ETV Bharat / sports

କୋରୋନା ମୁକାବିଲା: ମୋଦିଙ୍କ ପ୍ରଶଂସାରେ ଅନ୍ତର୍ଜାତୀୟ ଅଲମ୍ପିକ କମିଟି - କୋରୋନା ମୁକାବିଲା

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇଛି ଅନ୍ତର୍ଜାତୀୟ ଅଲମ୍ପିକ କମିଟି । କୋରୋନା ଭାଇରସ ସଂକ୍ରମଣକୁ ରୋକିବା ଦିଗରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତିବଦ୍ଧତାକୁ ପ୍ରଶଂସା କରିଛି ଆଇଓଏ ।

International olympic Comittee thanks Pm Modi
କୋରୋନା ମୁକାବିଲା: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅନ୍ତର୍ଜାତୀୟ ଅଲମ୍ପିକ କମିଟିର ପ୍ରଶଂସା
author img

By

Published : Apr 3, 2020, 3:11 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇଛି ଅନ୍ତର୍ଜାତୀୟ ଅଲମ୍ପିକ କମିଟି । କୋରୋନା ଭାଇରସ ସଂକ୍ରମଣକୁ ରୋକିବା ଦିଗରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତିବଦ୍ଧତାକୁ ପ୍ରଶଂସା କରିଛି ଆଇଓଏ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଉଦ୍ଦେଶ୍ୟରେ ଆଇଓସି ସଭାପତି ଥୋମାସ ବାଚ ଲେଖିଥିବା ଏକ ପ୍ରଶଂସା ପତ୍ରକୁ କେନ୍ଦ୍ର କ୍ରୀଡାମନ୍ତ୍ରୀ କିରେନ ରିଜ୍ଜିଜୁ ଟ୍ବିଟ କରିଛନ୍ତି ।

ଏହି ପତ୍ରରେ ଜି-20 ରାଷ୍ଟ୍ରମୁଖ୍ୟ ଶିଖର ସମ୍ମିଳନୀରେ ମୋଦି ଅଲମ୍ପିକ୍ସ ଗେମ୍ସକୁ ନେଇ ରଖିଥିବା ଗୁରୁତ୍ବପୂର୍ଣ୍ଣ ପରାମର୍ଶକୁ ସ୍ବାଗତ କରିଛନ୍ତି ଅନ୍ତର୍ଜାତୀୟ ଅଲମ୍ପିକ କମିଟି । ଅଲମ୍ପିକ ବର୍ଷରେ କୋରୋନା ଭାଇରସ ସଂକ୍ରମଣକୁ ରୋକିବାକୁ ସମସ୍ତ ଦେଶ ଦୃଢତାର ଲଢେଇ କରିବାକୁ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ।

ସହଯୋଗ ପାଇଁ ଆଇଓସି ସଭାପତି ଥୋମାସ ବାଚ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇବା ସହ, ସମସ୍ତ ଭାରତୀୟଙ୍କ ସୁସ୍ଥତା କାମନା କରିଛନ୍ତି । ଆଇଓସି ଟୋକିଓ ଅଲମ୍ପିକ୍ସକୁ 2021କୁ ଘୁଞ୍ଚାଇଦେଇଛି । ଆସନ୍ତାବର୍ଷ ଜୁଲାଇ 23ରୁ ଅଗଷ୍ଟ 8 ପର୍ଯ୍ୟନ୍ତ ଟୋକିଓ ଅଲମ୍ପିକ୍ସ ହେବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.