ETV Bharat / sports

ଜୁନିୟର ସୁଟିଂ ବିଶ୍ବକପ: 2ୟ ଦିନରେ 2 ସ୍ବର୍ଣ୍ଣ, ଭାରତର ପଦକ ସଂଖ୍ୟା 11

ଜୁନିୟର ସୁଟିଂ ବିଶ୍ବକପର ପଏଣ୍ଟ ଟେବୁଲ ଟପରେ ଭାରତ ରହିଛି । 2ୟ ଦିନ ଶେଷ ସୁଦ୍ଧା ଭାରତ ମୋଟ 11 ପଦକ ଜିତିଛି ।

author img

By

Published : Jul 14, 2019, 10:13 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/@ଟ୍ବିଟର

ନୂଆଦିଲ୍ଲୀ: ରବିବାର ଥିଲା ଜୁନିୟର ସୁଟିଂ ବିଶ୍ବକପର 2ୟ ଦିନ । ଭାରତ 2ୟ ଦିନରେ ମୋଟ 6ଟି ପଦକ ହାସଲ କରିଛି । 6ଟି ପଦକ ମଧ୍ୟରେ 2ଟି ସ୍ବର୍ଣ୍ଣ ପଦକ, 3ଟି ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ସାମିଲ ରହିଛି ।

ତେବେ 2ୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ମୋଟ 11 ପଦକ (4 ସ୍ବର୍ଣ୍ଣ, 5ଟି ରୌପ୍ୟ ଓ 2ଟି ବ୍ରୋଞ୍ଜ) ପାଇଛି । ଏହାସହ ଭାରତ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି । ପୁରୁଷ 50 ମିଟର ପିସ୍ତଲ ଇଭେଣ୍ଟରେ ଭାରତର ଗୌରବ ରାଣା 553 ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହି ସ୍ବର୍ଣ୍ଣ ଜିତିଛନ୍ତି ।

ସେହିପରି ଅନ୍ୟତମ ଭାରତୀୟ ସୁଟର ଅର୍ଜୁନ ସିଂହ ଚିମା 553 ପଏଣ୍ଟ ସହ 2ୟ ସ୍ଥାନରେ ରହି ରୌପ୍ୟ ପଦକ ହାତେଇଛନ୍ତି । ମହିଳା 50 ମିଟର ପିସ୍ତଲ ଇଭେଣ୍ଟରେ ପ୍ରିୟା ରାଘବ 535 ପଏଣ୍ଟ ସହ 2ୟ ସ୍ଥାନରେ ରହି ରୌପ୍ୟ ପଦକ ହାସଲ କରିଛନ୍ତି । ସେହିପରି ବିଭୁତି ଭାଟିଆ 531 ପଏଣ୍ଟ ସହ ବ୍ରୋଞ୍ଜ ପଦକ ହାତେଇଛନ୍ତି ।

Intro:Body:

BLANK FOR LINK STORY  

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.