେଶ୍ବରର କଳିଙ୍ଗ ଷ୍ଟାଡିୟମରେ କେନ୍ଦୁଝରର ଝିଅ ଦେଖାଇଛନ୍ତି କମାଲ । ଲଙ୍ଗ୍‌ ଜମ୍ପ୍‌ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ହାସଲ କରି ଓଡିଶା ପାଇଁ ଗୌରବ ଆଣିଛନ୍ତି ।

ତେବେ ତାଙ୍କର ଏହି ସଫଳତା ପୂର୍ବରୁ ସଂଘର୍ଷର କାହାଣୀକୁ ବଖାଣିଛନ୍ତି ମନୀଷା । କିପରି ଏହି ଖେଳ ପ୍ରତି ଆକୃଷ୍ଟ ହେଲେ ଓ ଭବିଷ୍ୟତରେ କଣସବୁ ଲକ୍ଷ୍ୟ ରହିଛି ଇଟିଭି ଭାରତରେ ପ୍ରକାଶ କରିଛନ୍ତି ମନୀଷା ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.