ETV Bharat / sports

ଟିକ୍‌ଟକ୍‌ ବିନା ଖୁସିଭରା ସ୍ଥାନ ହେବ ଇଣ୍ଟରନେଟ: ହୀନା ସିଧୁ

ଟିକ୍‌ଟକ୍‌ ବ୍ୟାନ ହେବାରୁ ଖୁସି ଅଛନ୍ତି ଶୁଟର ହୀନା ସିଧୁ । କହିଲେ ଟିକ୍‌ଟକ୍‌ ବିନା ଇଣ୍ଟରନେଟ ଆନନ୍ଦଦାୟକ ସ୍ଥାନ ହେବ । ଅଧିକ ପଢ଼ନ୍ତୁ...

author img

By

Published : Jun 30, 2020, 8:51 PM IST

Updated : Jun 30, 2020, 9:20 PM IST

Internet will be a happier place without TikTok, internet without tiktok, Heena Sidhu, ଟିକଟକ ବିନା ହେବ ଖୁସିଭରା ସ୍ଥାନ, ଶୁଟର ହୀନା ସିଧୁ, ଟିକଟକ
ଟିକଟକ ବିନା ହେବ ଖୁସିଭରା ସ୍ଥାନ: ହୀନା ସିଧୁ

ନୂଆଦିଲ୍ଲୀ: ଦୁଇଥର କମନୱେଲଥ ଗେମ୍ସରେ ସ୍ବର୍ଣ୍ଣ ପଦକ ବିଜେତା ହୀନା ସିଧୁ ମଙ୍ଗଳବାର ଭାରତ ସରକାର ଦ୍ବାରା 59 ଚାଇନିଜ ଆପକୁ ବ୍ୟାନ କରାଯିବାକୁ ପ୍ରଶଂସା କରିଛନ୍ତି । ଖାସ କରି ଟିକ୍‌ଟକ୍‌ ବ୍ୟାନ ହେବା ନେଇ ଅଧିକ ଖୁସି ଅଛନ୍ତି ହୀନା ।

  • I'm so happy that tiktok is gone. With the hate videos and animal abuse videos that I have been coming across being posted on tiktok... I am so happy. Internet will be a happier place without tiktok!!!

    — Heena SIDHU (@HeenaSidhu10) June 30, 2020 " class="align-text-top noRightClick twitterSection" data=" ">

ସିଧୁ ଟ୍ବିଟ କରି କହିଛନ୍ତି ଯେ, ‘‘ମୁଁ ବହୁତ ଖୁସି ଯେ ଟିକଟକ ଚାଲିଯାଇଛି । ଘୃଣାର ଭିଡିଓ ସହ ପଶୁ ନିର୍ଯ୍ୟାତନାର ଯେଉଁ ଭିଡିଓ ସବୁ ମତେ ଦେଖିବାକୁ ମିଳୁଥିଲା ତାହା ଆଉ ହେବ ନାହଁ, ମୁଁ ଖୁବ ଖୁସି ଅଛି । ଇଣ୍ଟରନେଟ ଟିକ୍‌ଟକ୍‌ ବିନା ଏକ ଖୁସିର ସ୍ଥାନ ହେବ ।’’

‘‘ଏହା ବର୍ତ୍ତମାନ ସୁଦ୍ଧା ଯାଇନି କିନ୍ତୁ ଆଶା କରୁଛି ସରକାର ଏହା ଉପରେ ଦୃଷ୍ଟି ଦେବେ । ତେବେ ଏଭଳି ସବୁ ଭିଡିଓ ତିଆରି ହେବା ଓ ଭାଇରାଲ ହେବା ପାଇଁ ଡେଭଲପର ମାନେ ଦାୟୀ । ଏମିତି କଣ୍ଟେଣ୍ଟ ନବଦଳିଲେ ଆମ ଜୀବନରେ ଏମିତି ଆପର କୌଣସି ସ୍ଥାନ ନାହିଁ ।’’

ଲଦାଖର ଗଲାୱାନ ଭ୍ୟାଲିରେ 20 ଭାରତୀୟ ସୈନିକ ଶହୀଦ ହେବା ପରେ ଭାରତ ଓ ଚୀନ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କରେ ତିକ୍ତତା ଲାଗି ରହିଛି । ତେଣୁ ଜାତୀୟ ସୁରକ୍ଷାକୁ ଦୃଷ୍ଟିରେ ରଖି ସୋମବାର ଭାରତ ସରକାର 59ଟି ଚାଇନିଜ ଆପକୁ ବ୍ୟାନ କରିଛନ୍ତି ।

ଟିକ୍‌ଟକ୍‌ ସହ ବ୍ୟାନ ହୋଇଥିବା ଅନ୍ୟାନ୍ୟ ଆପ ମଧ୍ୟରେ ରହିଛି କ୍ଲବ ଫ୍ୟାକ୍ଟ୍ରି, ଶେୟାରଇଟ, ଲାଇକ, ମି ଭିଡିଓ କଲ, ୱେଇବୋ, ବାଇଡୁ, ବିଗୋ ଲାଇଭ ଆଦି ।

ଟିକ୍‌ଟକ୍‌ ମଙ୍ଗଳବାର କହିଛି ଯେ ଟିକଟକ ସମେତ 59ଟି ଚାଇନିଜ ଆପ ଉପରେ ନିଷେଧାଦେଶ ଜାରି କରିବାକୁ ଭାରତ ସରକାରଙ୍କ ନିର୍ଦ୍ଦେଶ ପାଳନ କରିବା ପ୍ରକ୍ରିୟାରେ ଅଛି ଏବଂ ଚୀନ ସରକାରଙ୍କ ସହ ଭାରତୀୟ ବ୍ୟବହାରକାରୀଙ୍କ କୌଣସି ତଥ୍ୟ ସେୟାର କରୁନାହିଁ।

@IANS

Last Updated : Jun 30, 2020, 9:20 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.