ETV Bharat / sports

hockey world cup: ଓଡିଶାରେ ପହଁଞ୍ଚିଲା ଜାପାନ ହକି ଟିମ, କରାଗଲା ଭବ୍ୟ ସ୍ୱାଗତ

author img

By

Published : Jan 9, 2023, 10:46 PM IST

ହକି ବିଶ୍ବକପ ପାଇଁ ଗୋଟିଏ ପରେ ଗୋଟିଏ ଟିମ୍ ଓଡିଶାରେ ପହଁଞ୍ଚିବାରେ ଲାଗିଛନ୍ତି । ଆଜି ଜାପାନ ହକି ଟିମକୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଭବ୍ୟ ସ୍ବାଗତ କରାଯାଇଥିଲା । ଅଧିକ ପଢନ୍ତୁ

ଜାପାନ ହକି ଟିମ
ଜାପାନ ହକି ଟିମ

ଭୁବନେଶ୍ବର: ହକି ବିଶ୍ଵକପ ପାଇଁ ଓଡିଶାରେ ପହଁଞ୍ଚିଲା ଜାପାନ । ଜାପାନ ହକି ଟିମକୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଭବ୍ୟ ସ୍ବାଗତ କରାଯାଇଥିଲା । ହକି ବିଶ୍ବକପ ପାଇଁ ଗୋଟିଏ ପରେ ଗୋଟିଏ ଟିମ୍ ଓଡିଶାରେ ପହଁଞ୍ଚିବାରେ ଲାଗିଛନ୍ତି । ପୂର୍ବରୁ ନେଦରଲାଣ୍ଡ, ନ୍ୟୁଜିଲାଣ୍ଡ, ୱେଲ୍ସ, ସ୍ପେନ୍ ହକି ଟିମ ପହଁଞ୍ଚି ସାରିଥିବା ବେଳେ ଆଜି (ସୋମବାର) ଜାପାନ ଓଡିଶାରେ ପହଁଞ୍ଚିଛି । ଜାପାନ ପୁଲ B ରେ ରହିଛି । ପୁଲ B ରେ ଜାପାନ ସହିତ ଡିଫେଣ୍ଡିଂ ଚମ୍ପିଆନ ବେଲଜିୟମ, କୋରିଆ ଏବଂ ଜର୍ମାନୀ ରହିଛନ୍ତି । ଜର୍ମାନୀ ବିପକ୍ଷରେ ଜାପାନ ବିଶ୍ବକପ ଅଭିଯାନ ଆରମ୍ଭ କରିବ । ଏହି ମ୍ୟାଚ ଜାନୁଆରୀ ୧୪ ତାରିଖରେ ଭୁବନେଶ୍ବରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ । ସେହିଭଳି ପୁଲ Bରେ ଥିବା ଚାରୋଟି ଦଳ ମଧ୍ୟରୁ ଜର୍ମାନୀ ଦୁଇଥର ଟାଇଟଲ ଜିତିଥିବା ବେଳେ ବେଲଜିୟମ ଗୋଟିଏ ଥର ବିଶ୍ବକପ ଟାଇଟଲ ହାସଲ କରିଛି । ଜର୍ମାନୀ ୨୦୦୨ ଏବଂ ୨୦୦୬ରେ ଟାଇଟଲ ହାସଲ କରିଥିଲା । ବେଲଜିୟମ 2018 ରେ ବିଶ୍ବ ବିଜେତା ରହିଥିଲା ।

ଆସନ୍ତା 13 ତାରିଖରେ ଆରମ୍ଭ ହେବାକୁ ଯାଉଛି ହକି ବିଶ୍ବକପ । ଏନେଇ ବିଭିନ୍ନ ଦେଶର ଖେଳାଳିମାନେ ଓଡିଶାରେ ପହଁଞ୍ଚିବାରେ ଲାଗିଛନ୍ତି । ବିଶ୍ବକପର ସମସ୍ତ ମ୍ୟାଚ ଭୁବନେଶ୍ଵର ଏବଂ ରାଉରକେଲାରେ ଖେଳାଯିବ। । ଜାନୁଆରୀ ୧୩ରୁ ୨୯ ଯାଏଁ ଓଡ଼ିଶାରେ ହକି ବିଶ୍ବକପ ଖେଳାଯିବ(Hockey World Cup 2023) । ସାରା ଓଡ଼ିଶାରେ ଦେଖିବାକୁ ମିଳିଛି ହକି ଫିଭର । ଦିନ ଗଡ଼ିବା ସହ ହକି ବିଶ୍ବକପକୁ ନେଇ ବଢ଼ୁଛି ଉତ୍କଣ୍ଠା । ଦ୍ଵିତୀୟ ଥର ପାଇଁ ଓଡ଼ିଶା ହକି ବିଶ୍ବକପ ଆୟୋଜକ ହୋଇଥିବା ବେଳେ ଲୋକଙ୍କ ମଧ୍ୟରେ ଏହାକୁ ନେଇ ପ୍ରବଳ ଉତ୍ସାହ ରହିଛି । ୨୦୨୩ ହକି ବିଶ୍ବ କପ ପାଇଁ ପ୍ରାୟୋଜକ ରହିଛି ଓଡିଶା ।

ଆସନ୍ତା ବୁଧବାର ଦିନ ଆର୍ଥତ ୧୧ ତାରିଖରେ ବାରବାଟୀ ଷ୍ଟାଡିୟମ (FIH Men's Hockey World Cup)ରେ ହକି ବିଶ୍ବକପ ପାଇଁ ଉଦଘାଟନୀ ଉତ୍ସବ (Opening Ceremony)ର ଆୟୋଜନ କରାଯିବ । ୨୦୧୮ ମସିହାରେ ଓଡ଼ିଶାରେ ହକିର କ୍ରେଜ ଯେତିକି ରହିଥିଲା ତାହା ୨୦୨୩ରେ ଦ୍ବିଗୁଣିତ ହୋଇଛି । ତେବେ ଆସନ୍ତା ହକି ବିଶ୍ବକପ ବେଶ ଉଚ୍ଚକୋଟୀର ହେବ । ଉଦଘାଟନୀ ଉତ୍ସବର ପ୍ରସ୍ତୁତି ପାଇଁ ପ୍ରତିଦିନ ସମୀକ୍ଷା କରୁଛି କ୍ରୀଡା ବିଭାଗ । ଷ୍ଟାଡିୟମ ସୌନ୍ଦଯ୍ୟକରଣ, ଟ୍ରାଫିକ ବ୍ୟବସ୍ଥା, ପରିମଳ, ଜଳ ଯୋଗାଣ ଆଦିକୁ ନେଇ ଘନ ଘନ ବୈଠକରେ ଆଲୋଚନା ହୋଇଛି ।

ଇଟିିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.