ETV Bharat / sports

ଦୂତୀ-ହିମାଙ୍କ ଚମତ୍କାର, ମହିଳା 4x100ମି ରିଲେ ଟିମର ନ୍ୟାସନାଲ ରେକର୍ଡ

author img

By

Published : Jun 21, 2021, 9:20 PM IST

ଷ୍ଟାର ଧାବିକା ଦୂତୀ ଚାନ୍ଦ ଓ ହିମା ଦାସଙ୍କୁ ନେଇ ଭାରତୀୟ ମହିଳା 4x100 ମିଟର ରିଲେ ଟିମ, ପଟିଆଲାରେ ଆରମ୍ଭ ହୋଇଥିବା ଇଣ୍ଡିଆନ ଗ୍ରାଣ୍ଡପ୍ରିକ୍ସ(IGP)4 ରେ ନୂଆ ନ୍ୟାସନାଲ ରେକର୍ଡର ଅଧିକାରୀ ହୋଇଛି । ଅଧିକ ପଢନ୍ତୁ...

Indian Grand Prix: Dutee, Hima, Dhanalakshmi and Archana script National Record in 4X100m relay
ଦୂତୀ-ହିମାଙ୍କ ଚମତ୍କାର, ମହିଳା 4x100ମି ରିଲେ ଟିମର ନ୍ୟାସନାଲ ରେକର୍ଡ

ପଟିଆଲା: ଷ୍ଟାର ଧାବିକା ଦୂତୀ ଚାନ୍ଦ ଓ ହିମା ଦାସଙ୍କୁ ନେଇ ଭାରତୀୟ ମହିଳା 4x100 ମିଟର ରିଲେ ଟିମ, ସୋମବାର ପଟିଆଲାରେ ଆରମ୍ଭ ହୋଇଥିବା ଇଣ୍ଡିଆନ ଗ୍ରାଣ୍ଡପ୍ରିକ୍ସ(IGP)4 ରେ ନୂଆ ନ୍ୟାସନାଲ ରେକର୍ଡର ଅଧିକାରୀ ହୋଇଛି ।

ହିମା, ଦୂତୀ, ଧନଲକ୍ଷ୍ମୀ ଓ ଅର୍ଚ୍ଚନା ସୁସେନ୍ତ୍ରନ 43.37 ସେକେଣ୍ଡରେ ଦୌଡ ଶେଷ କରିଛନ୍ତି । ଯାହାକି ପୂର୍ବରୁ ଥିଲା ଶ୍ରେଷ୍ଠ ପ୍ରଦର୍ଶନ ଠାରୁ 5 ସେକେଣ୍ଡ କମ । 2016ରେ ପୂର୍ବରୁ 42.43 ସେକେଣ୍ଡ ଏହି ଇଭେଣ୍ଟର ରେକର୍ଡ ଥିଲା । ଏନେଇ ଭାରତୀୟ ଆଥଲେଟିକ୍ସ ମହାସଂଘ(AFI) ଘୋଷଣା କରିଛି ।

ଅନ୍ୟପଟେ ଟୋକିଓ 2020 ଯୋଗ୍ୟ ଡିସକସ ଥ୍ରୋଅର କମଲପ୍ରୀତ କୌର ମଧ୍ୟ ଅଲମ୍ପିକ୍ସ ପୂର୍ବରୁ ଦମ ଦେଖାଇଛନ୍ତି । 25 ବର୍ଷୀୟା କମଲପ୍ରୀତ ଗତ 4 ମାସ ମଧ୍ୟରେ ସମାନ ଇଭେଣ୍ଟରେ ଦ୍ବିତୀୟ ଥର ପାଇଁ ନ୍ୟାସନାଲ ରେକର୍ଡ ଭଙ୍ଗ କରିଛନ୍ତି ।

କମଲପ୍ରୀତ 66.59 ମିଟର ଡିସକସ୍ ଫିଙ୍ଗିବା ସହ ନିଜର ପୂର୍ବ ନ୍ୟାସନାଲ ରେକର୍ଡକୁ ଅତିକ୍ରମ କରିଛନ୍ତି । ମାର୍ଚ୍ଚ 2021ରେ ଫେଡରେସନ କପ୍‌ର ଶେଷ ଦିନରେ 65.06 ମିଟର ଫିଙ୍ଗି ନ୍ୟାସନାଲ ରେକର୍ଡର ଅଧିକାରୀ ହୋଇଥିଲେ ସେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.