ETV Bharat / sports

ସୁଟିଂ ବିଶ୍ବକପ: ସ୍ୱର୍ଣ୍ଣ ଜିତିଲେ ସୌରଭ ଓ ମନୁ

ମଙ୍ଗଳବାରଠୁ ଆରମ୍ଭ ହୋଇଥିବା ବନ୍ଧୁକ ଚାଳନା ବିଶ୍ବକପ୍‌ରେ ସ୍ବର୍ଣ୍ଣପଦକରୁ ଭାରତର ଅଭିଯାନ ଆରମ୍ଭ ହୋଇଛି । 10 ମିଟର ଏୟାର ରାଇଫଲ୍‌ ବର୍ଗରେ ସୌରଭ ଚୌଧୁରୀ ଓ ମନୁ ଭାକର ସ୍ବର୍ଣ୍ଣ ପଦକ ଜିତିଛନ୍ତି ।

ଫଟୋ ସୈାଜନ୍ୟ:ପିଟିଆଇ
author img

By

Published : Apr 25, 2019, 10:05 PM IST

ବେଜିଂ: ମଙ୍ଗଳବାରଠୁ ଏଠାରେ ଆରମ୍ଭ ହୋଇଥିବା ବନ୍ଧୁକ ଚାଳନା ବିଶ୍ବକପ୍‌ରେ ସ୍ବର୍ଣ୍ଣପଦକରୁ ଭାରତର ଅଭିଯାନ ଆରମ୍ଭ ହୋଇଛି। 10 ମିଟର ଏୟାର ରାଇଫଲ୍‌ ବର୍ଗରେ ସୌରଭ ଚୌଧୁରୀ ଓ ମନୁ ଭାକର ସ୍ବର୍ଣ୍ଣ ପଦକ ଜିତିଛନ୍ତି । ଦୁଇ ଭାରତୀୟ ସୁଟର୍‌ ନିଜ ବିଭାଗର ପଏଣ୍ଟ ଟେବୁଲ୍‌ର ଶୀର୍ଷରେ ରହିଥିଲେ ।

ସୌରଭ ଓ ମନୁ ଚାଇନାର ଜିଆଙ୍ଗ ରାନ୍ସିନ୍‌ ଓ ପାଙ୍ଗ ୱେଇଙ୍କୁ 16-6 ପଏଣ୍ଟରେ ହରାଇ ଦେଶ ପାଇଁ ସ୍ବର୍ଣ୍ଣ ପଦକ ଜିତିଛନ୍ତି ।
ପଞ୍ଚମ ସ୍ଥାନରେ 482 ପଏଣ୍ଟ ସହ ଦୁଇ ଭାରତୀୟ ଯୁବ ସୁଟର୍‌ ଫାଇନାଲକୁ ଉନ୍ନୀତ ହୋଇଥିଲେ । ଫାଇନାଲ୍‌ରେ
ପ୍ରଥମ 6ଟି ସିରିଜ୍‌କୁ ଏକପାଖିଆ ଜିତିନେଇଥିଲେ ସୌରଭ ଓ ମନୁଙ୍କ ଯୋଡି । ଚାଇନିଜ୍‌ ଖେଳାଳି କୌଣସି ପଏଣ୍ଟ ସ୍କୋର କରିବା ପୂର୍ବରୁ ଏକପାଖିଆ ଜିତିସାରିଥିଲେ ଭାରତୀୟ ଯୋଡି ।

ଏହି ଭାରତୀୟ ସୁଟ୍‌ର ଯୋଡି ପୂର୍ବରୁ ସ୍ୱର୍ଣ୍ଣ ଜିତି କମାଲ କରିସାରିଛନ୍ତି । ଫେବୃଆରୀରେ ଦିଲ୍ଲୀରେ ହୋଇଥିବା ଆଇଏସଏସଏଫ୍‌ ବିଶ୍ୱକପ୍‌ରେ ର୍ସ୍ୱର୍ଣ୍ଣ ପଦକ ବିଜେତା ହୋଇଥିଲେ ଏହି ଯୋଡି ।

ତେବେ ମନୁ ଭାକର ତାଙ୍କର ମହିଳା ଏକକ 10ମିଟର ଏୟାର ରାଇଫଲ୍‌ ବିଭାଗରେ ଫାଇନାଲ୍‌କୁ ଉନ୍ନୀତ ହେବାରୁ ବଞ୍ଚିତ ହୋଇଛନ୍ତି ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.