ନୂଆଦିଲ୍ଲୀ: ତୀରନ୍ଦାଜ ବିଶ୍ବକପର ପ୍ରଥମ ରାଉଣ୍ଡ ଫାଇନାଲରେ ପ୍ରବେଶ କଲେ ତିନି ମହିଳା ଭାରତୀୟ ମହିଳା କ୍ରୀଡ଼ାବିତ । ଦୀପିକା କୁମାରୀ, ଅଙ୍କିତା ଭକ୍ତ ଓ କୋମଳିକା ବାରି ଭାରତୀୟ ମହିଳା ରିକର୍ବ ଦଳ ଦମଦାର ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିଛନ୍ତି । ସେପେଟ ପୁରୁଷ ବିଭାଗରେ ଭାରତୀୟ ଦଳକୁ ପରାଜୟ ବରଣ କରିବାକୁ ପଡ଼ିଛି । କ୍ବାର୍ଟର ଫାଇନାଲ ମୁକାବିଲାରେ ଭାରତୀୟ ଦଳ ସ୍ପେନଠାରୁ 26-27 ପଏଣ୍ଟରେ ପରାଜିତ ହୋଇଛି ।
ଭାରଦୀୟ ଦଳ ଅନ୍ୟ ମୁକାବିଲାରେ ମଧ୍ୟ ପଦକ ଦୌଡ଼ରେ ସାମିଲ ରହିଛି । ଅତନୁ ଦାସ ଓ ଦୀପିକା କୁମାରୀ ମିକ୍ସ ଡବଲ୍ସରେ କାନ୍ସ୍ୟ ପଦକ ଦୌଡ଼ରେ ସାମିଲ ରହିଛନ୍ତି । ଏହାସହ ଏହି ଦୁଇଜଣ କ୍ରୀଡ଼ାବିତ ବ୍ୟକ୍ତିଗତ ପଦକ ହାସଲ କରିବା ଦୌଡ଼ରେ ମଧ୍ୟ ସାମିଲ ରହିଛନ୍ତି ।
ମହିଳା ବର୍ଗରେ ସ୍ପେନର ତୀରନ୍ଦାଜ ଖେଳାଳି ଭାରତୀୟ ଦଳର ମୁକାବିଲା କରିବାରେ ବିଫଳ ହୋଇଥିଲେ । ଏହି ମୁକାବିଲାକୁ 6-0ରେ ଜିତି ନେଇଥିଲା ଭାରତୀୟ ଦଳ । 2016 ପରେ ପ୍ରଥମ ଥର ପାଇଁ ବିଶ୍ବକପ ଫାଇନାଲରେ ପହଞ୍ଚି ପାରିଛି ମହିଳା ଦଳ । ରବିବାର ସ୍ବର୍ଣ୍ଣପଦକ ପାଇଁ ମେକ୍ସିକୋ ଦଳ ସହ ମୁକାବିଲା କରିବ ଭାରତୀୟ ଦଳ ।
ଭାରତୀୟ ମହିଳ ଦଳ ବର୍ତ୍ତମାନ ସୁଦ୍ଧା ଅଲମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରି ପାରିନାହିଁ । ଏହି ଟୁର୍ଣ୍ଣାମେଣ୍ଟ ଭଲ ପ୍ରଦର୍ଶନ କରି ଜୁନ ମାସରେ ହେବାକୁ ଥିବା ଟୋକିଓ ଅଲମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିବାକୁ ଚାହିଁବ ଦଳ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ