ETV Bharat / sports

ଆନ୍ତଃଜିଲ୍ଲା ଭଳିବଲ ଟୁର୍ଣ୍ଣାମେଣ୍ଟ: ଢେଙ୍କାନାଳର ଜୟଖୋଳ ଭଲିକ୍ଲବ ଚମ୍ପିଆନ - ଢେଙ୍କାନାଳ ନ୍ୟୁଜ

ଆନ୍ତଃ ଜିଲ୍ଲା ଭଳିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ । ତେବେ ଫାଇନାଲ ମ୍ୟାଚରେ ଟାଟା ଷ୍ଟିଲ ବିଏସଏଲ ଦଳକୁ ହରାଇ ଢେଙ୍କାନାଳର ଜୟଖୋଳ ଭଲିକ୍ଲବ ଚଳିତ ବର୍ଷର ଚମ୍ପିଆନ ହୋଇଥିବା ଜଣାପଡିଛି ।

ଆନ୍ତଃଜିଲ୍ଲା ଭଳିବଲ ଟୁର୍ଣ୍ଣାମେଣ୍ଟ: ଢେଙ୍କାନାଳର ଜୟଖୋଳ ଭଲିକ୍ଲବ ଚମ୍ପିଆନ

author img

By

Published : Feb 23, 2021, 12:18 PM IST

ଢେଙ୍କାନାଳ: ଜିଲ୍ଲା କ୍ରୀଡା ସଂଘ ଆନୁକୂଲ୍ୟରେ ଏକ ଆନ୍ତଃ ଜିଲ୍ଲା ଭଳିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟ ଜିଲ୍ଲା ତଥା ଜିଲ୍ଲା ବାହାରୁ ୮ଟି ଦଳ ଭାଗ ନେଇଥିଲେ।

ଆନ୍ତଃଜିଲ୍ଲା ଭଳିବଲ ଟୁର୍ଣ୍ଣାମେଣ୍ଟ: ଢେଙ୍କାନାଳର ଜୟଖୋଳ ଭଲିକ୍ଲବ ଚମ୍ପିଆନ

ଢେଙ୍କାନାଳ ମୁଖ୍ୟ ଷ୍ଟାଡିୟମ ପରିସରରେ ଆୟୋଜିତ ଏହି ଏକ ଦିବସୀୟ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଣ୍ଟକୁ ବିଶିଷ୍ଟ କ୍ରୀଡ଼ାବିତ ଜୟକୃଷ୍ଣ ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ୮ଟି ବଛାବଛା ଦଳ ଭାଗ ନେଇଥିଲେ । ତେବେ ଢେଙ୍କାନାଳ ଜିଲ୍ଲା ସମେତ ଅନୁଗୋଳ, କଟକ, ଭୁବନେଶ୍ବର, ଆଠଗଡ ଆଦି ଦଳ ଗୁଡିକ ଖେଳରେ ସାମିଲ ଥିଲେ। ତେବେ ଫାଇନାଲ ମ୍ୟାଚରେ ଟାଟା ଷ୍ଟିଲ ବିଏସଏଲ ଦଳକୁ ହରାଇ ଢେଙ୍କାନାଳର ଜୟଖୋଳ ଭଲିକ୍ଲବ ଚଳିତ ବର୍ଷର ଚମ୍ପିଆନ ହୋଇଥିବା ଜଣାପଡିଛି ।

ଚମ୍ପିଆନ ଦଳକୁ ଢେଙ୍କାନାଳର ସାଂସଦ ମହେଶ ସାହୁ ଚମ୍ପିଆନ ଟ୍ରଫି ପ୍ରଦାନ କରିଛନ୍ତି । ଏହାସହ ଖେଳାଳିମାନଙ୍କୁ ଆଗକୁ ଆହୁରି ଭଲ ଖେଳିବାକୁ ଅନେକ ଉତ୍ସାହିତ ମଧ୍ୟ କରିଛନ୍ତି। ଏହାକୁ ଦେଖିବା ପାଇଁ ବହୁ ସଂଖ୍ୟାରେ ଦର୍ଶକ ଉପସ୍ଥିତ ଥିଲେ ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.