ETV Bharat / sports

Hockey World Cup: ନଜର ପକାନ୍ତୁ ଆଜିର କ୍ବାର୍ଟର ମୁକାବିଲା ଉପରେ

author img

By

Published : Jan 25, 2023, 9:17 AM IST

ଏଫଆଇଏଚ ପୁରୁଷ ହକି ବିଶ୍ବକପରେ ଆଜି ଦ୍ବିତୀୟ ଦିନ କ୍ବାର୍ଟର ଫାଇନାଲ ମ୍ୟାଚ ଖେଳାଯିବ । ନଜର ପକାନ୍ତୁ କେଉଁ ଦଳ ସହ ହେବ କାହାର ମୁକାବିଲା । ଅଧିକ ପଢନ୍ତୁ

hockey world cup Quarter Final
Hockey World Cup

ଭୁବନେଶ୍ବର: ପୁରୁଷ ହକି ବିଶ୍ବକପ 2023ରେ ଆଜି (ବୁଧବାର) ଦ୍ବିତୀୟ ଦିନ କ୍ବାର୍ଟର ଫାଇନାଲ ମ୍ୟାଚ ଖେଳାଯିବ । ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟରେ ତୃତୀୟ ଓ ଚତୁର୍ଥ କ୍ବାର୍ଟର ମୁକାବିଲାରେ ମୁହାଁମୁହଁ ହେବେ 4ଦଳ । ଅପରାହ୍ନ 4ଟା 30ରେ ଇଂଲଣ୍ଡ ବନାମ ଜର୍ମାନୀ ଓ ରାତି 7ଟାରେ ନେଦରଲାଣ୍ଡସ ବନାମ କୋରିଆ ମଧ୍ୟରେ ମୁକାବିଲା ହେବ । ଷ୍ଟାର୍‌ ସ୍ପୋର୍ଟ୍ସ ନେଟୱାର୍କ, ଡିଜନୀ ହଟଷ୍ଟାର ଓ ୱାଚ ହକି.କମରେ ମ୍ୟାଚ ଦେଖିପାରିବେ ହକିପ୍ରେମୀ ।

ପ୍ରଥମ ମୁକାବିଲା ଇଂଲଣ୍ଡ ଓ ଜର୍ମାନୀ ମଧ୍ୟରେ ହେବ । ପୁଲ-ଡିରେ ଥିବା ଇଂଲଣ୍ଡ ପୁଲ ପର୍ଯ୍ୟାୟରେ ମୋଟ 3ଟି ମ୍ୟାଚ ଖେଳି 2ଟିରେ ବିଜୟ ହାସଲ କରିଛି । ଭାରତ ବିପକ୍ଷରେ ଖେଳିଥିବା ମ୍ୟାଚ ଡ୍ର ହୋଇଥିଲା । ଏହାପରେ ଦଳ ସିଧାସଳଖ କ୍ବାର୍ଟରରେ ପ୍ରବେଶ କରିଥିଲା । ଆଜି ପୁଲ-ବିରେ ଥିବା ଜର୍ମାନୀକୁ ଭେଟିବ । ପୁଲ ପର୍ଯ୍ୟାୟରେ ଜର୍ମାନୀର ପ୍ରଦର୍ଶନ ମଧ୍ୟ ଭଲ ରହିଛି । ଦଳ 3ଟି ପୁଲ ମ୍ୟାଚରେ 2ଟି ଜିତିଥିବାବେଳ ଗୋଟିଏ ଡ୍ର ହୋଇଛି । ଦୁଇଦଳ ମଧ୍ୟରେ ଏକ କଡ୍ଡା ମୁକାବିଲା ଦେଖିବାକୁ ମିଳିବ ।

ଏହା ବି ପଢନ୍ତୁ...Hockey World Cup 2023: ସେମିରେ ବେଲଜିୟମ, ବିଶ୍ୱକପରୁ ନ୍ୟୁଜିଲାଣ୍ଡ ବିଦା

ସେହିପରି ଦ୍ବିତୀୟ କ୍ବାର୍ଟର ମୁକାବିଲାଲେ ନେଦରଲାଣ୍ଡସ ସହ କୋରିଆର ମୁକାବିଲା ହେବ । ପୁଲ-ସିରେ ଥିବା ନେଦରଲାଣ୍ଡସ ଏକ ଶକ୍ତିଶାଳୀ ଦଳ । ପୁଲ ପର୍ଯ୍ୟାୟରେ ଦଳ 3ଟି ଯାକ ମ୍ୟାଚ ଜିତି ଟେବୁଲ ଶୀର୍ଷରେ ରହିଛି । ଦଳର ନାମରେ ମଧ୍ୟ ସର୍ବାଧିକ ଗୋଲ ରହିଛି । ପୁଲ-ବିର କୋରିଆ ସହ ଆଜି କ୍ବାର୍ଟର ମୁକାବିଲା ଖେଳିବ । କୋରିଆ ଉପରେ ଭାରି ପଡିପାରେ ନେଦରଲାଣ୍ଡସ । କୋରିଆ ପୁଲ ପର୍ଯ୍ୟାୟରେ 3ଟି ମ୍ୟାଚରୁ ମାତ୍ର ଗୋଟିଏ ଜିତିଛି । କ୍ରସଓଭରରେ ପେନାଲ୍ଟି ସୁଟ ଆଉଟରେ ଆର୍ଜେଣ୍ଟିନାକୁ ହରାଇ କ୍ବାର୍ଟରରେ ପ୍ରବେଶ କରିଥିଲା ଦଳ ।

ଏହା ବି ପଢନ୍ତୁ...Hockey World Cup 2023: ସେମିରେ ଅଷ୍ଟ୍ରେଲିଆ, ୪-୩ ଗୋଲରେ ସ୍ପେନ ପରାସ୍ତ

ସୂଚନାଅନୁସାରେ ଗତକାଲି(ମଙ୍ଗଳବାର) ଖେଳାଯାଇଥିବା ପ୍ରଥମ ଦୁଇ କ୍ବାର୍ଟର ଫାଇନାଲ ମୁକାବିଲାରେ ଦୁଇ ଦଳ ସେମି ଫାଇନାଲରେ ପ୍ରବେଶ କରିସାରିଛନ୍ତି । ନ୍ୟୁଜିଲାଣ୍ଡରୁ 2-0 ଗୋଲରେ ପରାସ୍ତ କରି ସେମିରେ ସ୍ଥାନ ପକ୍କା କରି ସାରିଛି ବେଲଜିୟମ । ଅନ୍ୟ ଏକ ମ୍ୟାଚରେ ସ୍ପେନକୁ 4-3 ଗୋଲରେ ପରାସ୍ତ କରି ସେମିରେ ସ୍ଥାନ ପକ୍କା କରିଛି ଅଷ୍ଟ୍ରେଲିଆ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.