ETV Bharat / sports

Asian Champions Trophy 2023: ୫-୦ରେ ମାଲେସିଆକୁ ମାତ୍‌ ଦେଲା ଟିମ୍‌ ଇଣ୍ଡିଆ

author img

By

Published : Aug 8, 2023, 6:28 AM IST

ଏସୀୟ ଚମ୍ପିଆନ୍ସ ଟ୍ରଫି ହକି ପ୍ରତିଯୋଗିତାରେ ପଏଣ୍ଟ ଟେବୁଲର ଶୀର୍ଷରେ ଥିବା ମାଲେସିଆକୁ ମାତ୍‌ ଦେଇଛି ଆୟୋଜକ ଭାରତ । ରବିବାର ଖେଳାଯାଇଥିବା ମ୍ୟାଚ୍‌ରେ ଭାରତ ୫-୦ ଗୋଲ୍‌ରେ ମାଲେସିଆକୁ ପରାସ୍ତ କରିଛି । ଅଧିକ ପଢ଼ନ୍ତୁ...

୫-୦ରେ ମାଲେସିଆକୁ ମାତ୍‌ ଦେଲା ଟିମ୍‌ ଇଣ୍ଡିଆ
୫-୦ରେ ମାଲେସିଆକୁ ମାତ୍‌ ଦେଲା ଟିମ୍‌ ଇଣ୍ଡିଆ

ଚେନ୍ନାଇ: ଜାରି ରହିଥିବା ଏସୀୟ ଚାମ୍ପିଅନ୍ସ ଟ୍ରଫି ହକି ପ୍ରତିଯୋଗିତାରେ ପଏଣ୍ଟ ଟେବୁଲର ଶୀର୍ଷରେ ଥିବା ମାଲେସିଆକୁ ମାତ୍‌ ଦେଇଛି ଆୟୋଜକ ଭାରତ । ରବିବାର ଖେଳାଯାଇଥିବା ମ୍ୟାଚ୍‌ରେ ଭାରତ ୫-୦ ଗୋଲ୍‌ରେ ମାଲେସିଆକୁ ପରାସ୍ତ କରିଛି । ଫଳରେ ଭାରତ ଖେଳିଥିବା ସମୁଦାୟ ୩ ମ୍ୟାଚ୍‌ ମଧ୍ୟରୁ ୨ ବିଜୟ ଓ ଗୋଟିଏ ଅମିମାଂସିତରୁ ୭ ପଏଣ୍ଟ ସହ ଟେବୁଲ ଶୀର୍ଷକୁ ଉତ୍ତୀର୍ଣ୍ଣ ହୋଇଛି । ୬ ପଏଣ୍ଟ ହାସଲ କରିଥିବା ମାଲେସିଆ ଦ୍ବିତୀୟକୁ ଖସିଛି ।

ଭାରତ-ମାଲେସିଆ: ମ୍ୟାଚ୍‌ଟି ସମ୍ପୂର୍ଣ୍ଣ ଭାବେ ଏକତରଫା ରହିଥିଲା । ମ୍ୟାଚ୍‌ର ୧୫ତମ ମିନିଟ୍‌ରେ ଭାରତୀୟ ଅଧିନାୟକ ହର୍ମନପ୍ରୀତ ସିଂହଙ୍କ ପାସ୍‌କୁ କର୍ତ୍ତି ସେଲଭାମ ଗୋଲ୍‌ରେ ପରିଣତ କରି ଭାରତକୁ ୧-୦ରେ ଅଗ୍ରଣୀ ଦେଇଥିଲେ । ଦ୍ବିତୀୟ କ୍ବାର୍ଟର ଗୋଲ୍‌ ଶୂନ୍ୟରେ ଶେଷ ହେବା ପରେ ତୃତୀୟ କ୍ବାର୍ଟର ଆରମ୍ଭରୁ ହାର୍ଦ୍ଦିକ ସିଂହ ଏକ ପେନାଲ୍ଟି କର୍ଣ୍ଣରକୁ ଗୋଲ୍‌ରେ ପରିଣତ କରି ସ୍ଥିତି ୨-୦ କରିଥିଲେ । ଏହାପରେ ୪୨ ମିନିଟରେ ପେନାଲ୍ଟି କର୍ଣ୍ଣରରୁ ଦଳକୁ ଆଉ ୨ଟି ଗୋଲ୍‌ ମିଳିଥିଲା । ଅଧିନାୟକ ହର୍ମନପ୍ରୀତ ଘରୋଇ ଦଳ ପାଇଁ ତୃତୀୟ ଗୋଲ୍‌ ସ୍କୋର୍‌ କରିଥିଲେ । ଏହା ସହିତ ହର୍ମନପ୍ରୀତ ମଧ୍ୟ ନିଜ ୧୫୦ତମ ଗୋଲ୍‌ ସ୍କୋର୍‌ କରିବାର ବ୍ୟକ୍ତିଗତ ମାଇଲଖୁଣ୍ଟ ଛୁଇଁଥିଲେ । ୫୩ ଓ ୫୪ ମିନିଟ୍‌ରେ ଭାରତ ଦୁଇଟି ଗୋଲ୍‌ ସହ ୫-୦‌ ଆଗୁଆ ହୋଇଥିଲା । ତେବେ ଗୋଲକିପର କ୍ରିଷ୍ଣ ବାହାଦୁର ପାଠକ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିବା ବେଳେ କିର୍ତ୍ତୀଙ୍କୁ ଯୁବ ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା ।

ପାକିସ୍ତାନ-ଜାପାନ: ପ୍ରତିଯୋଗିତାରେ ପାକିସ୍ତାନ ପ୍ରଥମ ବିଜୟ ଲକ୍ଷ୍ୟରେ ଆରମ୍ଭରୁ ଜାପାନ ବିପକ୍ଷରେ ଆକ୍ରମଣାତ୍ମକ ଖେଳ ଖେଳିଥିଲା । ନବମ ମିନିଟରେ ଅବଦୁଲ ରାଣା ଦଳ ପାଇଁ ପ୍ରଥମ ଗୋଲ୍‌ ସ୍କୋର୍‌ କରିଥିଲେ । ୧୩ ମିନିଟରେ ଜାପାନ ଏହି ଗୋଲ ପରିଶୋଧ କରିଥିଲା । ୨୫ ମିନିଟରେ ମହମ୍ମଦ ଖାନ ଦ୍ବିତୀୟ ଗୋଲ୍‌ ସହ ନିଜ ଦଳକୁ ୨-୧ରେ ଆଗୁଆ କରାଇଥିଲେ । ପୁଣି ୩୭ ମିନିଟରେ ଏହି ଗୋଲ୍‌ ପରିଶୋଧ କରି ଜାପାନ ସ୍ଥିତି ବରାବର କରିଥିଲା । ପାକିସ୍ତାନ ବିଜୟ ପାଇଁ ଦଳର ସମସ୍ତ ରଣନୀତି ପ୍ରୟୋଗ କରିଥିଲେ ମଧ୍ୟ ଜାପାନ ଏହାର କଡ଼ା ଜବାବ ଦେଇଥିଲା । ୪୫ ମିନିଟରେ ତୃତୀୟ ଗୋଲ୍‌ ଦେଇ ଜାପାନ ଅଗ୍ରଣୀ ଲାଭ କରିଥିଲା । ୫୫ ମିନିଟରେ ମହମ୍ମଦ ଖାନ ବ୍ୟକ୍ତିଗତ ଦ୍ବିତୀୟ ଗୋଲ୍‌ ସ୍କୋର କରିଥିଲେ । ଫଳରେ ମ୍ୟାଚ୍‌ ୩-୩ ଗୋଲରେ ବରାବର ହୋଇଥିଲା । ଶେଷ ୫ ମିନିଟ ଖେଳରେ ଆଉ ଗୋଲ୍‌ ହୋଇ ନପାରିବାରୁ ମ୍ୟାଚ୍‌ ଅମୀମାଂସିତ ରହିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.