ETV Bharat / sports

ଯାତ୍ରା ପ୍ରତିବନ୍ଧକ: ଟୋକିଓ ଅଲମ୍ପିକ୍ସରେ ଯୋଗ ଦେଇପାରିବେ ଭାରତୀୟ ଆଥଲେଟ୍ - Tokyo Olympics latest news

ବୃଦ୍ଧି ପାଉଥିବା କୋରନା ସଂକ୍ରମଣ ଯୋଗୁଁ ଭାରତରୁ ଜାପାନା ଯାତ୍ରା ଉପରେ କଟକଣା ଜାରି ହୋଇଛି । ତେବେ ଏହି କଟକଣା ଟୋକିଓ ଓଲମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଥିବା ଭାରତୀୟ ଆଥଲେଟଙ୍କ ଉପରେ କୌଣସି ପ୍ରଭାବ ପକାଇବ ନାହିଁ । ଅଧିକ ପଢ଼ନ୍ତୁ...

ଯାତାୟତ ପ୍ରତିବନ୍ଧକ: ଟୋକିଓ ଅଲମ୍ପିକ୍ସରେ ଯୋଗ ଦେଇପାରିବେ ଭାରତୀୟ ଆଥଲେଟ୍

author img

By

Published : May 14, 2021, 9:33 PM IST

ନୂଆଦିଲ୍ଲୀ: ବୃଦ୍ଧି ପାଉଥିବା କୋରନା ସଂକ୍ରମଣ ଯୋଗୁଁ ଭାରତରୁ ଜାପାନା ଯାତ୍ରା ଉପରେ କଟକଣା ଜାରି ହୋଇଛି । ତେବେ ଏହି କଟକଣା ଯୋଗୁଁ ଟୋକିଓ ଓଲମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଥିବା ଭାରତୀୟ ଆଥଲେଟଙ୍କ ଉପରେ କୌଣସି ପ୍ରଭାବ ପକାଇବ ନାହିଁ । ଟୋକିଓ ଅଲମ୍ପିକ୍ସରେ ଭାରତୀୟ ଆଥଲେଟ ଭାଗ ନେବାରେ କୌଣସି ସମସ୍ୟା ଦେଖା ଦେବନାହିଁ ବୋଲି କହିଛନ୍ତି ଭାରତୀୟ ଅଲମ୍ପିକ୍ସ ଆସୋସିଏସନର ସଭାପତି ନରିନ୍ଦର ବାତ୍ରା ।

କୋରୋନା ସଂକ୍ରମଣ ଯୋଗୁଁ ବିଭିନ୍ନ ଦେଶ ଭାରତରୁ ବିମାନ ଯାତ୍ରା ଉପରେ କଟକଣା ଜାରି କରିଛନ୍ତି । ଏହି ତାଲିକାରେ ଜାପାନ ମଧ୍ୟ ସାମିଲ ରହିଛି । ଏଭଳି ସ୍ଥିତିରେ ଆଗକୁ ଟୋକିଓ ଅଲମ୍ପିକ୍ସ ଆରମ୍ଭ ହେବାକୁ ଯାଉଛି । ତେବେ ଟୋକିଓ ଅଲମ୍ପିକ୍ସରେ ଭାରତୀୟ ଆଥଲେଟଙ୍କ ପ୍ରବେଶକୁ ନେଇ ସନ୍ଦେହ ଲାଗି ରହିଥିଲା ।

ଏହାକୁ ନେଇ ଏକ ସାକ୍ଷାତକାରରେ ଲୋକଙ୍କ ସନ୍ଦେହ ଦୂର କରିଛନ୍ତି ଭାରତୀୟ ଅଲମ୍ପିକ୍ସ ଆସୋସିଏସନର ସଭାପତି ନରିନ୍ଦର ବାତ୍ରା । ସେ କହିଛନ୍ତି ଯେ, "ଟୋକିଓ ଅଲମ୍ପିକ୍ସ ପାଇଁ ଜାପାନ ପକ୍ଷରୁ ଜାରି ହୋଇଥିବା ସମସ୍ତ ଗାଇଡଲାଇନ ଆମେ ମାନିବୁ। ଏହି ମେଗା ପ୍ରତିଯୋଗିତା ଆରମ୍ଭ ହେବାପୂର୍ବରୁ ସମସ୍ତ ଆଥେଲଟଙ୍କୁ କୋରୋନା ଟିକା ଦିଆଯିବ । ଏହାସହ ସେମାନଙ୍କ ସହ ଯିବାକୁ ସପୋର୍ଟ ଷ୍ଟାଫଙ୍କୁ ମଧ୍ୟ କୋରୋନା ଟିକା ଦିଆଯିବ । ଏହାସହ ଟୋକିଓ ଯିବାର 24 ଘଣ୍ଟା ପୂର୍ବରୁ ପ୍ରତ୍ୟେକ ଆଥଲେଟଙ୍କ ଆରଟିପିସିଆର (RTPCR) ଟେଷ୍ଟ କରାଯିବ।"

ଟୋକିଓ ଗସ୍ତ ପୂର୍ବରୁ ଏହି ସବୁ ଗାଇଡ ଲାଇନ ରଖିଛନ୍ତି ଜାପାନ ସରକାର । ଏହି ସବୁ ଗାଇଡଲାଇନ ମାନି ଭାରତୀୟ ଅଲମ୍ପିକ୍ସ ଆସୋସିଏସନ ସମସ୍ତ ପଦକ୍ଷେପ ନେବ । ଏଣୁ ଟୋକିଓ ଅଲମ୍ପିକ୍ସରେ ଭାରତୀୟ ଆଥଲେଟଙ୍କ ଯୋଗଦାନ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି କହିଛନ୍ତି ଭାରତୀୟ ଅଲମ୍ପିକ୍ସ ଆସୋସିଏସନର ସଭାପତି ନରିନ୍ଦର ବାତ୍ରା । ଜୁଲାଇ 23 ତାରିଖରୁ ଟୋକିଓ ଅଲମ୍ପିକ୍ସ ଆରମ୍ଭ ହେବ । ଏଥିପାଇଁ ଭାରତୀୟ ଆଥଲେଟ ପ୍ରସ୍ତୁତି ଚଳାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.