ନୂଆଦିଲ୍ଲୀ: ଭାରତୀୟ ଅଲମ୍ପିକ ସଂଘ(IOA) ର ଉପାଧ୍ୟକ୍ଷ ସୁଧାଂଶୁ ମିତ୍ତଲ କୋରୋନା ପଜିଟିଭ । ଭାରତୀୟ ଜନତା ପାର୍ଟି(ଭାଜପା)ର ନେତା ମିତ୍ତଲ ଏନେଇ ମଙ୍ଗଳବାର ଟ୍ବିଟ ଯୋଗେଁ ସୂଚନା ଦେଇଛନ୍ତି । ଏଥିସହିତ ଗତ କିଛି ଦିନ ଧରି ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଟେଷ୍ଟ କରାଇନେବାକୁ ଅନୁରୋଧ କରିଛନ୍ତି ।
-
Dear friends, I’ve tested positive for #COVID and would request those who came in contact with me to get themselves tested at the earliest. I am in normal health and taking all medical advice 🤞🏼
— Sudhanshu Mittal (@SudhanshuBJP) November 3, 2020 " class="align-text-top noRightClick twitterSection" data="
">Dear friends, I’ve tested positive for #COVID and would request those who came in contact with me to get themselves tested at the earliest. I am in normal health and taking all medical advice 🤞🏼
— Sudhanshu Mittal (@SudhanshuBJP) November 3, 2020Dear friends, I’ve tested positive for #COVID and would request those who came in contact with me to get themselves tested at the earliest. I am in normal health and taking all medical advice 🤞🏼
— Sudhanshu Mittal (@SudhanshuBJP) November 3, 2020
ତେବେ କୋରୋନାର କୌଣସି ଲକ୍ଷଣ ନଥିବା ସ୍ପଷ୍ଟ କରିବା ସହ, ସୁସ୍ଥ ଥିବା କହିଛନ୍ତି ମିତ୍ତଲ । ଏଥିସହ ହୋମ ଆଇସୋଲେସନରେ ରହିଛନ୍ତି ଡାକ୍ତରଙ୍କ ପରାମର୍ଶ ଅନୁୟାୟୀ ଚିକିତ୍ସା କରାଉଥିବା କହିଛନ୍ତି ।
ଭାରତୀୟ ଖୋ ଖୋ ମହାସଂଘର ଅଧ୍ୟକ୍ଷ ମିତ୍ତଲ ସୋମବାର ଦିଲ୍ଲୀରେ କ୍ରୀଡା ସାମ୍ବାଦିକ ସଂଘ(DSJA)ର କ୍ରୀଡା ସାମ୍ବାଦିକଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଥିଲା । ମାତ୍ର ଅସୁସ୍ଥ କାରଣରୁ ଏହି ବୈଠକରେ ସାମିଲ ହେବେନାହିଁ ।
ଅସୁସ୍ଥ ଅନୁଭବ କରିବା ପରେ ସୋମବାର କୋରୋନା ଟେଷ୍ଟ କରାଇଥିଲେ । ପରେ ମଙ୍ଗଳବାର ଟ୍ବିଟ ଯୋଗେଁ ରିପୋର୍ଟ ପଜିଟିଭ ଥିବା ସୂଚନା ଦେଇଛନ୍ତି ସୁଧାଂଶୁ ମିତ୍ତଲ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ