ନୂଆଦିଲ୍ଲୀ: ଚଳିତ ଇଣ୍ଡିଆ ଓପନ ବ୍ୟାଡ୍ମିଣ୍ଟନ ୨୦୨୨ ଫାଇନାଲରେ ଭାରତୀୟ ଯୋଡି ସାତ୍ବିକସାଇରାଜ ରାଙ୍କିରେଡ୍ଡି ଓ ଚିରାଗ ସେଟ୍ଟୀ । BWF ୱାର୍ଲ୍ଡ ଟୁର୍ ଟୁର୍ନାମେଣ୍ଟ ସିରିଜର ଅଂଶ ଭାବେ ଖେଳାଯାଉଛି ଇଣ୍ଡିଆ ଓପନ । ଶନିବାର କେଡି ଯାଦବ ଷ୍ଟାଡିୟମରେ ଖେଳାଯାଇଥିବା ଟୁର୍ନାମେଣ୍ଟର ସେମିଫାଇନାଲ ମୁକାବିଲାରେ ଦମଦାର ପ୍ରଦର୍ଶନ ସହ ବିଜୟୀ ହୋଇଛନ୍ତି ଭାରତୀୟ ଯୋଡି ।
-
1️⃣st Indian Men’s Doubles pair to reach the final of #YonexSunriseIndiaOpen2022 ! 🔥🔝🔝
— BAI Media (@BAI_Media) January 15, 2022 " class="align-text-top noRightClick twitterSection" data="
Well done, boys! 👏👏@satwiksairaj | @Shettychirag04 #IndiaKaregaSmash#Badminton pic.twitter.com/mB9rmuC8rE
">1️⃣st Indian Men’s Doubles pair to reach the final of #YonexSunriseIndiaOpen2022 ! 🔥🔝🔝
— BAI Media (@BAI_Media) January 15, 2022
Well done, boys! 👏👏@satwiksairaj | @Shettychirag04 #IndiaKaregaSmash#Badminton pic.twitter.com/mB9rmuC8rE1️⃣st Indian Men’s Doubles pair to reach the final of #YonexSunriseIndiaOpen2022 ! 🔥🔝🔝
— BAI Media (@BAI_Media) January 15, 2022
Well done, boys! 👏👏@satwiksairaj | @Shettychirag04 #IndiaKaregaSmash#Badminton pic.twitter.com/mB9rmuC8rE
ଫ୍ରେଞ୍ଚ୍ ଯୋଡି ଫାବିଏନ ଡେଲରୁଏ ଓ ୱିଲିଅମ ଭିଲେଜରଙ୍କୁ ଭାରତୀୟ ଯୋଡି ୨୧-୧୦, ୨୧-୧୮ ସିଧାସଳଖ ସେଟ୍ରେ ପରାସ୍ତ କରିଛନ୍ତି । ଏହି ମ୍ୟାଚ୍ ୩୭ ମିନିଟ୍ ଧରି ଖେଳାଯାଇଥିଲା । ପୂର୍ବରୁ ଆକର୍ଷୀ କଶ୍ୟପ ସେମିଫାଇନାଲ ମୁକାବିଲାରେ ଥାଇଲାଣ୍ଡର ବୁସାନନ ଓଙ୍ଗବାମରୁଙ୍ଗଫନଙ୍କ ଠାରୁ ୨୪-୨୬ ଓ ୯-୨୧ ସିଧାସଳଖ ସେଟ୍ରେ ପରାସ୍ତ ହେବାସହ ଟୁର୍ନାମେଣ୍ଟରୁ ବାଦ୍ ପଡିଛନ୍ତି ।
ଏହାମଧ୍ୟ ପଢନ୍ତୁ: ବିରାଟ କୋହଲି ଭାରତର ସଫଳତମ ଟେଷ୍ଟ ଅଧିନାୟକ
ଏହି ମ୍ୟାଚ୍ ୫୨ ମିନିଟ୍ ଧରି ଖେଳାଯାଇଥିଲା । ତେବେ ଲକ୍ଷ ସେନ୍ ପୁରୁଷ ସିଙ୍ଗଲ୍ସ ଇଭେଣ୍ଟରେ ମାଲେସିଆର ଏନଜି ତେଜ୍ ୟଙ୍ଗ୍ଙ୍କୁ ହରାଇ ଫାଇନାଲକୁ ଉନ୍ନୀତ ହୋଇଛନ୍ତି । ଏହା ସେନଙ୍କ କ୍ୟାରିୟରର ପ୍ରଥମ ସୁପର ୫୦୦ ଟୁର୍ନାମେଣ୍ଟ ଫାଇନାଲ ପ୍ରବେଶ ।