ETV Bharat / sports

ପଞ୍ଚମ ହକି ଟେଷ୍ଟରେ ପରାସ୍ତ ହେଲା ଭାରତ, ୪-୧ ରେ ସିରିଜ ଜିତିଲା ଅଷ୍ଟ୍ରେଲିଆ

author img

By

Published : Dec 4, 2022, 7:42 PM IST

ପଞ୍ଚମ ହକି ଟେଷ୍ଟରେ ପରାସ୍ତ ହେଲା ଭାରତ । ଆଜି (ରବିବାର) ଖେଳାଯାଇଥିବା ଭାରତ ବନାମ ଅଷ୍ଟ୍ରେଲିଆ ପଞ୍ଚମ ତଥା ଅନ୍ତିମ ହକି ଟେଷ୍ଟରେ ପରାସ୍ତ ହୋଇଛି ଟିମ୍ ଇଣ୍ଡିଆ । ତେବେ ଅଷ୍ଟ୍ରେଲିଆରେ ଖେଳାଯାଥିବା ୫ ଟି ମ୍ୟାଚ ବିଶିଷ୍ଟ ସିରିଜରେ ଅଷ୍ଟ୍ରେଲିଆ ୪-୧ରେ ବାଜି ମାରି ନେଇଛି । ଅଧିକ ପଢନ୍ତୁ

୪-୫ ଗୋଲରେ ପରାସ୍ତ ହେଲା ଭାରତ, ୪-୧ ରେ ସିରିଜ ଜିତିଲା ଅଷ୍ଟ୍ରେଲିଆ

ଆଡିଲେଡ: ଅଷ୍ଟ୍ରେଲିଆଠାରୁ ପରାସ୍ତ ହେଲା ଭାରତ । ପଞ୍ଚମ ହକି ଟେଷ୍ଟରେ ପରାସ୍ତ ହେଲା ଭାରତ । ଆଜି (ରବିବାର) ଖେଳାଯାଇଥିବା ଭାରତ ବନାମ ଅଷ୍ଟ୍ରେଲିଆ ପଞ୍ଚମ ତଥା ଅନ୍ତିମ ହକି ଟେଷ୍ଟରେ ପରାସ୍ତ ହୋଇଛି ଟିମ୍ ଇଣ୍ଡିଆ । ଭାରତକୁ ୪-୫ ଗୋଲରରେ ପରାଜିତ କରିଛି ଅଷ୍ଟ୍ରେଲିଆ । ତେବେ ଅଷ୍ଟ୍ରେଲିଆରେ ଖେଳାଯାଥିବା ୫ ଟି ମ୍ୟାଚ ବିଶିଷ୍ଟ ସିରିଜରେ ଅଷ୍ଟ୍ରେଲିଆ ୪-୧ରେ ବାଜି ମାରି ନେଇଛି ।

ଅଧିନାୟକ ହରମନପ୍ରୀତ ସିଂହ ଖେଳ ଆରମ୍ଭରୁ ୨୪ ମିନିଟ୍ ଏବଂ ୬୦ ମିନିଟରେ ଗୋଟିଏ ଭାରତ ତରଫରୁ ଦୁଇଟି ଗୋଲ ଦେଇଥିଲେ । ସେହିପରି ଅମିତ ରୋହିଦାସ ୩୪ ମିନିଟରେ ଓ ସୁଖଜିତ ସିଂହ ୫୫ ମିନିଟରେ ଗୋଟିଏ ଗୋଟିଏ ଗୋଲ ଦେଇଥିଲେ ।

ଭାରତ ପ୍ରଥମ ମ୍ୟାଚରେ ୪-୫ ଗୋଲରେ ଏବଂ ଦ୍ବିତୀୟ ମ୍ୟାଚରେ ୪-୭ ଗୋଲରେ ଅଷ୍ଟ୍ରେଲିଆଠାରୁ ପରାସ୍ତ ହୋଇଥିଲା । ସେହିପରି ତୃତୀୟ ମ୍ୟାଚରେ ୪-୩ ଗୋଲରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା ଟିମ୍ ଇଣ୍ଡିଆ । ସେହପରି ଚତୁର୍ଥ ମ୍ୟାଚ ଓ ପଞ୍ଚମ ମ୍ୟାଚରେ ମଧ୍ୟ ଅଷ୍ଟ୍ରେଲିଆ ଭାରତକୁ ପରାଜିତ କରିଥିଲା । ୫ ଟି ମ୍ୟାଚ ବିଶିଷ୍ଟ ଏହି ହକି ସିରିଜରେ ଅଷ୍ଟ୍ରେଲିଆ ୪-୧ରେ ବାଜି ମାରି ନେଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.