ହାଇଦ୍ରାବାଦ: ISSF ଜୁନିୟର ସୁଟିଂ ବିଶ୍ବକପରେ ଭାରତର ସ୍ବର୍ଣ୍ଣିମ ସଫଳତା ଜାରି ରହିଛି । ମହିଳା 10 ମିଟର ଏୟାର ରାଇଫଲ ଇଭେଣ୍ଟରେ ଆଉ 2ଟି ସ୍ବର୍ଣ୍ଣ ପଦକ ଜିତିଛନ୍ତି ଭାରତୀୟ ଖେଳାଳୀ। ଏଥିସହିତ ଭାରତର ସ୍ବର୍ଣ୍ଣପଦକ ସଂଖ୍ୟା 6ରେ ପହଞ୍ଚିଛି । ତେବେ 6ଟି ସ୍ବର୍ଣ୍ଣ, 6ଟି ରୌପ୍ୟ ଓ 2ଟି ବ୍ରୋଞ୍ଜ ପଦକ ସହ ଭାରତର ପଦକ ସଂଖ୍ୟା 14ରେ ପହଞ୍ଚିଛି । ଫଳରେ ସମସ୍ତଙ୍କୁ ପଛରେ ପକାଇ ପଦକ ତାଲିକାର ଶୀର୍ଷରେ ରହିଛି ଭାରତ ।
ଭାରତ ପଛକୁ 2ଟି ସ୍ବର୍ଣ୍ଣ ସହ ମୋଟ 6ଟି ପଦକ ସହ ଚାଇନା ପଦକ ତାଲିକାର 2ୟ ସ୍ଥାନରେ ରହିଛି। ମହିଳା ଏକକ ବର୍ଗରେ ଇଲେଭିନିଲ ବାଲରିବାନ 251.6 ପଏଣ୍ଟ ସ୍କୋର କରି ସ୍ବର୍ଣ୍ଣ ପଦକ ବିଜେତା ହୋଇଛନ୍ତି । ଅନ୍ୟତମ ଭାରତୀୟ ଖେଳାଳି ମେହୁଲି ଘୋଷ 250.2 ପଏଣ୍ଟ କରି ରୌପ୍ୟ ପଦକର ହାସଲ କରିଛନ୍ତି।