ETV Bharat / sports

ଭାରତୀୟ ସନ୍ତରଣ ସଙ୍ଘର ଉପସଭାପତିଙ୍କ ସହ ସ୍ୱତନ୍ତ୍ର ଆଲୋଚନା.. - ଖେଲୋ ଇଣ୍ଡିଆ ୟୁନିଭରସିଟି ଗେମ

ଖେଲୋ ଇଣ୍ଡିଆ ୟୁନିଭରସିଟି ଗେମରେ ସନ୍ତରଣ ଇଭେଣ୍ଟରେ କମ ସଂଖ୍ୟକ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି । ଖେଳାଳିମାନେ ଅଲମ୍ପିକ ଯୋଗ୍ୟତା ପର୍ଯ୍ୟାୟ ପାଇଁ ଅଭ୍ୟାସ ଜାରି ରଖିଥିବାରୁ ଖେଲୋ ଇଣ୍ଡିଆ ୟୁନିଭରସିଟି ଗେମରେ ଭାଗ ନେଇଥିବା କହିଛନ୍ତି ଭାରତୀୟ ସନ୍ତରଣ ସଙ୍ଘର ଉପସଭାପତି କମଲେଶ ନାନାବତୀ ପ୍ରକାଶ କରିଛନ୍ତି ।

kamlesh nanavat
kamlesh nanavat
author img

By

Published : Feb 25, 2020, 11:25 PM IST

ଭୁବନେଶ୍ବର: ପଞ୍ଚମ ଦିନରେ ପହଁଞ୍ଚିଛି ଖେଲୋ ଇଣ୍ଡିଆ ୟୁନିଭରସିଟି ଗେମ । 16ଟି ବିଭାଗରେ ପ୍ରତିଯୋଗିତା ଚାଲୁ ରହିଥିବାବେଳେ କ୍ରୀଡ଼ାବିତମାନେ ସେମାନଙ୍କ ଶ୍ରେଷ୍ଠ ପ୍ରଦର୍ଶନ ଦେଇ ମେଡାଲ ଜିତିଛନ୍ତି । ସନ୍ତରଣରେ ମଧ୍ୟ ଏହା ବେଶ ଭଲ ଦେଖିବାକୁ ମିଳୁଛି ।

ଭାରତୀୟ ସନ୍ତରଣ ସଙ୍ଘର ଉପସଭାପତିଙ୍କ ସହ ସ୍ୱତନ୍ତ୍ର ଆଲୋଚନା..

ତେବେ ଏଥିରେ କମ ସଂଖ୍ୟକ ଅଂଶଗ୍ରହଣକାରୀ ଭାଗ ନେଇଥିବା ବେଳେ ଆଗାମୀ ବର୍ଷ ଏହାକୁ ଆହୁରି ରୋଚକ କରିବା ପାଇଁ ପ୍ରତି ପ୍ରତିଯୋଗିତାରେ 16 ଜଣ ପ୍ରତିଯୋଗୀ ଭାଗ ନେବାକୁ ବାଧ୍ୟତାମୂଳକ କରାଯିବ ବୋଲି ଭାରତୀୟ ସନ୍ତରଣ ସଙ୍ଘର ଉପସଭାପତି କମଲେଶ ନାନାବତୀ ପ୍ରକାଶ କରିଛନ୍ତି ।

କଳିଙ୍ଗ ଷ୍ଟାଡିୟମ ଠାରେ ଏହି ପ୍ରତିଯୋଗିତା ଚାଲିଥିବାବେଳେ ତାଙ୍କ ସହିତ ଆଲୋଚନା ବେଳେ ନାନାବତୀ ପ୍ରକାଶ କରିଛନ୍ତି ଯେ, ପ୍ରଥମ ବର୍ଷ ଏହି ଖେଳ ଆୟୋଜନ କରାଯାଇଛି । ଜାତୀୟସ୍ତରୀୟ ସନ୍ତରଣକାରୀମାନେ ଅଲମ୍ପିକ ଯୋଗ୍ୟତା ପର୍ଯ୍ୟାୟ ପାଇଁ ଅଭ୍ୟାସରେ ରହିଥିବାରୁ ଓଡିଶାର ଦର୍ଶକମାନେ ସେମାନଙ୍କ ପ୍ରଦର୍ଶନ ଦେଖିବାକୁ ବଞ୍ଚିତ ହୋଇଛନ୍ତି ।ତେବେ ଏଭଳି ଆୟୋଜନ ନିଶ୍ଚିତଭାବେ ନୂଆ ପ୍ରତିଭାଙ୍କୁ ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ସେମାନଙ୍କ ପ୍ରଦର୍ଶନ କରିବାକୁ ବଡ ସୁଯୋଗ ଦେବ । ଓଡିଶାରେ ହୋଇଥିବା ଏହି ଆୟୋଜନ ବେଶ ପ୍ରଶଂସନୀୟ ବୋଲି ଶ୍ରୀଯୁକ୍ତ ନାନାବତୀ ପ୍ରକାଶ କରିଛନ୍ତି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.