ନୂଆଦିଲ୍ଲୀ: ଭାରତ ହେବ କ୍ରୀଡାର ମହାଶକ୍ତି ଓ ବିଶ୍ବ କ୍ରୀଡାକ୍ଷେତ୍ରର କେନ୍ଦ୍ରସ୍ଥଳୀ । ଏହା କହିଛନ୍ତି କେନ୍ଦ୍ର କ୍ରୀଡାମନ୍ତ୍ରୀ କିରଣ ରିଜ୍ଜୁ । ଅଲଟିମେଟ ଟେବୁଲ ଟେନିସ(UTT)ର 3ୟ ସଂସ୍କରଣର ଉଦାଘାଟନ ଉତ୍ସବରେ ଯୋଗ ଦେଇ ସେ ଏହା କହିଛନ୍ତି ।
ଟେବୁଲ ଟେନିସ ଖେଳରେ ଉଲ୍ଲେଖନୀୟ ସଫଳତା ଓ ପ୍ରଭାବି ପ୍ରଦର୍ଶନ ନେଇ ଖୁସିବ୍ୟକ୍ତ କରିଛନ୍ତି କ୍ରୀଡାମନ୍ତ୍ରୀ । ଏହାସହ TTFI ଓ UTTର ଦେଶର ବିଭିନ୍ନ ସ୍ଥାନରେ ଟୁର୍ଣ୍ଣାମେଣ୍ଟ କରି ପ୍ରତିଭାବାନ ଖେଳାଳିଙ୍କୁ ଚିହ୍ନଟ କରୁଥିବାରୁ ସାଧୁବାଦ ଜଣାଇଛନ୍ତି କ୍ରୀଡାମନ୍ତ୍ରୀ ।
କିରଣ ରିଜ୍ଜୁ କହିଛନ୍ତି ଯେ ଟେବୁଲ ଟେନିସ ଖେଳରେ ଭାରତ ବହୁତ ଉନ୍ନତି କରିଛି । ଗତ କିଛି ମାସ ଧରି ବହୁ ଅନ୍ତଜାର୍ତୀୟ ଟୁର୍ଣ୍ଣାମେଣ୍ଟରେ ଭାରତ ପଦକ ଜିତିବା ଏହାର ଉଦାହରଣ । ଆଗକୁ ଅଲମ୍ପିକ୍ସରେ ମଧ୍ୟ ଭାରତୀୟ ଟେବୁଲ ଟେନିସ ଖେଳାଳି ମେଡାଲ ଜିତିବା ନେଇ ସେ ଆଶାବାଦୀ ଅଛନ୍ତି । ଏହାସହ କ୍ରୀଡାବିଭାଗ ଟେବୁଲ ଟେନିସ ଖେଳର ବିକାଶ ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବ ବୋଲି ସ୍ପଷ୍ଟ କରିଛନ୍ତି କେନ୍ଦ୍ର କ୍ରୀଡାମନ୍ତ୍ରୀ କିରଣ ରିଜ୍ଜୁ ।