ETV Bharat / sports

Habib Passes Away: ଫୁଟବଲ୍ ଲିଜେଣ୍ଡ ମହମ୍ମଦ ହବିବଙ୍କ ପରଲୋକ

ଭାରତୀୟ ଫୁଟବଲ୍‌ ଲିଜେଣ୍ଡ ମହମ୍ମଦ ହବିବଙ୍କ ପରଲୋକ । ଦେଶର ପ୍ରଥମ ପ୍ରଫେସନାଲ ଫୁଟବଲର ଭାବେ ଥିଲା ପରିଚୟ । ଅଧିକ ପଢ଼ନ୍ତୁ

Habib Passes Away
Habib Passes Away
author img

By

Published : Aug 15, 2023, 10:54 PM IST

ହାଇଦ୍ରାବାଦ: ଭାରତୀୟ ଫୁଟବଲ୍‌ ଲିଜେଣ୍ଡ ମହମ୍ମଦ ହବିବଙ୍କର ଆଜି (ମଙ୍ଗଳବାର) ପରଲୋକ ଘଟିଛି । ୧୭ ଜୁଲାଇ ୧୯୪୯ ମସିହାରେ ଜନ୍ମଗ୍ରହଣ କରିଥିଲେ ଏହି କିମ୍ବଦନ୍ତୀ ଫୁଟବଲ ତାରକା । ଦେଶର ପ୍ରଥମ ପ୍ରଫେସନାଲ ଫୁଟବଲର ଭାବେ ଥିଲେ ପରିଚିତ । ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା । ଦୀର୍ଘ ବର୍ଷ ହେବ ସେ ପାରକିନସନ୍ ସମେତ ଅନ୍ୟାନ୍ୟ ରୋଗରେ ପୀଡ଼ିତ ଥିଲେ । ଆଜି ନିଜ ଜନ୍ମମାଟି ହାଇଦ୍ରାବାଦରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି ମହମ୍ମଦ ହବିବ । ପରିବାରରେ ତାଙ୍କର ପତ୍ନୀ ଓ ୩ ଝିଅ ରହିଛନ୍ତି । ୧୯୭୦ରେ ବ୍ୟାଙ୍କକ୍‌ରେ ଅନୁଷ୍ଠିତର ଏସିଆନ୍‌ ଗେମ୍ସରେ ସୟିଦ ନୟିମୁଦ୍ଦିନଙ୍କ ନେତୃତ୍ବରେ ବ୍ରୋଞ୍ଜ ପଦକ ହାସଲ କରିଥିବା ଭାରତୀୟ ଫୁଟବଲ ଦଳରେ ରହିଥିଲେ ମହମ୍ମଦ ହବିବ ।

Legendary footballer Habib passes away
Legendary footballer Habib passes away

ଭାରତୀୟ ଫୁଟବଲ୍‌ର ଏହି କିମ୍ବଦନ୍ତୀ ତାରକା ମୋହନ ବାଗାନ, ଇଷ୍ଟ ବେଙ୍ଗଲ ଓ ମୋହମ୍ମଡନ ସ୍ପୋର୍ଟିଂ କ୍ଲବ୍ ପକ୍ଷରୁ ଖେଳିଥିଲେ । ଫୁଟବଲ ଜଗତରେ ସଫଳ କ୍ୟାରିୟର ପାଇଁ ସେ ବେଶ ପରିଚିତ । ହବିବ୍‌ ଅନେକ ଥର ସରକାରୀ ଚାକିରି ପାଇଁ ଅଫର ପାଇଥିଲେ ମଧ୍ୟ ସେଗୁଡ଼ିକୁ ପ୍ରତ୍ୟାଖ୍ୟାନ କରି ଫୁଟବଲ ଖେଳକୁ ନିଜ ପ୍ରଫେସନ ଭାବେ ଚୟନ କରିଥିଲେ । ସେଥିପାଇଁ ତାଙ୍କୁ ଦେଶର ପ୍ରଥମ ପ୍ରଫେସନାଲ ଫୁଟବଲର ବୋଲି କୁହାଯାଏ । ତେବେ ସେ ଟାଟା ଫୁଟବଲ ଏକାଡେମୀର ପ୍ରଶିକ୍ଷକ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ । ଏହାପରେ ସେ ହଳଦିଆସ୍ଥିତ ଭାରତୀୟ ଫୁଟବଲ ଆସୋସିଏସନ୍ ଏକାଡେମୀରେ ମୁଖ୍ୟ କୋଚ୍ ଭାବେ ଦାୟିତ୍ବ ତୁଲାଇଥିଲେ ।

Legendary footballer Habib passes away
Legendary footballer Habib passes away

ଏହା ମଧ୍ୟ ପଢ଼ନ୍ତୁ...William Friedkin Dies: ଓସ୍କାର ବିଜେତା ନିର୍ଦ୍ଦେଶକଙ୍କ ପରଲୋକ, 87 ବର୍ଷ ବୟସରେ ତ୍ୟାଗ କଲେ ଶେଷ ନିଶ୍ୱାସ

୧୯୭୭ ମସିହାରେ ଥରେ ମହମ୍ମଦ ହବିବ ମୋହନ ବାଗାନ ପକ୍ଷରୁ କସମସ କ୍ଲବ ବିପକ୍ଷରେ ଏକ ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚ୍ ଖେଳିଥିଲେ । ସେତେବେଳେ ତାଙ୍କ ବିପକ୍ଷ ଦଳରେ ମହାନ ଫୁଟବଲ ଖେଳାଳି ପେଲେ ଖେଳିଥିଲେ । କସମସ କ୍ଲବ ପକ୍ଷରୁ ପେଲେ, କାର୍ଲୋସ ଆଲବର୍ଟ ଭଳି ଖେଳାଳି ଖେଳୁଥିଲେ ମଧ୍ୟ ମୋହନ ବାଗାନ ମ୍ୟାଚ୍‌କୁ ୨-୨ରେ ଡ୍ର’ ରଖିବାରେ ସଫଳ ହୋଇଥିଲା । ସେହି ମ୍ୟାଚ୍‌ରେ ମୋହନ ବାଗାନ ତରଫରୁ ହୋଇଥିବା ୨ଟି ଗୋଲ ମଧ୍ୟରୁ ମହମ୍ମଦ ହବିବ ଗୋଟିଏ ଗୋଲ ସ୍କୋର କରିଥିଲେ । ଏଥିପାଇଁ ପେଲେ ମଧ୍ୟ ହବିବ୍‌ଙ୍କୁ ଖୁବ ପ୍ରଶଂସା କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.