ETV Bharat / sports

Commonwealth Games: IAO ଘୋଷଣା କଲା ତାଲିକା

author img

By

Published : Jul 17, 2022, 9:31 AM IST

ଭାରତୀୟ ଦଳ ଆଗକୁ ଜୁଲାଇ 28ରୁ ଅଗଷ୍ଟ 8 ତାରିଖ ପର୍ଯ୍ୟନ୍ତ ବର୍ମିଂହାମରେ ହେବାକୁ ଥିବା କମନ ୱେଲଥ ଗେମରେ ପ୍ରତିନିଧିତ୍ବ କରିବାକୁ ଯାଉଛି । ଏନେଇ ଭାରତୀୟ ଅଲମ୍ପିକ ସଂଘ (Indian Olympic Association) ଶନିବାର 215 ଆଥଲେଟିକ୍ସ, 107 ଅଧିକାରୀ ଏବଂ ଅନ୍ୟାନ୍ୟ ସହକାରୀ କର୍ମଚାରୀଙ୍କ ସହିତ 322 ଜଣ ସଦସ୍ୟଙ୍କ ନାମ ତାଲିକା ପ୍ରସ୍ତୁତ କରିଛି । ଅଧିକ ପଢନ୍ତୁ

କମନ ୱେଲଥ ଗେମ ପାଇଁ 322 ଜଣ ସଦସ୍ୟଙ୍କ ତାଲିକା ପ୍ରସ୍ତୁତ

ହାଇଦ୍ରାବାଦ: ଭାରତୀୟ ଦଳ ଆଗକୁ ଜୁଲାଇ 28ରୁ ଅଗଷ୍ଟ 8 ତାରିଖ ପର୍ଯ୍ୟନ୍ତ ବର୍ମିଂହାମରେ ହେବାକୁ ଥିବା କମନ ୱେଲଥ ଗେମ(Commonwealth Games)ରେ ପ୍ରତିନିଧିତ୍ବ କରିବାକୁ ଯାଉଛି । ଏନେଇ ଭାରତୀୟ ଅଲମ୍ପିକ ସଂଘ (Indian Olympic Association) ଶନିବାର 215 ଆଥଲେଟିକ୍ସ, 107 ଅଧିକାରୀ ଏବଂ ଅନ୍ୟାନ୍ୟ ସହକାରୀ କର୍ମଚାରୀଙ୍କ ସହିତ 322 ଜଣ ସଦସ୍ୟଙ୍କ ନାମ ତାଲିକା ପ୍ରସ୍ତୁତ କରିଛି ।

ଏନେଇ ଭାରତୀୟ ଅଲମ୍ପିକ ସଂଘର ପ୍ରଧାନ ସଚିବ ରାଜୀବ ମହତା କହିଛନ୍ତି ବର୍ମିଂହାମରେ ବିଶ୍ବସ୍ତରୀୟ ପ୍ରତିଯୋଗିତା ହେବାକୁ ଯାଉଛି । ପୂର୍ବ ସିଜିନରେ ଭାରତ ଯେଉଁଭଳି ଭାବରେ ପ୍ରଦର୍ଶନ ଦେଇଥିଲା ତାଠାରୁ ଅଧିକ ଭଲ ପ୍ରଦର୍ଶନ ଭାରତ ଏଇ ସିଜିନରେ କରିବ ବୋଲି ଆଶା ରହିଛି । ଆମର ସମସ୍ତ ଆଥଲେଟିକ୍ସ ଭଲ ଭାବରେ ପ୍ରସ୍ତୁତ କରିଛନ୍ତି । ସମସ୍ତ ଆଥେଲେଟିକ୍ସଙ୍କୁ କମନ ୱେଲଥ ଗେମ ପାଇଁ ଶୁଭକାମନା ।

ଏହି ତାଲିକାରେ ଅଲମ୍ପିଆନ ନିରୋଜ ଚୋପ୍ରାଙ୍କ ସହିତ କିଛି ପ୍ରମୁଖ ଖେଳାଳୀ ଦୁଇଥର ଅଲମ୍ପିକ ବିଜେତା ପିଭି ସିନ୍ଧୁ, ମୀରାବାଇ ଚାନୁ, ଲଭଲିନା ବୋରଗେହେନ, ବଜରଙ୍ଗ ପୁନିଆ ଏବଂ ରବିକୁମାର ଦହିଆଙ୍କ ସହିତ ଅନ୍ୟାନ୍ୟ ଆଥଲେଟିକ୍ସ ସାମିଲ ରହିଛନ୍ତି । ସେହିପରି ମନିକା ବାତ୍ରା, ଭିନେଶ ଫୋଗଟଙ୍କ ସହିତ, ତାଜିନ୍ଦରପାଲ ସିଂହ ତୁର, ହିମା ଦାସ ଏହି ତାଲିକାରେ ରହିଛନ୍ତି ।

ବକ୍ସିଂ, ବ୍ୟାଡମିଣ୍ଟନ, ହକି, ଭାରତ୍ତୋଳନ, ମହିଳା କ୍ରିକେଟ ଏବଂ କୁସ୍ତିରେ ଭାରତ ତାର ଉତ୍ତମ ପ୍ରଦର୍ଶନ ଦେବାକୁ ପ୍ରସ୍ତୁତ ରହିଛି । ସେହିପରି ସାଇକେଲିଂ, ଟେବୁଲ ଟେନିସ ଦଳ ମଧ୍ୟ ପାଇଁ ଜୋରଦାର ପ୍ରସ୍ତୁତ ଜାରି ରଖିଛନ୍ତି । ବର୍ମିଂହାମ କମନ ୱେଲଥ ଗେମ ପାଇଁ ଭାରତୀୟ ଅଲମ୍ପିକ ସଂଘ ଆଦାନୀ ସ୍ପୋର୍ଟସଲାଇନକୁ ପ୍ରମୁଖ ପ୍ରାୟୋଜକ ରୂପରେ ସାମିଲ କରିଛି । ଜେଏସଡବ୍ଲୁ ଇନ୍ସପାୟର ପ୍ରମୁଖ ପ୍ରାୟୋଜକ ରହିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.