ନୂଆଦିଲ୍ଲୀ: ସଦ୍ୟ ସମାପ୍ତ ହୋଇଥିବା ISSF ସୁଟିଂ ବିଶ୍ବକପରେ ଦମଦାର ପ୍ରଦର୍ଶନ ଟୋକିଓ ଅଲମ୍ପିକ୍ସ ପୂର୍ବରୁ ଭାରତୀୟ ସୁଟରଙ୍କ ଆତ୍ମବିଶ୍ବାସ ବଢାଇଛି । 1986ରୁ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ଠାରୁ ମୋଟ ଭାବରେ ସର୍ବାଧିକ ପଦକ ବିଜେତା ଦେଶ ତାଲିକାରେ ମଧ୍ୟ ଭାରତ ଉପରକୁ ଉଠିଛି ।
ଗତ ସପ୍ତାହରେ ସୁଟିଂ ବିଶ୍ବକପରେ 15, ସ୍ବର୍ଣ୍ଣ, 9 ରୌପ୍ୟ ଓ 6 ବ୍ରୋଞ୍ଜ ପଦକ ସହ ମୋଟ 30 ପଦକ ହାସଲ କରିଛି ଭାରତ । ଏଥିସହ ଭାରତର ମୋଟ ପଦକ ସଂଖ୍ୟା ମାତର ଦୁଇବର୍ଷ ମଧ୍ୟରେ 75ରୁ 127କୁ ବୃଦ୍ଧି ପାଇଛି । ଏଥିସହ ଦୁଇଟି ସିଜିନରେ 30ତମ ସ୍ଥାନରୁ 10ମ ସ୍ଥାନକୁ ମଧ୍ୟ ଲମ୍ଫ ପ୍ରଦାନ କରିଛି ଭାରତ ।
835 ପଦକ ସହ ଏହି ତାଲିକାର ଶୀର୍ଷରେ ରହିଛି ଚାଇନା, 563 ପଦ ସହ ୟୁଏସଏ ଦ୍ବିତୀୟ ସ୍ଥାନରେ ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ