ETV Bharat / sports

ଭାରତୀୟ ଜିମ୍ନାଷ୍ଟଙ୍କୁ ଝଟକା, ଅଧା ରହିଗଲା ଅଲମ୍ପିକ ଆଶା

author img

By

Published : Feb 26, 2021, 6:48 PM IST

ଅଲମ୍ପିକ ଯୋଗ୍ୟତା ପର୍ଯ୍ୟାୟ ଇଭେଣ୍ଟର ଅଂଶ ଥିବା ଅଧାଡର୍ଜନ ବିଶ୍ବକପ ବାତିଲ ହେବାପରେ ମଉଳିଯାଇଛି ଭାରତୀୟ ଜିମ୍ନାଷ୍ଟଙ୍କ ଅଲମ୍ପିକ ଯୋଗ୍ୟତା ଅର୍ଜନ ଆଶା । ଅଧିକ ପଢନ୍ତୁ...

Indian gymnasts' chances of making it to Olympics all but over
ଭାରତୀୟ ଜିମ୍ନାଷ୍ଟଙ୍କୁ ଝଟକା, ଅଧା ରହିଗଲା ଅଲମ୍ପିକ ଆଶା

ନୂଆଦିଲ୍ଲୀ: ଭାରତୀୟ ଜିମ୍ନାଷ୍ଟ ଆଥଲେଟଙ୍କୁ ବଡ ଝଟକା । ଅଲମ୍ପିକ ଯୋଗ୍ୟତା ପର୍ଯ୍ୟାୟ ଇଭେଣ୍ଟର ଅଂଶଥିବା ଅଧାଡର୍ଜନ ବିଶ୍ବକପ ବାତିଲ ହେବାପରେ ମଉଳିଯାଇଛି ଭାରତୀୟ ଜିମ୍ନାଷ୍ଟଙ୍କ ଅଲମ୍ପିକ ଯୋଗ୍ୟତା ଅର୍ଜନ ଆଶା । 2016 ଅଲମ୍ପିକରେ ଦମ ଦେଖାଇଥିବା ଦୀପା କର୍ମାକରଙ୍କ ଟୋକିଓ ଅଲମ୍ପିକ ଯୋଗ୍ୟତା ଅର୍ଜନ ସମେତ ଭାରତୀୟ ଜିମ୍ନାଷ୍ଟଙ୍କ ଆଶା ଧୂଳିସାତ ହୋଇଛି ।

ମହାମାରୀ କୋରୋନା କାରଣରୁ ଦୁଇଟି ବିଶ୍ବକପ ବାତିଲ ହୋଇଥିଲାବେଳେ, ତୃତୀୟଟି ପୂର୍ବରୁ ମାର୍ଚ୍ଚରେ ହେବାନେଇ ସୂଚୀ ରହିଥିଲା । ମାତ୍ର ଅନ୍ତର୍ଜାତୀୟ ଜିମ୍ନାଷ୍ଟିକ ଫେଡେରେସନ(FIG) ପକ୍ଷରୁ ଏହାକୁ ସ୍ଥଗିତ ଘୋଷଣା କରିବା ପରେ ଭାରତୀୟ ଜିମ୍ନାଷ୍ଟଙ୍କ ସ୍ବପ୍ନ ଅଧୁରା ରହିବାକୁ ଯାଉଛି । ଗୋଟିଏ ବିଶ୍ବକପ ଚଳିତ ମାସରେ ଓ ଅନ୍ୟଟି ଆସନ୍ତା ମାସରେ ଆୟୋଜତ ହେବାର ଥିଲା ।

"ଅଲମ୍ପିକ ଯୋଗ୍ୟତା ପର୍ଯ୍ୟାୟ ସଂପୂର୍ଣ୍ଣ ପ୍ରସ୍ତୁତ ଥିଲୁ, ମାତ୍ର ଟୋକିଓ ଅଲମ୍ପିକ ଯୋଗ୍ୟତା ଅର୍ଜନ ପଏଣ୍ଟ ହାସଲ ପାଇଁ କୌଣସି ଅନ୍ତର୍ଜାତୀୟ ପ୍ରତିଯୋଗୀତା ନାହିଁ ।" ଏହା କହିଛନ୍ତି ଦୀପାଙ୍କ କୋଚ ବିଶେଶ୍ବର ନନ୍ଦି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.