ପ୍ୟାରିସ: ତୀରନ୍ଦାଜ ବିଶ୍ବକପରେ ଭାରତୀୟ ଯୁବ ତୀରନ୍ଦାଜ ଷ୍ଟାର ଅଭିଶେକ ବର୍ମାଙ୍କ ଐତିହାସିକ ପ୍ରଦର୍ଶନ । ପ୍ୟାରିସରେ ଖେଳାଯାଉଥିବା ତୀରନ୍ଦାଜ ବିଶ୍ବକପରେ ଶନିବାର ବ୍ୟକ୍ତିଗତ ବର୍ଗରେ ପ୍ରଥମ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ଅଭିଶେକ ।
ସଂଯୁକ୍ତ ରାଷ୍ଟ୍ର ଆମେରିକାର କ୍ରିସ ସଚ୍ଫଙ୍କୁ ହରାଇ ସ୍ବର୍ଣ୍ଣ ପଦକ ହାତେଇଛନ୍ତି । ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆ ଟ୍ବିଟ ଯୋଗେଁ ଅଭିଶେକଙ୍କ ସ୍ବର୍ଣ୍ଣିମ ପ୍ରଦର୍ଶନ ପାଇଁ ଶୁଭେଚ୍ଛା ଜଣାଇଛି ।
ଗତ ସପ୍ତାହରେ ଭାରତୀୟ ମହିଳା ରିକର୍ଭ ତୀରନ୍ଦାଜ ଟିମ ପ୍ୟାରିସରେ ଆୟୋଜିତ ଅଲମ୍ପିକ ଯୋଗ୍ୟତା ପର୍ଯ୍ୟାୟ ଇଭେଣ୍ଟରେ ପ୍ରାରମ୍ଭିକ ରାଉଣ୍ଡରେ ପରାସ୍ତ ସହ ଟୋକିଓ ଅଲମ୍ପିକ ଯୋଗ୍ୟତା ଅର୍ଜନ କରିବାରୁ ବଞ୍ଚିତ ହୋଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ