ବର୍ମିଂହାମ(ଇଂଲଣ୍ଡ): ରାଜ୍ୟଗୋଷ୍ଠୀ କ୍ରୀଡ଼ାର ତୃତୀୟ ଦିନରେ ଭାରତୀୟ ବ୍ୟାଡମିଣ୍ଟନ ସଟ୍ଲର୍ ମିଶ୍ରିତ ଟିମ୍ ଇଭେଣ୍ଟରେ କମାଲ କରିଛନ୍ତି । ମିଶ୍ରିତ ଯୁଗଳ ବର୍ଗର ଅନ୍ତିମ ଗ୍ରୁପ୍ ଏ ମ୍ୟାଚ୍ରେ ଅଷ୍ଟ୍ରେଲିଆକୁ ମାତ୍ ଦେଇଛି ଭାରତ । ଏହାପୂର୍ବରୁ ପାକିସ୍ତାନ ଓ ଶ୍ରୀଲଙ୍କାକୁ ପରାଜିତ କରିଛି ଭାରତ । ଏହି ବିଜୟ ସହ ଗ୍ରୁପ୍ ଏ ବର୍ଗରେ ଭାରତ ଶୀର୍ଷରେ ରହିଛି । ଏହାପୂର୍ବରୁ କ୍ବାର୍ଟର ଫାଇନାଲ୍ରେ ଭାରତୀୟ ଦଳ ସ୍ଥାନ ପକ୍କା କରି ସାରିଥିଲା ।
-
It’s time for QUARTER FINALS! ⚔️🔥
— BAI Media (@BAI_Media) July 31, 2022 " class="align-text-top noRightClick twitterSection" data="
Our 🇮🇳 shuttlers will take on 🇿🇦 team in the QF match of the mixed team event at #CommonwealthGames22.
Let’s get this, champs!💪@himantabiswa | @sanjay091968 #IndiaPhirKaregaSmash#B2022#IndiaontheRise pic.twitter.com/9ejVthXHlu
">It’s time for QUARTER FINALS! ⚔️🔥
— BAI Media (@BAI_Media) July 31, 2022
Our 🇮🇳 shuttlers will take on 🇿🇦 team in the QF match of the mixed team event at #CommonwealthGames22.
Let’s get this, champs!💪@himantabiswa | @sanjay091968 #IndiaPhirKaregaSmash#B2022#IndiaontheRise pic.twitter.com/9ejVthXHluIt’s time for QUARTER FINALS! ⚔️🔥
— BAI Media (@BAI_Media) July 31, 2022
Our 🇮🇳 shuttlers will take on 🇿🇦 team in the QF match of the mixed team event at #CommonwealthGames22.
Let’s get this, champs!💪@himantabiswa | @sanjay091968 #IndiaPhirKaregaSmash#B2022#IndiaontheRise pic.twitter.com/9ejVthXHlu
ପୁରୁଷ ବିଭାଗରେ ଭାରତୀୟ ସଟ୍ଲର୍ କିଦାମ୍ବୀ ଶ୍ରୀକାନ୍ତ ଅଷ୍ଟ୍ରେଲିଆର ଲିନ୍ ଜିୟାଙ୍ଗ୍ଙ୍କୁ ଦୁଇଟି ସିଧା ସେଟ୍ରେ ପରାଜିତ କରିଛନ୍ତି । ପ୍ରଥମ ସେଟ୍ରେ ୨୧-୧୪ ପଏଣ୍ଟରେ ବିଜୟ ହାସଲ କରିଥିବା ବେଳେ ଦ୍ବିତୀୟ ସେଟ୍ରେ ୨୧-୧୩ରେ ବିଜୟ ହାସଲ କରିଥିଲେ କିଦମ୍ବୀ ଶ୍ରୀକାନ୍ତ । ସେହିଭଳି ମହିଳା ବର୍ଗରେ ପିଭି ସିନ୍ଧୁ ମଧ୍ୟ ଦୁଇଟି ସିଧା ସେଟ୍ରେ ବିଜୟ ହାସଲ କରିଛନ୍ତି । ସେ ଚୀନ୍ର ୱେଣ୍ଡି ହୁଆନ ୟୁ'ଙ୍କୁ ଯଥାକ୍ରମେ ୨୧-୧୦ ଓ ୨୧-୧୨ରେ ପରାଜିତ କରିଛନ୍ତି ।
ସେପଟେ ପୁରୁଷ ଯୁଗଳ ମୁକାବିଲାରେ ସୁମିତ ଓ ଚିରାଗଙ୍କ ଯୋଡ଼ି ଅଷ୍ଟ୍ରେଲିଆର ଟ୍ରେନ୍ ହୋଆଙ୍ଗ୍ ଫାମ୍ ଓ ଜ୍ୟାକ୍ ୟୁ'ଙ୍କୁ ୨୧-୧୬ ଓ ୨୧-୧୯ ସେଟ୍ରେ ମାତ୍ ଦେଇଛନ୍ତି । ତେବେ ମହିଳା ଯୁଗଳ ବର୍ଗରେ ଭାରତୀୟ ଯୋଡ଼ିକୁ ପରାଜୟବରଣ କରିବାକୁ ପଡ଼ିଥିଲା । ଏହାପରେ ମିଶ୍ରିତ ଟିମ୍ ଇଭେଣ୍ଟର କ୍ବାର୍ଟର ଫାଇନାଲ୍ରେ ଭାରତୀୟ ସଟ୍ଲର୍ ଦକ୍ଷିଣ ଆଫ୍ରିକାର ସଟ୍ଲର୍ଙ୍କୁ ଭେଟିବ ।