ନୂଆଦିଲ୍ଲୀ: ଭେଟେରାନ ଭାରତୀୟ ଡିସକସ୍ ଥ୍ରୋଅର ସୀମା ପୁନିଆ ପଟିଆରେ ଆନ୍ତଃରାଜ୍ୟ ଆଥଲେଟିକ୍ ଚମ୍ପିଆନସିପ୍ର ଶେଷ ଦିନରେ ମଙ୍ଗଳବାର ଦମଦାର ପ୍ରଦର୍ଶନ ସହ ଟୋକିଓ ଅଲମ୍ପିକ ଟିକେଟ ହାତେଇଛନ୍ତି ।
ମହିଳା ବର୍ଗରେ 63.50ମିଟର ଯୋଗ୍ୟତା ପର୍ଯ୍ୟାୟ ମାର୍କ ରହିଥିଲା । ଆନ୍ତଃରାଜ୍ୟ ଆଥଲେଟିକ୍ ଚମ୍ପିଆନସିପ୍ରେ 63.72 ମିଟର ଫିଙ୍ଗି ସୀମା ଟୋକିଓ ଟିକେଟ ହାସଲ କରିଛନ୍ତି । ଭାରତୀୟ ଆଥଲେଟିକ ଚମ୍ପିଆନସିପ(AFI) ସୀମାଙ୍କ ଏହି ସଫଳତା ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି ।
ଗତ ସପ୍ତାହରେ ଇଣ୍ଡିଆନ ଗ୍ରାଣ୍ଡ ପ୍ରିକ୍ସ 4ରେ ଡିସକସ ଥ୍ରୋଅର କମଲପ୍ରୀତ କୌର ନୂଆ ଜାତୀୟ ରେକର୍ଡ କରିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ