ETV Bharat / sports

ଅନ୍ତର୍ଜାତୀୟ ଯୋଗ ଦିବସ ପାଳିଲା କ୍ରୀଡ଼ା ଜଗତ, ସେୟାର ହେଲା ଫଟୋ - saina nehwals yoga day

ସପ୍ତମ ଯୋଗ ଅନ୍ତର୍ଜାତୀୟ ଯୋଗ ଦିବସରେ କ୍ରୀଡ଼ା ଜଗତରୁ ଛୁଟିଲା ଶୁଭେଚ୍ଛାର ସୁଅ । ପୂର୍ବତନ ଭାରତୀୟ ଓପନର ବୀରେନ୍ଦ୍ର ସେହୱାଗ ଏହି ଅବସରରେ ଫଟୋ ସେୟାର କରି ଶୁଭେଚ୍ଛା ଜଣାଇଛନ୍ତି । ଅଧିକ ପଢ଼ନ୍ତୁ...

international yoga day observed
international yoga day observed
author img

By

Published : Jun 21, 2021, 6:11 PM IST

ନୂଆଦିଲ୍ଲୀ: ସପ୍ତମ ଯୋଗ ଅନ୍ତର୍ଜାତୀୟ ଯୋଗ ଦିବସରେ କ୍ରୀଡ଼ା ଜଗତରୁ ଛୁଟିଲା ଶୁଭେଚ୍ଛାର ସୁଅ । ପୂର୍ବତନ ଭାରତୀୟ ଓପନର ବୀରେନ୍ଦ୍ର ସେହୱାଗ ଏହି ଅବସରରେ ଫଟୋ ସେୟାର କରି ଶୁଭେଚ୍ଛା ଜଣାଇଛନ୍ତି । ବିଶ୍ୱକୁ ଯୋଗ ଓ ଧ୍ୟାନ ଭଳି ଏକ ଅମୂଲ୍ୟ ଉପହାର ଭାରତ ପ୍ରଦାନ କରିଛି ବୋଲି ସେ ଟ୍ୱିଟ୍ କରିଛନ୍ତି । ଏହାସହ ସେ ନିଜର ଏକ ଶୀର୍ଷାସନ ଫଟୋ ସେୟାର କରିଛନ୍ତି ।

ବୀରେନ୍ଦ୍ର ସେହୱାଗ ଟ୍ୱିଟ୍ କରି କହିଛନ୍ତି ଯେ, "ଏ ହେଉଛି ଶୀର୍ଷାସନ । ଏହି ଆସନ ହେଉଛି ମୋର ପୂଜା । ଯୋଗ ଓ ଧ୍ୟାନ ଭଳି ବିଶ୍ୱକୁ ଯୋଗ ଓ ଧ୍ୟାନ ଭଳି ଏକ ଅମୂଲ୍ୟ ଉପହାର ଭାରତ ପ୍ରଦାନ କରିଛି । ଅନ୍ତର୍ଜାତୀୟ ଯୋଗ ଦିବସରେ ଆପଣଙ୍କୁ ଶୁଭେଚ୍ଛା ।"

କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରଣ ରିଜିଜୁ ମଧ୍ୟ ଯୋଗ କରୁଥିବା ଫଟୋ ସେୟାର କରି ଶୁଭେଚ୍ଛା ଜଣାଇଛନ୍ତି । ସେ ଟ୍ୱିଟ୍ କରିଛନ୍ତି ଯେ, "ସପ୍ତମ ବିଶ୍ୱ ଯୋଗ ଦିବସ ଅବସରରେ ସଭିଁଙ୍କୁ ଶୁଭେଚ୍ଛା ।"

ସେହିଭଳି ପୂର୍ବତନ ଟେଷ୍ଟ ବ୍ୟାଟସମେନ୍ ଭିଭିଏସ ଲକ୍ଷ୍ମଣ ମଧ୍ୟ ସପ୍ତମ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି । ଏହା ସହ ସେ ଏକ ଫଟୋ ମଧ୍ୟ ସେୟାର କରିଛନ୍ତି ।

ଭାରତୀୟ ବ୍ୟାଡମିଣ୍ଟନ ତାରକା ସାଇନା ନେହୱାଲ ମଧ୍ୟ ଅନ୍ତର୍ଜାତୀୟ ଯୋଗ ଦିବସରରେ ଫଟୋ ସେୟାର କରିଛନ୍ତି । ସେ ଟ୍ୱିଟ୍ କରିଛନ୍ତି ଯେ, "ସୁସ୍ୱାସ୍ଥ୍ୟ ପାଇଁ ଯୋଗ । ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ସଭିଁଙ୍କୁ ଶୁଭେଚ୍ଛା ।"

2015 ମସିହାରୁ ଯୋଗ ଦିବସ ପାଳିତ ହୋଇଆସୁଛି । ଅନ୍ତର୍ଜାତୀୟ ଯୋଗ ଦିବସ ପାଳିବାକୁ 2014ରେ ଜାତିସଂଘରେ ପ୍ରସ୍ତାବ ରଖିଥିଲା ଭାରତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.