ହାଇଦ୍ରାବାଦ: ଇଟିଭି ଭାରତରେ ଭାରତୀୟ ତାରକା ସୁଟର ମନୁ ଭାକର । ଏକ ସ୍ବତନ୍ତ୍ର ସାକ୍ଷାତକାରରେ ସୁଟିଂ କୁଇନ ମନୁ , ଲକଡାଉନ ସମୟରେ କେମିତି କାଟୁଛନ୍ତି ସମୟ , ଏନେଇ ମନଖୋଲି କହିଛନ୍ତି । ଲକଡାଉନ ସମୟକୁ ଘରେ ରହି ଉପଭୋଗ କରୁଥିବା ସେ କହିଛନ୍ତି । ତେବେ ଘରେ ଘରେ ରହିଲେ ମଧ୍ୟ, ତାଙ୍କର ଦିନ ତମାମର କାମ ନିର୍ଧାରିତ ହୋଇଛି । ସୁଟିଂ ସହିତ ପାଠପଢାକୁ ମଧ୍ୟ ସେ ଧ୍ୟାନ ଦେଉଛନ୍ତି ।
ତେବେ ଲକଡାଉନରେ ରୋଷେଇ ଶିଖିବାକୁ ପସନ୍ଦ କରୁଛନ୍ତି କି ? ପ୍ରଶ୍ନର ଉତ୍ତରରେ ରୋଷେଇ କରିବାକୁ ସେ ପସନ୍ଦ କରନ୍ତି ନାହିଁ ବୋଲି କହିଥିଲେ । ସମୟ ମିଳିଲେ କେବେକେବେ ଅଳ୍ପ କିଛି କରିଦିଅନ୍ତି । ମାତ୍ର ସାଧାରଣ ଭାବେ ଅଧିକ ରୋଷେଇ କରିବାକୁ ପସନ୍ଦ କରନ୍ତି ନାହିଁ ବୋଲି କହିଛନ୍ତି ।
![indian shooting queen manu bhaker exclusive interview with etv bharat](https://etvbharatimages.akamaized.net/etvbharat/prod-images/7408169_manu.jpg)
ଛୋଟବେଳୁ 3ୟ ଗ୍ରେଡରେ ଥିବାବେଳେ ତାଙ୍କ ଖେଳପ୍ରତି ଆଗ୍ରହ ରହିଛି । ପରିବାର ଲୋକେ ଓ ପିତାମାତା କେବେ ବି ଖେଳିବାକୁ ବାରଣ କରିନାହାନ୍ତି । ସର୍ବଦା ସହଯୋଗ ଓ ଉତ୍ସାହିତ କରିଆସିଛନ୍ତି । ସେଥିପାଇଁ ଏଭଳି ପିତାମାତାଙ୍କୁ ପାଇଁ ନିଜକୁ ସୌଭାଗ୍ୟଶାଳୀ ବୋଲି କହିଛନ୍ତି ମନୁ ।
![indian shooting queen manu bhaker exclusive interview with etv bharat](https://etvbharatimages.akamaized.net/etvbharat/prod-images/7408169_manu_bhaker.jpg)
ନିକଟରେ ଅର୍ଜୁନ ଆୱାର୍ଡ ଓ ଖେଳରତ୍ନ ସମ୍ମାନ ପାଇଁ ମନୋନୀତ ହୋଇଛନ୍ତି ସୁଟିଂ ରାଣୀ ମନୁ ଭାକର । ତେବେ 2020 ଟୋକିଓ ଅଲମ୍ପିକ ଘୁଞ୍ଚିବା ନେଇ ସେ ଦୁଃଖିତ ବୋଲି ସେ କହିଛନ୍ତି । ମହାମାରୀ କୋରୋନା ଭାଇରସ ସଂକ୍ରମଣର ଭୟ ଯୋଗୁଁ ଏହି ମେଗା ଇଭେଣ୍ଟକୁ ଅନ୍ତର୍ଜାତୀୟ ଅଲମ୍ପିକ କମିଟି 2021 ଜୁଲାଇ ମାସକୁ ଘୁଞ୍ଚାଇ ଦେଇଛି ।
![indian shooting queen manu bhaker exclusive interview with etv bharat](https://etvbharatimages.akamaized.net/etvbharat/prod-images/7408169_manu-bhaker.png)
ବ୍ୟୁରୋ ରିପୋର୍ଟ ଇଟିଭି ଭାରତ