ହାଙ୍ଗଝୌ: ହାଙ୍ଗଝୌରେ ଚାଲିଥିବା ପାରା ଏସୀୟ କ୍ରୀଡାରେ ଇତିହାସ ରଚିଲା ଭାରତ । ପ୍ରଥମ ଥର ପାଇଁ ଭାରତର ପଦକ ସଂଖ୍ୟା ଶତକ ଛୁଇଁଛି । ଭାରତୀୟ କ୍ରୀଡାବିତଙ୍କ ଦମଦାର ପ୍ରଦର୍ଶନ ଯୋଗୁଁ ପଦକ ସଂଖ୍ୟା 100 ଛୁଇଁଛି । ପାରା ଏସୀୟ କ୍ରୀଡାର ଚତୁର୍ଥ ସଂସ୍କରଣର ଅନ୍ତିମ ଦିନରେ ଭାରତକୁ ଏହି ସଫଳତା ମିଳିଛି । ଆଜି ଷଷ୍ଠ ଦିନରେ ପୁରୁଷ 400 ମିଟର ଦୌଡରେ ସ୍ବର୍ଣ୍ଣ ପଦକ ହାସଲ କରି ଭାରତର ପଦକ ସଂଖ୍ୟାକୁ 100ରେ ପହଞ୍ଚାଇଛନ୍ତି ଦିଲ୍ଲୀପ ମହାଡୁ ଗାଭିଟ । ବର୍ତ୍ତମାନ ସୁଦ୍ଧା ପାରା ଏସୀୟ କ୍ରୀଡାରେ ଭାରତକୁ 26ଟି ସ୍ବର୍ଣ୍ଣ, 29ଟି ରୌପ୍ୟ ଓ 45ଟି ବ୍ରୋଞ୍ଜ ପଦକ ମିଳିଛି ।
-
It is the 1st Medal of the day, a GOLD at #AsianParaGames2022 🇮🇳
— SAI Media (@Media_SAI) October 28, 2023 " class="align-text-top noRightClick twitterSection" data="
Such an incredible moment as Dilip Mahadu Gavit
claims GOLD in Men's 400m - T47 event, with time of 49.48 secs
Our hearts swell with pride and joy as we celebrate this achievement. Thank you, champion, for raising… pic.twitter.com/fawkUemtQP
">It is the 1st Medal of the day, a GOLD at #AsianParaGames2022 🇮🇳
— SAI Media (@Media_SAI) October 28, 2023
Such an incredible moment as Dilip Mahadu Gavit
claims GOLD in Men's 400m - T47 event, with time of 49.48 secs
Our hearts swell with pride and joy as we celebrate this achievement. Thank you, champion, for raising… pic.twitter.com/fawkUemtQPIt is the 1st Medal of the day, a GOLD at #AsianParaGames2022 🇮🇳
— SAI Media (@Media_SAI) October 28, 2023
Such an incredible moment as Dilip Mahadu Gavit
claims GOLD in Men's 400m - T47 event, with time of 49.48 secs
Our hearts swell with pride and joy as we celebrate this achievement. Thank you, champion, for raising… pic.twitter.com/fawkUemtQP
ଆଜି ଅନ୍ତିମ ଦିନରେ ଭାରତୀୟ କ୍ରୀଡାବିତଙ୍କ ତିନୋଟି ଇଭେଣ୍ଟ ରହିଛି । ପୁରୁଷ 400 ମିଟର T47 ଇଭେଣ୍ଟ ଶେଷ ହୋଇଥିବା ବେଳେ ଭାରତୀୟ କ୍ରୀଡାବିତ ଦିଲ୍ଲୀପ ମହାଡୁ ଗାଭିଟ ସ୍ବର୍ଣ୍ଣ ପଦକ ହାସଲ କରି ପ୍ରଥମ ସ୍ଥାନରେ ରହିଛନ୍ତି । 400 ମିଟରକୁ ସେ 49.48 ସେକେଣ୍ଡରେ ଶେଷ କରିଥିଲେ । ଏହି ସଫଳତା ପାଇଁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି।
-
🔥💯🥇🥈🥉 What a MOMENTOUS achievement! India has clinched a STUNNING 💯 medals at the #AsianParaGames2022! 🎉🇮🇳
— SAI Media (@Media_SAI) October 28, 2023 " class="align-text-top noRightClick twitterSection" data="
🙌 The dedication, passion, and sheer talent of our para-athletes have us beaming with PRIDE! 🌟🇮🇳
👏 A HUGE shoutout to our incredible athletes, coaches, and the… pic.twitter.com/L1JCrtLVIg
">🔥💯🥇🥈🥉 What a MOMENTOUS achievement! India has clinched a STUNNING 💯 medals at the #AsianParaGames2022! 🎉🇮🇳
— SAI Media (@Media_SAI) October 28, 2023
🙌 The dedication, passion, and sheer talent of our para-athletes have us beaming with PRIDE! 🌟🇮🇳
👏 A HUGE shoutout to our incredible athletes, coaches, and the… pic.twitter.com/L1JCrtLVIg🔥💯🥇🥈🥉 What a MOMENTOUS achievement! India has clinched a STUNNING 💯 medals at the #AsianParaGames2022! 🎉🇮🇳
— SAI Media (@Media_SAI) October 28, 2023
🙌 The dedication, passion, and sheer talent of our para-athletes have us beaming with PRIDE! 🌟🇮🇳
👏 A HUGE shoutout to our incredible athletes, coaches, and the… pic.twitter.com/L1JCrtLVIg
ଜାକାର୍ତ୍ତାରେ ଖେଳାଯାଇଥିବା ତୃତୀୟ ସଂସ୍କରଣରେ ଭାରତର ପଦକ ସଂଖ୍ୟା 72 ରହିଥିଲା । ଅକ୍ଟୋବର 26 ତାରିଖରେ ଏହି ରେକର୍ଡକୁ ଭାଙ୍ଗିଥିଲା ଭାରତ । ପଦକ ସଂଖ୍ୟା 80 ପାର କରିଥିଲା । ଏହାପରେ ଭାରତୀୟ କ୍ରୀଡାବିତ ଗୋଟିଏ ପରେ ଗୋଟିଏ ପଦକ ହାସଲ କରି ମେଡାଲ ସଂଖ୍ୟା 100ରେ ପହଞ୍ଚାଇଛନ୍ତି । ପ୍ରଥମ ଥର ପାଇଁ ପାରା ଏସୀୟ କ୍ରୀଡାରେ ଭାରତ ପଦକ ସଂଖ୍ୟାରେ ଶତକ କରିଛି ।
ଏହା ମଧ୍ୟ ପଢନ୍ତୁ-Asian Para Games 2023: ବ୍ୟାଡମିଣ୍ଟନରେ ଭାରତକୁ ମିଳିଲା ଆଉ 3 ସ୍ବର୍ଣ୍ଣ
2018ରରେ ଜାକର୍ତ୍ତାରେ ଅନୁଷ୍ଠିତ ପାରା ଏସୀୟ କ୍ରୀଡ଼ାର ତୃତୀୟ ସଂସ୍କରଣରେ 188 ଜଣ ଭାରତୀୟ ଖେଳାଳି ସାମିଲ ହୋଇଥିଲେ । ଭାରତୀୟ ଆଥଲେଟ୍ସ ଶ୍ରେଷ୍ଠ ପ୍ରଦର୍ଶନ କରି 15ଟି ସ୍ବର୍ଣ୍ଣ, 24ଟି ରୌପ୍ୟ ଓ 33ଟି କାଂସ୍ୟ ପଦକକୁ ମିଶାଇ ମୋଟ 72ଟି ପଦକ ହାସଲ କରିଥିଲେ । ଚଳିତ ସଂସ୍କରଣରେ ଭାରତୀୟ ଖେଳାଳି 17ଟି ଇଭେଣ୍ଟରେ 309 ଜଣ ଖେଳାଳି ଭାଗ ନେଇ ନିଜର ଦମଦାର ପ୍ରଦର୍ଶନ ଜାରି ରଖିଛନ୍ତି । ଆଜି ପଦକ ସଂଖ୍ୟା 100 ପାର କରିବ ବୋଲି ଆଶା।