ETV Bharat / sports

Asian Games 2023: 10 ମିଟର ଏୟାର ରାଇଫଲ ମିକ୍ସ ଟିମ୍‌ ଇଭେଣ୍ଟ୍‌ରେ ଭାରତକୁ ରୌପ୍ୟ

author img

By ETV Bharat Odisha Team

Published : Sep 30, 2023, 10:47 AM IST

10 ମିଟର ଏୟାର ରାଇଫଲ ମିକ୍ସ ଟିମ୍‌ ଇଭେଣ୍ଟ୍‌ରେ ସରବଜୋତ ସିଂହ ଓ ଦିବ୍ୟା ଟିଏସଙ୍କୁ ରୌପ୍ୟ । ଅଧିକ ପଢନ୍ତୁ

Asian Games 2023
Asian Games 2023

ହାଙ୍ଗଝୌ: 19 ତମ ଏସୀୟ କ୍ରୀଡାର ଆଜି ସପ୍ତମ ଦିବସ । ଖେଳ ଆରମ୍ଭରୁ ସୁଟିଂରେ ଆଉ ଏକ ପଦକ ହାସଲ କରିଛି ଭାରତ । 10 ମିଟର ଏୟାର ରାଇଫଲ ମିକ୍ସ ଟିମ୍‌ ଇଭେଣ୍ଟ୍‌ରେ ରୌପ୍ୟ ପଦକ ହାସଲ କରିଛି ଭାରତ । ଭାରତୀୟ ସୁଟର ସରବଜୋତ ସିଂହ ଓ ଦିବ୍ୟା ଟିଏସ ରୌପ୍ୟ ପଦକ ହାସଲ କରିଛନ୍ତି । ଏହାକୁ ମିଶାଇ ଭାରତର ପଦକ ସଂଖ୍ୟା 34ରେ ପହଞ୍ଚିଛି । ସେଥି ମଧ୍ୟରୁ 8ଟି ସ୍ବର୍ଣ୍ଣ, 13ଟି ରୌପ୍ୟ ଓ 13ଟି ବ୍ରୋଞ୍ଜ୍‌ ପଦକ ରହିଛି । ଆଗାମୀ ଦିନରେ ପଦକ ସଂଖ୍ୟା ଆହୁରି ମଧ୍ୟ ବୃଦ୍ଧି ପାଇବ ବୋଲି ଆଶା ରହିଛି । ବର୍ତ୍ତମାନ ସୁଦ୍ଧା ଭାରତୀୟ କ୍ରୀଡାବିତ ସୁଟିଂରେ 19 ପଦକ ହାସଲ କରି ସାରିଲେଣି । ସରବଜୋତ ସିଂହ ଓ ଦିବ୍ୟା ଟିଏସଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି ।

ଏହା ମଧ୍ୟ ପଢନ୍ତୁ-Asian Games 2023: ମହିଳା ସଟପୁଟରେ କିରଣଙ୍କୁ ବ୍ରୋଞ୍ଜ, 72 ବର୍ଷ ପରେ ଭାରତକୁ ମିଳିଲା ପଦକ

ଏହା ପୂର୍ବରୁ ପୁରୁଷ 50ମିଟର ଏୟାର ରାଇଫଲ ଟିମ୍‌ ଇଭେଣ୍ଟରେ ପ୍ରତାପ ତୋମାର, ସ୍ବପ୍ନିଲ ଓ ଅଖିଲ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ । ମହିଳା 10 ମିଟର ଏୟାର ପିସ୍ତଲ ଟିମ୍‌ ଇଭେଣ୍ଟରେ ଈଶା ସିଂହ, ଦିବ୍ୟା ଥାଡିଗୋଲ ଓ ପଲକ ରୌପ୍ୟ ପଦକ ଜିତିଥିଲେ । ଗୁରୁବାର ଏସୀୟ କ୍ରୀଡାରେ ସୁଟିଂରେ ସ୍ବର୍ଣ୍ଣିମ ସଫଳତା ମିଳିଥିଲା । 10 ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଭାରତ ସ୍ବର୍ଣ୍ଣ ପଦକ ହାସଲ କରିଥିଲା । 10 ମିଟର ଏୟାର ପିସ୍ତଲ ଟିମ୍‌ ଇଭେଣ୍ଟରେ ଅର୍ଜୁନ ଚିମା, ସରବଜୌତ ସିଂ ଓ ଶିବ ନରୱାଲ ଦେଶକୁ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ଏହା ପୂର୍ବରୁ 25 ମିଟର ପିସ୍ତଲ ମହିଳା ଇଭେଣ୍ଟରେ ଭାରତକୁ ସ୍ବର୍ଣ୍ଣ ପଦକ ମିଳିଥିଲା ।

ଏହା ମଧ୍ୟ ପଢନ୍ତୁ-Asian Games 2023: ସୁଟିଂରେ ସ୍ବର୍ଣ୍ଣିମ ସଫଳତା, ପୁରୁଷ 50 ମିଟର ଏୟାର ରାଇଫଲ ଟିମ୍‌ ଇଭେଣ୍ଟରେ ସ୍ବର୍ଣ୍ଣ

ଚୀନରେ ଚାଲିଥିବା ଏସୀୟ କ୍ରୀଡାରେ ଭାରତୀୟ ସୁଟର ଦମଦାର ପ୍ରଦର୍ଶନ ଜାରି ରଖିନ୍ତି । ଗୋଟିଏ ପରେ ଗୋଟିଏ ପଦକ ହାସଲ କରି ଚାଲିଛି ଭାରତ । ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ କ୍ରୀଡାବିତଙ୍କୁ ଶୁଭେଚ୍ଛା ଜଣାଉଛନ୍ତି । ପଦକ ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଛି । ଚୀନ 200 ପଦକ ସହ ପ୍ରଥମ, ଜାପାନ 99 ପକ ସହ ଦ୍ବିତୀୟ ଓ ଦକ୍ଷିଣ କୋରିଆ 102 ପଦକ ସହ ତୃତୀୟ ସ୍ଥାନରେ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.