ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ର ଶେଷ ଦିନରେ ପୁରୁଷ ହକି ଇଭେଣ୍ଟରେ ରୌପ୍ୟ ପଦକ ସହ ଅଭିଯାନ ଶେଷ କରିଛି ଭାରତ । ଫାଇନାଲ୍ ମ୍ୟାଚ୍ରେ ଅଷ୍ଟ୍ରେଲିଆଠାରୁ ୭-୦ ବଡ ବ୍ୟବଧାନରେ ପରାଜିତ ହେବାପରେ ହକିରେ କମନୱେଲ୍ଥ ସ୍ବର୍ଣ୍ଣ ଅପେକ୍ଷା ବଢିଛି । ଭାରତୀୟ ପୁରୁଷ ହକି ଦଳକୁ ରୌପ୍ୟ ପଦକରେ ସନ୍ତୁଷ୍ଠ ହେବାକୁ ପଡ଼ିଛି । ପୂର୍ବରୁ ୨୦୧୦ରେ ଦିଲ୍ଲୀରେ ଓ ୨୦୧୪ରେ ଗ୍ଳୋସଗୋରେ ରୌପ୍ୟ ପଦକ ଜିତିଥିଲା ଭାରତ । ଅନ୍ୟପଟେ ୧୯୯୮ରେ ରାଜ୍ୟଗୋଷ୍ଠୀ କ୍ରୀଡାରେ ହକି ସାମିଲ ହେବାପରେ ସମସ୍ତ ୭ଟି ସ୍ବର୍ଣ୍ଣ ପଦକ ଅଷ୍ଟ୍ରେଲିଆ ଜିତିବା ସହ ନିଆରା ରେକର୍ଡ କରିଛି ।
-
A Silver medal 🥈 for the #MenInBlue to conclude their Birmingham 2022 Commonwealth Games campaign!
— Hockey India (@TheHockeyIndia) August 8, 2022 " class="align-text-top noRightClick twitterSection" data="
IND 0:7 AUS #IndiaKaGame #HockeyIndia #B2022 #Birmingham2022 @CMO_Odisha @sports_odisha @IndiaSports @Media_SAI pic.twitter.com/NLvPkvCmYr
">A Silver medal 🥈 for the #MenInBlue to conclude their Birmingham 2022 Commonwealth Games campaign!
— Hockey India (@TheHockeyIndia) August 8, 2022
IND 0:7 AUS #IndiaKaGame #HockeyIndia #B2022 #Birmingham2022 @CMO_Odisha @sports_odisha @IndiaSports @Media_SAI pic.twitter.com/NLvPkvCmYrA Silver medal 🥈 for the #MenInBlue to conclude their Birmingham 2022 Commonwealth Games campaign!
— Hockey India (@TheHockeyIndia) August 8, 2022
IND 0:7 AUS #IndiaKaGame #HockeyIndia #B2022 #Birmingham2022 @CMO_Odisha @sports_odisha @IndiaSports @Media_SAI pic.twitter.com/NLvPkvCmYr
ଫାଇନାଲ ମ୍ୟାଚ୍ରେ କ୍ୟାପଟେନ ମନପ୍ରୀତ ସିଂଙ୍କ ଆହତ ଭାରତ ପାଇଁ ମହଙ୍ଗା ପଡିଥିଲା । ଫଳରେ ଲିଗ ପର୍ଯ୍ୟାୟରେ ଅପରାଜେୟ ଓ ନିଜ ପୁଲ୍ରେ ଶୀର୍ଷରେ ରହିଥିବା ଭାରତୀୟ ଟିମକୁ ଫାଇନାଲରେ ଫର୍ମରେ ଦେଖିବାକୁ ମିଳନଥିଲା । ଫରୱାର୍ଡ ଫେଲ୍ ମାରିଥିଲେ, ଡିଫେନ୍ସ ସାଧାରଣ ରହିଥିଲା । ଫଳରେ ହାର ଫାଇଦା ଉଠାଇ ଗୋଲ୍ ପରେ ଗୋଲ୍ ସ୍କୋର କରିବା ସହ ଭାରତୀୟ ଖେଳାଳିଙ୍କ ଉପରେ ଚାପ ସୃଷ୍ଟି କରିଥିଲେ କଙ୍ଗାରୁ ଖେଳାଳି ।
ମ୍ୟାଚ୍ର ଶେଷ ଭାଗରେ ଚତୁର୍ଥ କ୍ବାର୍ଟରରେ ଭାରତୀୟ ଦଳ ଲଢ଼ୁଆ ପ୍ରଦର୍ଶନ କରିଥିଲା । ତେବେ ସେତେବେଳକୁ ବିଳମ୍ବ ହୋଇଯାଇଥିଲା । ଭାରତୀୟ ଦଳର ପ୍ରଦର୍ଶନ ଆଜିର ମ୍ୟାଚ୍ ବିଜୟୀ ହେବା ପାଇଁ ଯଥାର୍ଥ ନଥିଲା । ମ୍ୟାଚ୍ ବାଉଟ ବାଜିବା ବେଳକୁ ଭାରତୀୟ ଦଳ ୭-୦ରେ ଅଷ୍ଟ୍ରେଲିଆଠାରୁ ପରାଜୟ ବରଣ କରିଥିଲା ।
ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ରେ ଭାରତୀୟ ଦଳ ସର୍ବମୋଟ ୬୧ଟି ପଦକ ଜିତି ପଦକ ତାଲିକାରେ ଚତୁର୍ଥ ସ୍ଥାନରେ ରହିଛି । ସେଥି ମଧ୍ୟରେ ୨୨ଟି ସ୍ବର୍ଣ୍ଣ ପଦକ ରହିଛି । ସେହିଭଳି ତାଲିକାରେ ୧୬ଟି ରୌପ୍ୟ ପଦକ ରହିଥିବା ବେଳେ ୨୩ଟି କାଂସ୍ୟ ପଦକ ସାମିଲ ରହିଛି ।