ETV Bharat / sports

Miami Open: ନାଓମି ଓସାକାଙ୍କୁ ହରାଇ ଇଗା ସ୍ବିଆତେକ ଚାମ୍ପିୟନ

author img

By

Published : Apr 3, 2022, 3:26 PM IST

WTA ଟୁର୍‌ରେ ବିଶ୍ବ ମହିଳା ଟେନିସ ଜଗତର ଅନ୍ୟତମ ଶ୍ରେଷ୍ଠ ଖେଳାଳି ଇଗା ସ୍ବିଆତେକ ନିଜର ବିଜୟ ପ୍ରଦର୍ଶନ ଜାରି ରଖିଛନ୍ତି । ମିଆମି ଓପନ ଫାଇନାଲ ମୁକାବିଲାରେ ଶନିବାର ନାଓମି ଓସାକାଙ୍କୁ ୬-୪, ୬-୦ରେ ହରାଇ ଚାମ୍ପିୟନ ହୋଇଛନ୍ତି ସ୍ବିଆତେକ । ଅଧିକ ପଢନ୍ତୁ

Iga Swiatek thrashes Naomi Osaka to win Miami Open
Miami Open: ନାଓମି ଓସାକାଙ୍କୁ ହରାଇ ଇଗା ସ୍ବିଆତେକ ଚାମ୍ପିୟନ

ମିଆମି(ୟୁଏସ): WTA ଟୁର୍‌ରେ ବିଶ୍ବ ମହିଳା ଟେନିସ ଜଗତର ଅନ୍ୟତମ ଶ୍ରେଷ୍ଠ ଖେଳାଳି ଇଗା ସ୍ବିଆତେକ ନିଜର ବିଜୟ ପ୍ରଦର୍ଶନ ଜାରି ରଖିଛନ୍ତି । ମିଆମି ଓପନ ଫାଇନାଲ ମୁକାବିଲାରେ ଶନିବାର ନାଓମି ଓସାକାଙ୍କୁ ୬-୪, ୬-୦ରେ ହରାଇ ଚାମ୍ପିୟନ ହୋଇଛନ୍ତି ସ୍ବିଆତେକ ।

☀️Sunshine double! pic.twitter.com/Q6UoVxJ451

— Iga Świątek (@iga_swiatek) April 3, 2022

ଫାଇନାଲ ମ୍ୟାଚ୍‌ ପ୍ରାୟ ଏକ ଘଣ୍ଟା ୧୭ ମିନିଟ୍‌ ଧରି ଖେଳାଯାଇଥିଲା । ଏହା ସ୍ବିଆତେକଙ୍କ ୧୭ତମ ସିଧାସଳଖ ବିଜୟ ଓ କ୍ରଗାମତ ତୃତୀୟ ଟାଇଟେଲ । ଏହି ପ୍ରଦର୍ଶନ ସହିତ ପୋଲିସ ଟେନିସ ଷ୍ଟାର ପ୍ରଥମ ଥର ପାଇଁ ନିଜ କ୍ୟାରିୟରରେ ବିଶ୍ବର ନମ୍ବର ୧ ମାନ୍ୟତା ହାସଲ କରିଛନ୍ତି । ଏହି ଟାଇଟେଲ ସ୍ବିଆତେକଙ୍କ ଚତୁର୍ଥ WTA ୧୦୦୦ ଟାଇଟେଲ ଓ ମୋଟ୍‌ ଭାବେ ଷଷ୍ଠ ଏକକ ଟାଇଟେଲ ।

ଏଥିସହ ଏକ ବିରଳ ଉପଲବ୍ଧି ମଧ୍ୟ ହାସଲ କରିଛନ୍ତି ସ୍ବିଆତେକ । ସମାନ ସିଜିନରେ WTA ୧୦୦୦ ଇଣ୍ଡିଆନ ୱେଲ୍ସ ଓ ମିଆମି ଓପନ ଟାଇଟେଲ ବିଜୟ ସହ ସନସାଇନ ଡବଲ ଜିତିବାରେ ଚତୁର୍ଥ ମହିଳା ହୋଇଛନ୍ତି । ପୂର୍ବରୁ ନମ୍ବର ୧ ମାନ୍ୟତାରେ ରହିସାରିଥିବା ଷ୍ଟେଫାନି ଗ୍ରାଫ(୧୯୯୪ ଓ ୧୯୯୬), କିମ କ୍ଳିଜଷ୍ଟର୍ସ(୨୦୦୫) ଓ ଭିକ୍ଟୋରିଆ ଆଜାରେଙ୍କା(୨୦୧୬) ଏହି ସମ୍ମାନଜନକ କ୍ଳବରେ ସାମିଲ ହୋଇସାରିଛନ୍ତି । ୨୦ ବର୍ଷୀୟ ସ୍ବିଆତେକ ସର୍ବକନିଷ୍ଠ ଭାବେ ଏହି କ୍ଳବରେ ସାମିଲ ହୋଇଛନ୍ତି ।

ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.