ETV Bharat / sports

CWG 2022: ୱେଲ୍‌ସ୍‌କୁ ୪-୧ଗୋଲ୍‌ରେ ପରାଜିତ, ସେମିରେ ପହଞ୍ଚିଲା ଭାରତ

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପୁଲ୍‌ ଏ'ର ଶେଷ ଗୃପ୍‌ ମ୍ୟାଚ୍‌ରେ ୱେଲ୍‌ସ୍‌କୁ ୪-୧ ଗୋଲ୍‌ରେ ପରାଜିତ କରିଛି ଭାରତ । ଭାରତ ୪-୧ରେ ବିଜୟ ହାସଲ କରି ସେମିଫାଇନାଲ୍‌ରେ ପହଞ୍ଚିଛି । ଅଧିକ ପଢ଼ନ୍ତୁ

author img

By

Published : Aug 4, 2022, 9:44 PM IST

CWG 2022: ୱେଲ୍‌ସ୍‌କୁ ୪-୧ଗୋଲ୍‌ରେ ପରାଜିତ, ସେମିରେ ପହଞ୍ଚିଲା ଭାରତ
CWG 2022: ୱେଲ୍‌ସ୍‌କୁ ୪-୧ଗୋଲ୍‌ରେ ପରାଜିତ, ସେମିରେ ପହଞ୍ଚିଲା ଭାରତ

ବର୍ମିଂହାମ୍‌: ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପୁରୁଷ ହକି ଇଭେଣ୍ଟ୍‌ରେ ସେମିରେ ପହଞ୍ଚିଛି ଭାରତୀୟ ହକି ଦଳ । ପୁଲ୍‌ ଏ'ର ଶେଷ ଗୃପ୍‌ ମ୍ୟାଚ୍‌ରେ ୱେଲ୍‌ସ୍‌କୁ ୪-୧ଗୋଲ୍‌ରେ ପରାଜିତ କରିଛି ଭାରତ । ଆଜିର ମ୍ୟାଚ୍‌ରେ ହରମନ୍‌ପ୍ରୀତ ସିଂହ ପ୍ରତିପକ୍ଷ ଦଳକୁ ହ୍ୟାଟ୍ରିକ୍‌ ଗୋଲ୍‌ ଦେଇଥିଲେ ।

  • SEMIS NEXT 🔥🔥#Hockey FULL TIME: Indian Men's hockey 🏑 team complete their group stage fixtures with 3 wins and 1 draw. We play the semis next against New Zealand

    India 4-1 Wales

    Let's go boys!!! pic.twitter.com/PcCVwRZiU9

    — SAI Media (@Media_SAI) August 4, 2022 " class="align-text-top noRightClick twitterSection" data=" ">

ଗୃପ୍‌ ପର୍ଯ୍ୟାୟରେ ୪ଟି ମ୍ୟାଚ୍‌ ମଧ୍ୟରୁ ଭାରତ ଗୋଟିଏ ମ୍ୟାଚ୍‌ ଡ୍ର ଖେଳିଥିବା ବେଳେ ୩ଟି ମ୍ୟାଚ୍‌ରେ ବିଜୟ ହାସଲ କରିଛି । ପ୍ରଥମ କ୍ବାର୍ଟରରେ ଦୁଇ ଦଳ ମଧ୍ୟରେ କଡ଼ା ସଂଘର୍ଷ ଦେଖିବାକୁ ମିଳିଥିଲା । କେହି କାହାକୁ ଗୋଲ୍‌ ଦେଇ ପାରିନଥିଲେ । ଏହାପରେ ଭାରତ ଦ୍ବିତୀୟ କ୍ବାର୍ଟରରେ ଆକ୍ରାମକ ଖେଳ ପ୍ରଦର୍ଶନ କରିଥିଲା । କ୍ବାର୍ଟର ଆରମ୍ଭରୁ ଭାରତ ପ୍ରତିପକ୍ଷ ଦଳକୁ ଏକ ଗୋଲ୍‌ ଦେଇଥିଲା ।

ହରମନପ୍ରୀତ ସିଂହ ଦ୍ବିତୀୟ କ୍ବାର୍ଟରରେ ଲଗାତାର ଦୁଇଟି ଗୋଲ୍‌ ଦେଇଥିଲେ । ଭାରତ ଦୁଇଟି ଗୋଲ୍‌ରେ ଲିଡ୍‌ କରୁଥିବା ବେଳେ ତୃତୀୟ କ୍ବାର୍ଟର ଆରମ୍ଭରୁ ଆଉ ଏକ ଗୋଲ୍‌ ଦେଇଥିଲେ ହରମନପ୍ରୀତ ସିଂହ । ଭାରତ ଲଗାତାର ୩ଟି ଗୋଲ୍‌ ସହ ଲିଡ୍‌ରେ ରହିଥିଲା । ତେବେ ଚତୁର୍ଥ କ୍ବାର୍ଟର ଆରମ୍ଭରୁ ଭାରତର ଡିଫେନ୍ସକୁ ଭେଦ କରି ଏକ ଗୋଲ୍‌ ଦେଇଥିଲ ୱେଲ୍ସ ଦଳ । ତେବେ ବିଜୟ ହାସଲ କରିବା ପାଇଁ ଏହା ଯଥେଷ୍ଟ ହୋଇ ପାରିନଥିଲା । ଶେଷରେ ଭାରତ ୪-୧ରେ ବିଜୟ ହାସଲ କରି ସେମିଫାଇନାଲ୍‌ରେ ପହଞ୍ଚିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.