ଭୁବନେଶ୍ବର: ଓଡ଼ିଶାରେ ଖେଳାଯାଉଥିବା ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡାର ମଙ୍ଗଳବାର ଥିଲା 4ର୍ଥ ଦିନ । କେନ୍ଦ୍ର କ୍ରୀଡାମନ୍ତ୍ରାଳୟ ପକ୍ଷରୁ ବିଶ୍ବବିଦ୍ୟାଳୟସ୍ତରରେ ଖେଳାଯାଉଥିବା ଏହି ପ୍ରତିଯୋଗିତାର ପ୍ରଥମ ସଂସ୍କରଣରେ, ଅନେକ ଇଭେଣ୍ଟ ଏହା ଭିତରେ ଶେଷ ହୋଇଛି ।

4ର୍ଥ ଦିନ ଶେଷ ସୁଦ୍ଧା ପୁନେର ସାବିତ୍ରୀବାଇ ଫୁଲେ ବିଶ୍ବବିଦ୍ୟାଳୟ ପଏଣ୍ଟ ତାଲିକାର ପ୍ରଥମ ସ୍ଥାନରେ ରହିଛି । ଏହାର ଛାତ୍ରଛାତ୍ରୀମାନେ 7ଟି ସ୍ବର୍ଣ୍ଣ, 2ଟି ରୌପ୍ୟ ଓ 5ଟି ବ୍ରୋଞ୍ଜ ପଦକ ସହ ମୋଟ 14ଟି ପଦକ ହାସଲ କରି ଶୀର୍ଷରେ ରହିଛନ୍ତି ।

ସେହିପରି ପଞ୍ଜାବ ବିଶ୍ବବିଦ୍ୟାଳୟ 6ଟି ସ୍ବର୍ଣ୍ଣ, 7ଟି ରୌପ୍ୟ ଓ 5ଟି ବ୍ରୋଞ୍ଜ ପଦକ ହାସଲ କରି ପଏଣ୍ଟ ତାଲିକାର ଦ୍ଵିତୀୟ ସ୍ଥାନରେ ରହିଛି । ତୃତୀୟ ସ୍ଥାନରେ ରହିଛି ବେଙ୍ଗାଲୁରୁର ଜୈନ ବିଶ୍ବବିଦ୍ୟାଳୟ । 6ଟି ସ୍ବର୍ଣ୍ଣ, 5ଟି ରୌପ୍ୟ ଓ ଗୋଟିଏ ବ୍ରୋଞ୍ଚ ପଦକ ସହ ମୋଟ12 ଟି ପଦକ ହାସଲ କରିଛି ଜୈନ ବିଶ୍ବବିଦ୍ୟାଳୟ । 4ର୍ଥ ସ୍ଥାନରେ ଗୁରୁନାନକ ଦେବ ବିଶ୍ବବିଦ୍ୟାଳୟ ଓ 5ମ ସ୍ଥାନରେ ପଞ୍ଜାବ ବିଶ୍ବବିଦ୍ୟାଳୟ ପଟିଆଲା(ପିବି) ରହିଛି ।

ଏହି ପ୍ରତିଯୋଗୀତାରେ ଓଡିଶା ଏପର୍ଯ୍ୟନ୍ତ କୌଣସି ମେଡାଲ ହାସଲ କରି ନଥିବାବେଳେ ବୁଧବାରର ମ୍ୟାଚରୁ କିଛିଟା ପଦକ ଜିତିବାର ସୁଯୋଗ ଥିବା ଜଣାପଡିଛି ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ