ETV Bharat / sports

ଅନ୍ତର୍ଜାତୀୟ ସୁଟିଂ ବିଶ୍ବକପରେ ଭାରତକୁ ରୌପ୍ୟ ପଦକ - ଅନ୍ତର୍ଜାତୀୟ ସୁଟିଂ ବିଶ୍ବକପ

ଅନ୍ତର୍ଜାତୀୟ ସୁଟିଂ ବିଶ୍ବକପରେ ଭାରତ ରୌପ୍ୟ ପଦକ ହାସଲ କରିବାରେ ସକ୍ଷମ ହୋଇଛି। ଏକ ରାଇଫଲ ସୁଟିଂରେ ଭାରତ ପକ୍ଷରୁ ଐଶର୍ଯ୍ୟ ପ୍ରତାପ ସିଂହ ତୋମାର, ଦୀପକ କୁମାର ଓ ପଙ୍କଜ କୁମାର ମିଳିତ ଭାବରେ ରୌପ୍ୟ ପଦକ ହାସଲ କରିବାରେ ସକ୍ଷମ ହୋଇଛନ୍ତି। ଅଧିକ ପଢ଼ନ୍ତୁ...

ଅନ୍ତର୍ଜାତୀୟ ସୁଟିଂ ବିଶ୍ବକପରେ ଭାରତକୁ ରୌପ୍ୟ ପଦକ

author img

By

Published : Mar 21, 2021, 2:53 PM IST

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ସୁଟିଂ ବିଶ୍ବକପରେରେ ଭାରତ ରୌପ୍ୟ ପଦକ ହାସଲ କରିବାରେ ସକ୍ଷମ ହୋଇଛି। ଏକ ରାଇଫଲ ସୁଟିଂରେ ଭାରତ ପକ୍ଷରୁ ଐଶର୍ଯ୍ୟ ପ୍ରତାପ ସିଂହ ତୋମାର, ଦୀପକ କୁମାର ଓ ପଙ୍କଜ କୁମାର ମିଳିତ ଭାବରେ ରୌପ୍ୟ ପଦକ ହାସଲ କରିବାରେ ସକ୍ଷମ ହୋଇଛନ୍ତି। ସ୍ବର୍ଣ୍ଣ ପଦକ ପାଇଁ ଶେଷ ରାଉଣ୍ଡରେ ଆମେରିକାର ସହ ପ୍ରତିଦ୍ବନ୍ଦିତା କରୁଥିଲା ଭାରତୀୟ ଦଳ। ତେବେ ଭାରତକୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ଏହାକୁ ନେଇ ଜାତୀୟ ରାଇଫଲ ଆସୋସିଏସନ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି।

  • Another Gold medal 🥇 for #USA this time in the Men’s 10M Air Rifle team event. They beat #India 16-14 in a pulsating final. Third Gold for them. Third Silver 🥈 for India as well at the @ISSF_Shooting World Cup #NewDelhi 2021

    — NRAI (@OfficialNRAI) March 21, 2021 " class="align-text-top noRightClick twitterSection" data=" ">

ସ୍ବର୍ଣ୍ଣ ପଦକ ରାଉଣ୍ଡ ପାଇଁ ଭାରତୀୟ ଦଳ 14ଟି ସଠିକ ସୁଟିଂ କରିଥିବା ବେଳେ ଆମେରିକା 16ଟି ସଠିକ ସୁଟିଂ କରିଥିଲା। ଫଳରେ ଆମେରିକାର ଲୁକାସ କୋଜିନିସ୍କାଏ, ୱିଲିୟମ ସାନର ଓ ଟିମୋଥି ଶେରୀ ସ୍ବର୍ଣ୍ଣ ପଦକ ହାସଲ କରିବାରେ ସଫଳ ହୋଇଛନ୍ତି।

ସେପେଟ ଆଉ ଏକ ଏୟାର ରାଇଫଲ ପ୍ରତିଯୋଗିତାରେ ଭାରତୀୟ ମହିଳା ଦଳ ଚତୁର୍ଥ ସ୍ଥାନରେ ରହିବାକୁ ସକ୍ଷମ ହୋଇଛି। ଶ୍ରିୟଙ୍କା ଷଡ଼ଙ୍ଗୀ, ନିଶା କନୱର ଓ ଅପୁର୍ବୀ ଚାଣ୍ଡେଲା ମୋଟ 623.7 ସ୍କୋର ହାସଲ କରିବାକୁ ସକ୍ଷମ ହୋଇଛନ୍ତି। ଏହି ପ୍ରତିଯୋଗିତାରେ ଡେନମାର୍କ 625.9 ସ୍କୋର ସହ ସ୍ବର୍ଣ୍ଣ ପଦକ ହାସଲ କରିଛି। ସେହିଭଳି 627 ସ୍କୋର ସହ ଆମେରିକା ରୌପ୍ୟ ପଦକ ହାସଲ କରିଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.