ETV Bharat / sports

କବାଡି ବିଶ୍ବକପ: ପାକିସ୍ତାନରେ ପହଞ୍ଚିଲା ଭାରତୀୟ ଟିମ - ପାକିସ୍ତାନ ପହଞ୍ଚିଲା ଭାରତୀୟ ଟିମ

ପାକିସ୍ତାନ ପ୍ରଥମ ଥର ପାଇଁ କବାଡି ବିଶ୍ବକପ ଆୟୋଜନ କରୁଛି । ଏନେଇ ଶନିବାର ଦିନ ଭାରତୀୟ ଦଳ ପାକିସ୍ତାନ ପହଞ୍ଚିଛନ୍ତି ।

india
କବାଡି ବିଶ୍ବକପ: ପାକିସ୍ତାନରେ ପହଞ୍ଚିଲା ଭାରତୀୟ ଟିମ
author img

By

Published : Feb 9, 2020, 1:12 AM IST

ଲାହୋର: କବାଡି ବିଶ୍ବକପରେ ଅଂଶ ଗ୍ରହଣ ପାଇଁ ପାକିସ୍ତାନରେ ପହଞ୍ଚିଲା ଭାରତୀୟ ଦଳ । 9 ଫେବୃଆରୀରେ ଏହି କବାଡି ବିଶ୍ବକପ ଲାହୋରଠାରେ ଆରମ୍ଭ ହେବ । 12 ଓ13 ଫେବୃଆରୀରେ ଫୈସଲାବାଦ ଓ 14 ଫେବୃଆରୀରେ ପଞ୍ଜାବ ପ୍ରାନ୍ତରେ ଖେଳାଯିବ । 16ଫେବୃଆରୀରେ ଲାହୋରଠାରେ ଫାଇନାଲ ମୁକାବିଲା ଖେଳାଯିବ ।

ପାକିସ୍ତାନ ମିଡିଆ ଅନୁସାରେ, ଖେଳାଳିମାନଙ୍କୁ ଫୁଲତୋଡା ଦେଇ ସ୍ବାଗତ କରାଯାଇଛି । ଭାରତୀୟ ଖେଳାଳିମାନେ ଓ୍ବାଘା ସୀମାର ରାସ୍ତା ଦେଇ ଲାହୋର ପହଞ୍ଚିଛନ୍ତି । ପଞ୍ଜାବ ପ୍ରାନ୍ତର ଖେଳ ମନ୍ତ୍ରୀ ତାଙ୍କର ସ୍ଥାନୀୟ ହୋଟେଲରେ ଭାରତୀୟ ଟିମକୁ ସ୍ବାଗତ କରିଛନ୍ତି । ସେଠାରେ ଟିମ୍‌ ଇଣ୍ଡିଆ ରହିଛନ୍ତି ।

ସୂଚନା ଥାଉକି, ବିଶ୍ବ ବିଜେତାକୁ ଏକ କୋଟିଟଙ୍କା ପୁରସ୍କାର ରାଶି ଦିଆଯିବ । ପାକିସ୍ତାନ ପ୍ରଥମ ଥର ପାଇଁ କବାଡି ବିଶ୍ବକପ ଆୟୋଜନ କରୁଛି । ଏଥିରେ ଭାରତ ସମେତ10ଟି ଦେଶ ଭାଗ ନେଉଛନ୍ତି । ଜର୍ମାନୀ, ଇରାନ ଓ ଅଜରବୈଜାନ ଟିମ ଲୋହୋରରେ ପହଞ୍ଚିଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.