ନୂଆଦିଲ୍ଲୀ: ବିଶ୍ବ ନମ୍ବର ୧ ପ୍ରମୋଦ ଭଗତଙ୍କ ବିଜୟୀ ପ୍ରଦର୍ଶନ ଜାରି । ସଦ୍ୟ ସମାପ୍ତ ସ୍ପାନିସ ପାରା ବ୍ୟାଡ୍ମିଣ୍ଟନ ଇଣ୍ଟରନ୍ୟାସନାଲ ୨୦୨୨ ଟୁର୍ନାମେଣ୍ଟରେ ପ୍ରମୋଦ ଦୁଇଟି ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ପଦକ ହାତେଇଛନ୍ତି । ବିଶ୍ବ ପାରାବ୍ୟାଡ୍ମିଣ୍ଟନ ମାନ୍ୟତାର ଦ୍ବିତୀୟ ସ୍ଥାନରେ ଥିବା ସୁକାନ୍ତ କଡମ ମଧ୍ୟ ଏହି ଟୁର୍ନାମେଣ୍ଟରେ ଗୋଟିଏ ବ୍ରୋଞ୍ଜ ବିଜୟ ସହ ଅଭିଯାନ ଶେଷ କରିଛନ୍ତି ।
-
𝙒𝙊𝙃𝙊𝙊 ! 🥳🤩🏅
— BAI Media (@BAI_Media) March 14, 2022 " class="align-text-top noRightClick twitterSection" data="
🇮🇳 @parabadmintonIN puts up another top notch 🔝 performance at the Level -1 #SpainishParaBadmintonInternational , as they wrapped the tournament with the haul of 2️⃣1️⃣ medals including
🥇:6️⃣
🥈:7️⃣
🥉:8️⃣
We’re proud of you all ! 👏#IndiaontheRise pic.twitter.com/X0MtsvwpQ7
">𝙒𝙊𝙃𝙊𝙊 ! 🥳🤩🏅
— BAI Media (@BAI_Media) March 14, 2022

We’re proud of you all ! 👏#IndiaontheRise pic.twitter.com/X0MtsvwpQ7𝙒𝙊𝙃𝙊𝙊 ! 🥳🤩🏅
— BAI Media (@BAI_Media) March 14, 2022
🇮🇳 @parabadmintonIN puts up another top notch 🔝 performance at the Level -1 #SpainishParaBadmintonInternational , as they wrapped the tournament with the haul of 2️⃣1️⃣ medals including
🥇:6️⃣
🥈:7️⃣
🥉:8️⃣
We’re proud of you all ! 👏#IndiaontheRise pic.twitter.com/X0MtsvwpQ7
ପଦ୍ମଶ୍ରୀ ପୁରସ୍କାର ବିଜେତା ବିଶ୍ବ ନମ୍ବର ୨ ଇଂଲଣ୍ଡର ଡାନିଏଲ ବେଥେଲଙ୍କ ଠାରୁ ୯-୨୧, ୧୩-୨୧ ସିଧାସଳଖ ସେଟ୍ରେ ପରାସ୍ତ ହୋଇଥିଲେ । ଏହି ମ୍ୟାଚ୍ ପ୍ରାୟ ୩୯ ମିନିଟ ଯାଏଁ ଖେଳାଯାଇଥିଲା । ବିଜୟ ପାଇଁ ପ୍ରମୋଦ ସମସ୍ତ ପ୍ରୟାସ କରିଥିଲେ ମଧ୍ୟ ବିଫଳ ହୋଇଥିଲେ । ପ୍ରମୋଦଙ୍କ ମିକ୍ସ ଡବଲ୍ସ ପାର୍ଟନର ପଲକ କୋହଲି ମଧ୍ୟ ଅନ୍ୟ ଏକ ଭାରତୀୟ ଯୋଡି ରୁତିକ ରଘୁପତି ଓ ମାନସୀ ଗିରିଶଚନ୍ଦ୍ର ଜୋଷୀଙ୍କ ଠାରୁ ପରାସ୍ତ ହୋଇ ବ୍ରୋଞ୍ଜରେ ସନ୍ତୁଷ୍ଟ ହୋଇଛନ୍ତି ।
ଅନ୍ୟପଟେ ସୁକାନ୍ତ କଡମ ଫ୍ରାନ୍ସର ବିଶ୍ବ ନମ୍ବର ଲୁକାସ ମାଜୁରଙ୍କ ଠାରୁ ପରାସ୍ତ ହୋଇଛନ୍ତି । ଉଭୟଙ୍କ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା । ପ୍ରାୟ ୫୦ ମିନିଟରୁ ଅଧିକ ସମୟ ଧରି ଖେଳାଯାଇଥିବା ଏହି ମ୍ୟାଚ୍ରେ ପ୍ରଥମ ସେଟ୍କୁ ୨୧-୧୯ରେ ଜିତିନେଇଥିଲେ ସୁକାନ୍ତ । ତେବେ ଫ୍ରାନ୍ସ ପ୍ରତିନ୍ଦ୍ବନ୍ଦ୍ବୀ ପରବର୍ତ୍ତୀ ସେଟ୍ରେ ଜବରଦସ୍ତ କମବ୍ୟାକ୍ ସହ ୧୯-୨୧ରେ ନିଜ ନାମରେ କିରଥିଲେ । ଫଳରେ ନିର୍ଣ୍ଣାୟକ ସେଟ୍କୁ ଯାଇଥିଲା ମ୍ୟାଚ୍ । ତେବେ ଫାଇନାଲ ସେଟ୍ରେ ୧୨-୨୧ରେ ବାଜିମାରିନେଇଥିଲେ ଫ୍ରେଞ୍ଚ୍ ସର୍ଟଲର ।
ଏଥିସହ ସ୍ପାନିସ ପାରା ବ୍ୟାଡମିଣ୍ଟନରେ ମୋଟ ୨୧ ପଦକ ସହ ଅଭିଯାନ ଶେଷ କରିଛି ଭାରତ । ଏଥିରେ ୬ଟି ସ୍ବର୍ଣ୍ଣ, ୭ଟି ରୌପ୍ୟ ଓ ୮ଟି ବ୍ରୋଞ୍ଜ ପଦକ ରହିଛି । ମାନସୀ ଜୋଷୀ ଓ ନିତ୍ୟା ଶ୍ରୀ ସ୍ବର୍ଣ୍ଣ ପଦକ ବିଜେତା ରହିଥିବା ଥିବାବେଳେ, ଟୋକିଓ ପାରାଲମ୍ପିକ ଚାମ୍ପିୟନ ପ୍ରମୋଦ ଭଗତ ଦୁଇଟି ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ପଦକ ଜିତିଛନ୍ତି ।