ETV Bharat / sports

ISL: ଓଡିଶାର ସେମି ରାସ୍ତା କଠିନ, ଶେଷ ମିନିଟ୍‌ରେ ମ୍ୟାଚ୍‌ ଡ୍ର ରଖିଲା ଏଫସି ଗୋଆ

author img

By

Published : Feb 1, 2022, 10:42 PM IST

ମଙ୍ଗଳବାର ବାମ୍ବୋଲିମର ଆଥଲେଟିକ୍‌ ଷ୍ଟାଡିୟମରେ ଖେଳାଯାଇଥିବା ଏଫସି ଗୋଆ ବିପକ୍ଷ ମ୍ୟାଚ୍‌ ୧-୧ରେ ଡ୍ର'ରେ ଶେଷ ହୋଇଛି । ଫଳରେ ଓଡିଶାର ସେମି ଆଶାକୁ ଶକ୍ତ ଝଟ୍‌କା ଲାଗିଛି । ଅଧିକ ପଢନ୍ତୁ

ISL: ଓଡିଶାର ସେମି ରାସ୍ତା କଠିନ, ଶେଷ ମିନିଟ୍‌ରେ ମ୍ୟାଚ୍‌ ଡ୍ର ରଖିଲା ଏଫସି ଗୋଆ
ISL: ଓଡିଶାର ସେମି ରାସ୍ତା କଠିନ, ଶେଷ ମିନିଟ୍‌ରେ ମ୍ୟାଚ୍‌ ଡ୍ର ରଖିଲା ଏଫସି ଗୋଆ

ପଣଜୀ: ଚଳିତ ଇଣ୍ଡିଆନ ସୁପର ଲିଗ୍‌(ISL)ରେ ଓଡିଶା ଏଫସିକୁ ଜୋରଦାର୍‌ ଝଟ୍‌କା । ଓଡିଶା ପାଇଁ ସେମିଫାଇନାଲ ରାସ୍ତା କଠିନ ହୋଇଛି । ମଙ୍ଗଳବାର ବାମ୍ବୋଲିମର ଆଥଲେଟିକ୍‌ ଷ୍ଟାଡିୟମରେ ଖେଳାଯାଇଥିବା ଏଫସି ଗୋଆ ବିପକ୍ଷ ମ୍ୟାଚ୍‌ ୧-୧ରେ ଡ୍ର'ରେ ଶେଷ ହୋଇଛି । ଫଳରେ ଓଡିଶାର ସେମି ଆଶାକୁ ଶକ୍ତ ଝଟ୍‌କା ଲାଗିଛି ।

ଏହାମଧ୍ୟ ପଢନ୍ତୁ: Budget 2022: ମୋଦି ସରକାରଙ୍କ ବୃହତ କ୍ରୀଡ଼ା ବଜେଟ୍, ଗତବର୍ଷ ତୁଳନାରେ ୩୦୦ କୋଟି ବୃଦ୍ଧି

ଓଡିଶା ପକ୍ଷରୁ ମ୍ୟାଚ୍‌ର ୬୧ତମ ମିନିଟ୍‌ରେ ଜୋନାଥସ ଗୋଲ୍‌ କରିଥିଲେ । ଫଳରେ ମ୍ୟାଚ୍‌ର ଶେଷ ମିନିଟ୍‌ ପର୍ଯ୍ୟନ୍ତ ଆଗୁଆ କରିଥିଲା ଓଡିଶା ଏଫସି । ମାତ୍ର ଶେଷ ମୂହୂର୍ତ୍ତରେ ରୋମାରିଓଙ୍କ ଚମତ୍କାର ଗୋଲ୍‌ ଓଡିଶାର ବିଜୟରୁ ରୋକିଥିଲା ।

ଫଳରେ କୌଣସି ଟିମକୁ ସଂପୂର୍ଣ୍ଣ ୩ ପଏଣ୍ଟ ହାସଲ କରିବାରେ ସଫଳ ହୋଇନାହାନ୍ତି । ସେମିଫାଇନାଲ ଦୌଡରେ ରହିବାକୁ ଓଡିଶା ଏହି ମ୍ୟାଚ୍‌ରେ ନିଶ୍ଚିତ ବିଜୟ ଆବଶ୍ୟକ କରୁଥିଲା । ଏହି ମ୍ୟାଚ୍‌ର ଫଳାଫଳ ପରେ ଓଡିଶା ଏଫସି(OFC) ପଏଣ୍ଟ ଟେବୁଲର ପଞ୍ଚମ ସ୍ଥାନରେ ପହଞ୍ଚିଛି । ବେଙ୍ଗାଲୁରୁ ଏଫସି, କେରଳ ବ୍ଳାଷ୍ଟର୍ସ ସହିତ ଓଡିଶାର ପଏଣ୍ଟ ବରାବର ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.