ETV Bharat / sports

ଆର୍ମୀ ସ୍ପୋର୍ଟ୍ସ ଇନଷ୍ଟିଚ୍ୟୁଟରେ ଅଭ୍ୟାସକୁ ଫେରିଲେ ଭାରତୀୟ ତୀରନ୍ଦାଜ - କୋରୋନା ଭାଇରସ ଲକଡାଉନ

ପୁନେର ଆର୍ମୀ ସ୍ପୋର୍ଟ୍ସ ଇନଷ୍ଟିଚ୍ୟୁଟ(ଏସଆଇ)ରେ ଅଭ୍ୟାସ ଆରମ୍ଭ କରିଛନ୍ତି ଭାରତୀୟ ପୁରୁଷ ଓ ମହିଳା ତୀରନ୍ଦାଜ । ।

Indian archers happy to be back on training post lockdown
ଆର୍ମୀ ସ୍ପୋର୍ଟ୍ସ ଇନଷ୍ଟିଚ୍ୟୁଟରେ ଅଭ୍ୟାସକୁ ଫେରିଲେ ଭାରତୀୟ ତୀରନ୍ଦାଜ
author img

By

Published : Oct 9, 2020, 8:07 PM IST

ନୂଆଦିଲ୍ଲୀ: ଅଭ୍ୟାସକୁ ଫେରିଲେ ଭାରତୀୟ ପୁରୁଷ ଓ ମହିଳା ତୀରନ୍ଦାଜ । ପୁନେର ଆର୍ମୀ ସ୍ପୋର୍ଟ୍ସ ଇନଷ୍ଟିଚ୍ୟୁଟ(ଏସଆଇ)ରେ ଅଭ୍ୟାସ ଆରମ୍ଭ କରିଛନ୍ତି ।

ଅଗଷ୍ଟ 25ରୁ ବନ୍ଦ ଥିବା ଏହି କ୍ୟାମ୍ପ ଦୀର୍ଘ ଦିନ ପରେ ଖୋଲିଥିବାରୁ ଅଭ୍ୟାସକୁ ଫେରି ଖୁସିବ୍ୟକ୍ତ କରିଛନ୍ତି ଖେଳାଳି ।

କୋରୋନା ଭାଇରସ ଲକଡାଉନ କାରଣରୁ ଦେଶରେ ସମସ୍ତ ପ୍ରକାର କ୍ରୀଡା କାର୍ଯ୍ୟକଳାପ ସ୍ଥଗିତ ରହିଥିଲା । ମାତ୍ର ଦେଶ ତମାମ କଟକଣା ପାଳନ ସହ ସମସ୍ତ ସ୍ଥାନରେ ଅଭ୍ୟାସ କ୍ୟାମ୍ପ ପୁନଃ ଆରମ୍ଭ ହୋଇଛି ।

"ଦୀର୍ଘ ଦିନ ପରେ ଅଭ୍ୟାସକୁ ଫେରିବାର ପ୍ରଥମ କିଛି ଦିନ କଷ୍ଟକର ଥିଲା । ଗତ ମାର୍ଚ୍ଚରୁ ଅଭ୍ୟାସ ସମ୍ଭବ ହୋଇନଥିଲା ।" ଏହା ସର୍ବାଧିକ ସମୟ ବିନା ଅଭ୍ୟାସରେ କଟିଥିବା ସମୟ ବୋଲି କହିଛନ୍ତି, ତୀଦନ୍ଦାଜ ଷ୍ଟାର ଅତନୁ ଦାସ । ଚଳିତ ବର୍ଷ ଅର୍ଜୁନ ଆୱାର୍ଡରେ ସମ୍ମାନିତ ହେଇଛନ୍ତି ଅତନୁ ।

କ୍ବାରେଣ୍ଟିନ ଅବଧି ଶେଷ କରି କିଛି ଖେଳାଳି କ୍ୟାମ୍ପରେ ପହଞ୍ଚିଛନ୍ତି । ଫଳରେ ଅଭ୍ୟାସ କାର୍ଯ୍ୟକ୍ରମ ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଥିବା କହିଛନ୍ତି କୋଚ ମାଝି ସୱାଇୟାନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.