ନୂଆଦିଲ୍ଲୀ: ଚଳିତ ISSF ସୁଟିଂ ବିଶ୍ବକପରେ ଭାରତର ପଦକ ବିଜୟ ଅଭିଯାନ ଜାରି । ଶୁକ୍ରବାର ପୁରୁଷ 25 ମିଟର ରାପିଡଫାୟର ପିସ୍ତଲ ଇଭେଣ୍ଟରେ ଯୁବ ସୁଟର ବିଜୟବୀର ସିଦ୍ଧୁ ରୌପ୍ୟ ପଦକ ହାସଲ କରିଛନ୍ତି । ସଂଘର୍ଷପୂର୍ଣ୍ଣ ଫାଇନାଲ ମୁକାବିଲାରେ ଅଳ୍ପକେ ସ୍ବର୍ଣ୍ଣ ପଦକରୁ ବଞ୍ଚିତ ହୋଇଥିଲେ ମଧ୍ୟ ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆ ବିଜୟବୀରଙ୍କୁ ଶୁଭେଚ୍ଛା ଜଣାଇଛି ।
-
#VijayveerSidhu wins a 🥈 in men’s 25m rapid fire pistol at the @ISSF_Shooting World Cup after a tightly contested final. Many Congratulations! 👏👏#Shooting #BestofShooting pic.twitter.com/5kxgVYsDy5
— SAIMedia (@Media_SAI) March 26, 2021 " class="align-text-top noRightClick twitterSection" data="
">#VijayveerSidhu wins a 🥈 in men’s 25m rapid fire pistol at the @ISSF_Shooting World Cup after a tightly contested final. Many Congratulations! 👏👏#Shooting #BestofShooting pic.twitter.com/5kxgVYsDy5
— SAIMedia (@Media_SAI) March 26, 2021#VijayveerSidhu wins a 🥈 in men’s 25m rapid fire pistol at the @ISSF_Shooting World Cup after a tightly contested final. Many Congratulations! 👏👏#Shooting #BestofShooting pic.twitter.com/5kxgVYsDy5
— SAIMedia (@Media_SAI) March 26, 2021
ପୂର୍ବରୁ ସଞ୍ଜୀବ ରାଜପୁତ ଓ ତେଜସ୍ବିନୀ ସାୱନ୍ତ 50 ମିଟର ରାଇଫଲ 3 ପୋଜିସନ ଇଭେଣ୍ଟରେ ସ୍ବର୍ଣ୍ଣ ଓ ସୁନିଧି ସୌହାନ, ଐଶର୍ଯ୍ୟ ପ୍ରତାପ ସିଂହ ବ୍ରୋଞ୍ଜ ପଦଦ ହାତେଇଥିଲେ ।
ସେହିପରି ଗୁରୁବାର ଭାରତୀୟ ମହିଳା ପିସ୍ତଲ ଟିମ ମନୁ ଭାକର, ରାହି ସର୍ଣ୍ଣୋବାତ ଓ ଚିଙ୍କି ଯାଦବ ସ୍ବର୍ଣ୍ଣ ପଦକ ହାତେଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ